• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଦିନ ଥିଲା ଆମ ପୂର୍ବ ପୁରୁଷମାନେ ପୋଡ଼ୁ ଚାଷ କରୁଥିଲେ, ଜଙ୍ଗଲରେ ମୂଲ୍ୟବାନ ଗଛ କାଟି ପରିବେଶ ନଷ୍ଟ କରୁଥିଲେ l କିନ୍ତୁ ଏବେ ଆମେ ଆମ ଜଙ୍ଗଲର ମହତ୍ତ୍ଵ ବୁଝୁଛୁ l ଜଙ୍ଗଲ ହେଉଛି ଆମ ମାଆ l ସେଥି ପାଇଁ ଆମେ ଆମ ଗାଁ ଜଙ୍ଗଲକୁ ସୁରକ୍ଷିତ ରଖିଛୁ ବୋଲି କହିଛନ୍ତି ଗ୍ରାମବାସୀ l ଗଜପତି ଜିଲ୍ଲା ମୋହନା ବ୍ଲକ ସାନଖଣି ଗାଁ ମୌଜାର ଜଙ୍ଗଲ l ଦୀର୍ଘ ୩୦ ବର୍ଷ ହେଲା ସାନଖଣି ଗ୍ରାମବାସୀ ପାଳିଓଳି କରି ହାତରେ ଠେଙ୍ଗା ବାଡି ଧରି ଗାଁ ମୌଜାରେ ଥିବା ପ୍ରାୟ ଦେଢ଼ ଶହ ହେକ୍ଟର ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି l 

କାଳେ କେହି ଜଙ୍ଗଲରେ ନିଆଁ ଲଗାଇ ଦେବ, ସେଥି ପାଇଁ ଗାଁରେ ବୈଠକ ବସି ଅସାଧୁ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି l ଆଗକୁ ଖରା ଦିନ ଆସିଲାଣି l କାଳେ କେହି ଜଙ୍ଗଲରେ ନିଆଁ ଲଗାଇ ଦେବ,  ସେଥି ପାଇଁ ଗ୍ରାମବାସୀ ଗଛ ମୂଳରେ ପଡ଼ିଥିବା ପତ୍ର ସଫା କରୁଛନ୍ତି l ପତ୍ର ସଫା କଲେ ନିଆଁ ବ୍ୟାପିବ ନାହିଁ l 

ଅଧିକ ପଢ଼ନ୍ତୁ: ସ୍କୁଲରେ ଭୂତ ଖାଉଛି ମଧ୍ୟାହ୍ନ ଭୋଜନ, ପିନ୍ଧୁଛି ସ୍କୁଲ୍ ଡ୍ରେସ୍...ହଷ୍ଟେଲରେ ବି ସମାନ ଅବସ୍ଥା

ପୂର୍ବରୁ ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିବା କ୍ଷଣି ଗ୍ରାମବାସୀମାନେ ମିଳିତ ଭାବେ ନିଆଁ ଲିଭାଇ ଥାଆନ୍ତି l କାରଣ ଜଙ୍ଗଲରେ ନିଆଁ ଲାଗିଲେ l ଜଙ୍ଗଲରେ ଥିବା ଜୀବଜନ୍ତୁଙ୍କ ମୃତ୍ୟୁ ହେବା ସହ ଜଙ୍ଗଲରେ ଥିବା ବହୁ ଔଷଧିୟ ଗଛ ପତ୍ର ସବୁ ପୋଡ଼ି ନଷ୍ଟ ହୋଇଯିବ l 

ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିବାରୁ ବନ ବିଭାଗ ପକ୍ଷରୁ ଗ୍ରାମବାସୀ ପୁରସ୍କୃତ ହୋଇଛନ୍ତି l ମାଟି ଓ ଜଙ୍ଗଲର ସୁରକ୍ଷା ପାଇଁ ଏବେ ସାନଖଣି ଗ୍ରାମବାସୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l 

ଅଧିକ ପଢ଼ନ୍ତୁ: ୭ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଟିମ୍‌, ୮ରେ ବାରବାଟୀରେ କରିବେ ଅଭ୍ୟାସ୍‌

OTV is now on Whatsapp

Join and get latest news update delivered to you via whatsapp

Join Now