Advertisment

ବ୍ୟାନର୍‌ ପାଇଁ ଗଲା ଜୀବନ !

ଉପରେ ଚଢିଥିବା ଛାତ୍ର ସରୋଜ ଘଣା ତଳେ ପଡି ଯାଇଥିଲେ। ଅନ୍ୟ ଜଣେ ବି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ଜଣଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ପରେ ବଡ଼ବିଲରୁ ଯୋଡା ଟିସ୍କୋ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Badbil ITI college

Badbil ITI college

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ଆଇଟିଆଇରେ ବଡ଼ ଅଘଟଣ। କାଳ ହେଲା ବ୍ୟାନର ଲଗାଇବା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜୀବନ ହାରିଲେ ଜଣେ ଛାତ୍ର। ଉଚ୍ଚଶକ୍ତିସମ୍ପନ୍ନ ତାରରେ ଲାଗି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି, ଆଉ ଜଣେ ଗୁରୁତର ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବଡ଼ବିଲ ଆଇଟିଆଇ ପରିସରରେ ସକାଳେ ବୈଷୟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଏହି କାର୍ଯ୍ୟକ୍ରମର ବ୍ୟାନର ଦୁଇଜଣ ଛାତ୍ର ଲଗାଉଥିଲେ। ଏକ ଲୁହା ସିଡିରେ ଚଢି ବ୍ୟାନର ଲଗାଉଥିଲେ।

Advertisment

ସେପଟେ ଯାଉଥିବା ୧୧କେଭି ତାର ସେହି ସିଡିରେ ଲାଗିଯାଇଥିଲା। ଉପରେ ଚଢିଥିବା ଛାତ୍ର ସରୋଜ ଘଣା ତଳେ ପଡି ଯାଇଥିଲେ। ଅନ୍ୟ ଜଣେ ବି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ଜଣଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ପରେ ବଡ଼ବିଲରୁ ଯୋଡା ଟିସ୍କୋ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଡାକ୍ତର ସରୋଜଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଏବେବି ଟିସ୍କୋ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ମୃତ ସରୋଜ ଫିଟର ଟ୍ରେଡ୍‌ରେ ପଢ଼ୁଥିବା ବେଳେ ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି।

Advertisment
Odisha ITI 11kv
Advertisment
Advertisment