Advertisment

ମହାନଦୀରେ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ

ପରିବାର ବୁଲିବାକୁ ଆସି ଅପରାହ୍ନରେ ଏହି ନଦୀକୂଳରେ ଗଧୋଉଥିଲେ। ସେ ଅନ୍ୟଦିନରେ ଏଠାକୁ ଆସନ୍ତି ନାହିଁ। ଆଜି ଗାଧୋଇବା ପାଇଁ ବାପ, ପୁଅ, ଝିଅ ଏଠାକୁ ଆସିଥିଲେ। ହେଲେ କୌଣସି କାରଣରୁ ଭାସି ଯାଇଥିଲେ।

author-image
Chandan Shishu
3 missing after being swept away in Mahanadi River while taking bath

3 missing after being swept away in Mahanadi River while taking bath

ସମ୍ବଲପୁର: ଗାଧୋଇବା ବେଳେ ମହାନଦୀରେ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ। ସମ୍ବଲପୁର ଦଲେଇପଡ଼ା ଘାଟରେ ଗାଧୋଇବା ବେଳେ ବାପ, ପୁଅ ଓ ଝିଅ ଭାସିଯାଇଛନ୍ତି। ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କରିବା ପରେ ବାପାପୁଅକୁ ଉଦ୍ଧାର କରିଛନ୍ତି। ଉଦ୍ଧାର କରିବା ପରେ ମେଡିକାଲରେ ଭର୍ତ୍ତି କରାଯାଇଛି କିନ୍ତୁ ଝିଅ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ।

Advertisment

ସମ୍ବଲପୁର ପେନସପଡ଼ାର ଏକ ପରିବାର ବୁଲିବାକୁ ଆସି ଅପରାହ୍ନରେ ଏହି ନଦୀକୂଳରେ ଗଧୋଉଥିଲେ। ସେ ଅନ୍ୟଦିନରେ ଏଠାକୁ ଆସନ୍ତି ନାହିଁ। ଆଜି ଗାଧୋଇବା ପାଇଁ ବାପ, ପୁଅ, ଝିଅ ଏଠାକୁ ଆସିଥିଲେ। ହେଲେ କୌଣସି କାରଣରୁ ଭାସି ଯାଇଥିଲେ। ତେବେ ଭାସିଯାଇଥିବା ବାପା, ପୁଅ ଓ ଝିଅଙ୍କ ମଧ୍ୟରୁ ପ୍ରଥମେ ପୁଅକୁ ଉଦ୍ଧାର କରାଯାଇଥିଲା। ପରେ ସେହି ସ୍ଥାନରୁ ବାପାଙ୍କୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ଯାଏଁ ଝିଅ ନିଖୋଜ ଅଛନ୍ତି।

ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିବା ୧୫ ବର୍ଷିୟ ପୁଅ ମହମ୍ମଦ ଅଫତାବ ଏବଂ ବାପା ଅଲତାଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ନିଖୋଜ ୧୨ ବର୍ଷିୟା ଝିଅ ରୁକ୍ସାନା ବେଗମଙ୍କୁ ଠାବ ପାଇଁ ଉଦ୍ୟମ ଜାରି ରହିଛି। ପୁଅ ମହମ୍ମଦକୁ ଦେଶୀ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Advertisment
Family Mahanadi Tragedy FireService Team
Advertisment
Advertisment