Advertisment

ବାହାଘର, ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି

ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍‌ସି। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି ହୋଇଛି। ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ।

author-image
Otv Khabar Bureau

ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍‌ସି। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି ହୋଇଛି। ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ। କାର୍ଯ୍ୟକ୍ରମ ଆୟୋଜକ ପ୍ରବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବେ। କେବଳ ଖାଇବା ସମୟ ଛଡ଼ା ସମସ୍ତ ଲୋକ ସର୍ବଦା ମାସ୍କ ପିନ୍ଧିବେ। ଗାଇଡଲାଇନ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍ ମାଲିକ ଦାୟୀ ରହିବେ ବୋଲି କଡା ନିର୍ଦ୍ଦେଶ ବିଏମ୍‌ସି ଜାରି କରିଛି।

Advertisment
BMC Weddings Funerals Guidelines
Advertisment
Advertisment