Advertisment

ଶେଷ ହେଲା ୭ ଦ୍ୱାରର ରୂପା ଛାଉଣି କାମ

ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆସନ୍ତାକାଲି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯିବ। ଜିଲ୍ଲାପାଳଙ୍କଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୁପାକୁ ସୁରକ୍ଷିତ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିସ୍ପତ୍ତି ନିଆଯାଇଛି। ସେପଟେ ୭ଟି ଦ୍ୱାରର ରୁପା ଛାଉଣି କାମ ଶେଷ ହୋଇଛି।

author-image
Sarbeswar
undefined

Puri Srimandir

ପୁରୀ: ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆସନ୍ତାକାଲି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯିବ। ଜିଲ୍ଲାପାଳଙ୍କଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୁପାକୁ ସୁରକ୍ଷିତ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିସ୍ପତ୍ତି ନିଆଯାଇଛି। ସେପଟେ ୭ଟି ଦ୍ୱାରର ରୁପା ଛାଉଣି କାମ ଶେଷ ହୋଇଛି। ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୂପାଛାଉଣି ସରିଯାଇଛି। କେବଳ କଳାହାଟ ଦ୍ୱାର ରୁପା ଛାଉଣି ହେବା ବାକି ରହିଛି। ଆସନ୍ତା ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ୱାରର ରୂପାଛାଉଣି କରାଯିବ ବୋଲି ସୂଚନା ମିଳିଛି। ପ୍ରାୟ ଏଗାରଟି ବାକ୍ସରେ ରହିଛି ୫ କ୍ୱିଣ୍ଟାଲ ରୁପା ବୋଲି ସୂଚନା ମିଳିଛି।

Advertisment

କେଉଁ ଡିଜାଇନରେ ନିର୍ମାଣ ହୋଇଛି ଶ୍ରୀମନ୍ଦିରର ୮ଟି ଦ୍ୱାରର ରୂପା କବାଟ ? ଏଥିପାଇଁ ୧୦ ଜଣିଆ ଟିମ୍ ପୁରୀ ଜିଲ୍ଲାର ଶିଳ୍ପୀ ଗ୍ରାମ ରଘୁରାଜପୁର ଯାଇ ଡିଜାଇନର ଅନୁଧ୍ୟାନ କରିଥିଲେ। ଏଥି ସହ କିଛି ନମୂନା ମଧ୍ୟ ସଂଗ୍ରହ କରାଯାଇଥିଲା । ନମୂନା ମଧ୍ୟରେ ରହିଛି ଶତଦଳ ପଦ୍ମ, ଓଲଟା ପଦ୍ମ, ଫୁଟା ପଦ୍ମ, ଅବର୍ଣ୍ଣନୀୟ ପଦ୍ମ ଓ ଶହସ୍ରଦଳ ପଦ୍ମ ଇତ୍ୟାଦି ରହିଥିଲା।

Advertisment
Odisha Puri
Advertisment
Advertisment