Advertisment

Accident Claims Life In Udala: ଆଗରେ ଚାଲୁଥିଲେ; ହାତଛାଡ଼ି ଚାଲିଗଲେ, ଗୁମୁରି ଗୁମୁରି କାନ୍ଦୁଛି ଜୋତା !

ମୃତ କୃପାସିନ୍ଧୁଙ୍କ ଜୋତା କହୁଛି । ହେ ମୋର ପ୍ରିୟ ମଣିଷ ଫେରିଆସ । କାଲି ପୁଣି ମର୍ଣ୍ଣିଂ ୱାକରେ ଯିବା...ପୁଣି ବୁଲିବା...ଆଉ ପୁଣି ଘରକୁ ଫେରିବା ।

author-image
Sujit kumar Swain
Accident Claims Life In Udala

Accident Claims Life In Udala

ମୋ ୫୦ ମିଟର ଆଗରେ ଯାଉଥିଲେ ସ୍ୱାମୀ...ସାଙ୍ଗରେ ଥିବା ସହଯୋଗୀ କହିଲେ ଆଗରେ ଦୁର୍ଘଟଣା ହୋଇଛି ...ମୁଁ ତାଙ୍କ କଥାକୁ ଗୁରୁତ୍ୱ ନଦେଇ ଚାଲିଲି । ମର୍ଣ୍ଣିଂ ୱାକ୍ ସାରି ଫେରିବା ବେଳକୁ ଜାଣିଲି ମୋ ସ୍ୱାମୀଙ୍କ ଆକ୍ସିଡେଣ୍ଟ ହୋଇଛି । ଏହା ମୃତ କୃପାସିନ୍ଧୁଙ୍କ ପତ୍ନୀ ପ୍ରେମଲତାଙ୍କ କଥା । ତାଙ୍କ ପାଖରେ ସ୍ୱାମୀଙ୍କୁ ମନେପକାଇ କହୁଛନ୍ତି କ’ଣ ହେଇଗଲା ଏସବୁ... 

Advertisment

ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ କପ୍ତିପଦା ଅଞ୍ଚଳରେ । ସବୁଦିନ ଭଳି ମର୍ଣ୍ଣିଂ ୱାକରେ ଯାଇଥିଲେ କୃପାସିନ୍ଧୁ । ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥରେ ଝାପସା କୁହୁଡ଼ି ବି ଥିଲା...ହେଲେ ଝିଙ୍କପଦା ଛକ ନିକଟରେ ଯିବାବେଳେ ପଛରୁ ଆସୁଥିବା ଏକ ଟାଟା ଏସଇ ଦ୍ରୁତ ଗତିରେ ଧକ୍କା ଦେଇଥିଲା...ଏପରିକି ଧକ୍କା ଦେବାପରେ ୬ ରୁ ୮ ମିଟର ଘୋଷାଡ଼ି ନେଇଥିଲା ବେପରୁଆ ଡ୍ରାଇଭର । ସେଠାରେ କୃପାସିନ୍ଧୁ ଛଟପଟ ହେଉଥିଲେ ମଧ୍ୟ...ନିର୍ଦ୍ଦୟ ଟାଟା ଏସଇ ଡ୍ରାଇଭର ଘଟଣାସ୍ଥଳରୁ ଗାଡି ନେଇ ହୋଇଯାଇଥିଲା ଫେରାର । 

ଅଧିକ ପଢ଼ନ୍ତୁ: 'ମୋ ବସ୍' ଚକା ତଳେ ଗଲା ନାବାଳିକା ଜୀବନ; ତାତିଲେ ଲୋକେ

ଆଉ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା କୃପାସିନ୍ଧୁଙ୍କ ଜୀବନ । କପ୍ତିପଦା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଉଦଳା ଡାକ୍ତରଖାନା ପଠେଇଛି । 

Advertisment

ସେପଟେ ମୃତ କୃପାସିନ୍ଧୁଙ୍କ ଜୋତା କହୁଛି । ହେ ମୋର ପ୍ରିୟ ମଣିଷ ଫେରିଆସ । କାଲି ପୁଣି ମର୍ଣ୍ଣିଂ ୱାକରେ ଯିବା...ପୁଣି ବୁଲିବା...ଆଉ ପୁଣି ଘରକୁ ଫେରିବା । ଜୋତା ଯେପରି ଗୁମୁରି ଗୁମୁରି କାନ୍ଦୁଛି....ସତେ ଯେପରି ସେ ହାରିଯାଇଛି । ଦିନେ ସେ ଥିଲା ମାଲିକ ପାଦର ସୁରକ୍ଷାକର୍ମୀ ..ହେଲେ ସେ ଆଜି ନିଶବ୍ଦ, ନିରବ ନିର୍ବିକାର । କାରଣ ଯେଉଁ ପାଦ ସହ ତାର ନିବିଡ଼ତା ଥିଲା... ସେ ପାଦ ଅଟକି ଯାଇଛି...ଚିରଦିନ ପାଇଁ...

ଅଧିକ ପଢ଼ନ୍ତୁ: ବାରବାଟୀ ବ୍ୟାଟେଲ ପାଇଁ କାଉଣ୍ଟଡାଉନ୍; ସ୍ବତନ୍ତ୍ର ପ୍ୟାଭେଲିୟନରେ ମ୍ୟାଚ୍ ଦେଖିବେ ରାଜ୍ୟର ଗୌରବ

Accident In Odisha Special Story Udala Accident
Advertisment
Advertisment