• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Orphan girl
ବାପା ଯିବାପରେ, ମୂଲ ଆଣିଲେ ଚୁଲି ଜଳୁଛି

ଆଶା ରଖିଥିଲେ ପାଠ ପଢ଼ିବେ, ବ୍ୟାଙ୍କରେ ଚାକିରି କରିବେ । ସେଥିପାଇଁ ବାପା ତାଙ୍କୁ ବି.କମରେ ପାଠ ପଢ଼ାଉଥିଲେ । ହେଲେ ହଠାତ୍ ବାପାଙ୍କ ପରଲୋକ ପରେ ସବୁକିଛି ଏପଟ୍ ସେପଟ୍ ହୋଇଗଲା । ଆଉ ପେଟ ଚାଖଣ୍ଡକ ପାଇଁ ପର ଦୁଆରେ ମୂଲ ଲାଗିବାକୁ ପଡ଼ିଲା ।

What to do in case of violation of human rights
Human Rights Day 2023: ଆପଣଙ୍କ ମାନବାଧିକାରର ଉଲ୍ଲଂଘନ ହେଲେ କ’ଣ କରିବେ

ପ୍ରତିବର୍ଷ ୧୦ ଡିସେମ୍ବରରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ୱାରା ମାନବାଧିକାର ଦିବସ ପାଳନ କରାଯାଏ। ସାଧାରଣ ଲୋକଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରିବା ପାଇଁ ଏହି ଦିବସ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଏହି ମାନବାଧିକାର କ’ଣ?

Balijatra
ଐତିହାସିକ ବାଲିଯାତ୍ରାରେ ହୋଇଛି କି ମାଳମାଳ ଦୁର୍ନୀତି ? ସଫେଇ କାର୍ଯ୍ୟରେ ଶହ ଶହ କଲେଜ ଛାତ୍ରଛାତ୍ରୀ

ଐତିହାସିକ ମେଳାରେ ମାଳ ମାଳ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବାଲିଯାତ୍ରା ସରିବାର ୩ ଦିନ ପରେ ବି ପଡ଼ିଆରେ ଆବର୍ଜନା ପଡ଼ି ରହିଥିବା ବେଳେ, ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଶହ ଶହ କଲେଜ ଛାତ୍ରଛାତ୍ରୀ।

Crop Damage
ପାଣିରେ ବତୁରି ଯାଇଛି ବର୍ଷକର ଫସଲ, ଉଜୁଡ଼ା କ୍ଷେତକୁ ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ

ଅଦିନିଆ ବର୍ଷା ପରେ ଚାଷୀ ମୁଣ୍ଡରେ ଚଡକ । ବର୍ଷା ପାଣି ମାଡ଼ରେ କେଉଁଠି ଧାନ ଗଜା ହୋଇଗଲାଣି ତ କେଉଁଠି ଅମଳ ଅପେକ୍ଷାରେ ଥିବା କପା ଚାଷ ବି ଉଜୁଡ଼ି ଯାଇଛି । ଋଣ କରି ଚାଷ କରିଥିବା ଚାଷୀ ଏବେ କଣ କରିବ ସେ ନେଇ ଚିନ୍ତାରେ ପଡ଼ିଛି ।

youth attempt suicide in banki
ପରିବାର ଲୋକଙ୍କ ମାଡ଼ ଭୟରେ ମହାନଦୀକୁ ଡେଇଁଲେ ଯୁବକ

ମହାନଦୀରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି ।

Population
ଓଡ଼ିଶା ହେବ ବୟସ୍କଙ୍କ ରାଜ୍ୟ, ପ୍ରଜନନ ହାର ଯଥେଷ୍ଟ କମ୍

ଆସନ୍ତା କିଛି ବର୍ଷ ମଧ୍ୟରେ ଓଡ଼ିଶା ହେବାକୁ ଯାଉଛି ବୟସ୍କଙ୍କ ରାଜ୍ୟ । କାହିଁକି ନା ଟୋଟାଲ୍ ଫର୍ଟିଲିଟି ରେଟ୍ - TFR ବା ରାଜ୍ୟର ସମୁଦାୟ ପ୍ରଜନନ ହାର ଏବେ ଜାତୀୟ ହାରଠାରୁ ଯଥେଷ୍ଟ କମ୍ ରହିଛି ।

  • Friday, 08 December 2023
Letter to CM
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର ଏୟାରପୋର୍ଟରୁ ପୁରୀ ଓ କଟକ ଏବଂ କେନ୍ଦୁଝର ଓ ବ୍ରହ୍ମପୁର ରୁଟ୍‌ରେ ବସ ଚଳାଚଳ ଯୋଜନାର ପ୍ରତିବାଦ କରିଛି ସଂଘ । ସଂଘ ଅଭିଯୋଗ କରିଛି, ବିଭିନ୍ନ ରୁଟର ମୋ ବସ୍ ଓ ଲକ୍ଷ୍ମୀ ବସ୍‌ ଚଳାଚଳ ଯୋଗୁ ଘରୋଇ ବସ୍ ମାଲିକଙ୍କୁ କ୍ଷତି ପହଞ୍ଚାଇବ ।

AC tunnel project
ଜଗାଦାଣ୍ତରେ ଆରମ୍ଭ ହେଲା ଟନେଲ୍‌, ପ୍ରଥମରୁ କେଁ

ମରିଚିକୋଟ ଛକର ଏଇ ଧର୍ମଜ୍ୟୋତି ଲଜିଂଠୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବିବ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ । ୧୨ ମିଟର ଚୌଡ଼ା, ୮୪ ମିଟର ଲମ୍ବ ।

Farmers affected after heavy rain
ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷୀର ଅଣ୍ଟା

କେଉଁଠି ବର୍ଷା ପବନରେ ଧାନ ଗଛ ଏମିତି ପଡ଼ି ଯାଇଛି, କେମିତି ଧାନ କାଟିବ ଚାଷୀ, ମୁଣ୍ଡକୁ ବୁଦ୍ଧି ଆସୁନି । ବାଧ୍ୟ ହୋଇ ଆଖୁ ଭେଳା ପରି ଧାନ ଭେଳା କରୁଛି ଚାଷୀ। ରାଜ୍ୟର କୌଣସି ଅଞ୍ଚଳ ବାଦ୍ ପଡ଼ିନି।

AC tunnel project
ବିରୋଧ ପରେ ସଜାଗ; ଜଗାଦାଣ୍ତରେ ଆରମ୍ଭ ହେଲା ଟନେଲ୍‌, ପ୍ରଥମରୁ କେଁ

ମରିଚିକୋଟ ଛକର ଏଇ ଧର୍ମଜ୍ୟୋତି ଲଜିଂଠୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବିବ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ । ୧୨ ମିଟର ଚୌଡ଼ା, ୮୪ ମିଟର ଲମ୍ବ ।

motor vehicle tax
ବକେୟା ମୋଟରଯାନ ଟିକସ ଛାଡ଼ କରିବେ ସରକାର

ବିଶେଷଜ୍ଞଙ୍କ ମତ ଦୀର୍ଘ ଦିନରୁ ପଡ଼ିରହିଥିବା ଏହି ଟିକସ ଓ ଜରିମାନାର ଆନୁମାନିକ ମୂଲ୍ୟ ୫ ଶହ କୋଟିରୁ ଅଧିକ ହେବ। ଏଭଳି ନିଷ୍ପତ୍ତି ଦ୍ୱାରା ରାଜ୍ୟ ପ୍ରାୟ ୫୦୦ କୋଟିର କ୍ଷତି ସହିବ। ପ୍ରଶ୍ନ ଉଠୁଛି କାହିଁକି ହୋଇପାରୁନାହିଁ ଟିକସ ଆଦାୟ ? ପରିବହନ ଅଧିକାରୀ ଟିକସ କିମ୍ବା ଜରିମାନା ଆଦାୟରେ ପଛୁଆ କାହିଁକି ?

motor vehicle tax
ବକେୟା ମୋଟରଯାନ ଟିକସ ଛାଡ଼ କରିବେ ସରକାର, ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ବକେୟା ମୋଟର ଯାନ ଟିକସ ଛାଡ଼ କରିବେ ରାଜ୍ୟ ସରକାର। ଗାଡି ସ୍କ୍ରାପ କଲେ ଟିକସ ପୁରା ଛାଡ଼। ଗାଡି ଚଲାଇଲେ ଟିକସ ରିହାତି ମିଳିବା ସହିତ ଜରିମାନା ଛାଡ଼ ହେବ।

Farmers affected after heavy rain
ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷୀର ଅଣ୍ଟା, ପାଣିରେ ଭାସୁଛି ଅମଳ ଫସଲ

ବାତ୍ୟା ମିଗଜୋମ୍ ତ ଚାଲି ଯାଇଛି, ପାଗ ପୁରାପୁରି ସଫା ହୋଇ ନଥିଲେ ମଧ୍ୟ ବର୍ଷା ପରିମାଣ କମିଯାଇଛି। ଏଇଠୁ ଆରମ୍ଭ ହୋଇଛି ଚାଷୀଙ୍କ ଦୁର୍ଦ୍ଦଶା। କି ଧାନ, କି ପରିବା, ସବୁ କିଛି ବରବାଦ।

Talamiting waterfall
ତଳମିଟିଂ ଜଳପ୍ରପାତ: ରାସ୍ତା ନାହିଁ, ତଥାପି ପହଞ୍ଚି ଯାଆନ୍ତି ପର୍ଯ୍ୟଟକ

ଶୀତ ଆରମ୍ଭ ସହ ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲାଗିଲାଣି ପର୍ଯ୍ୟଟକଙ୍କ ଗହଳି ।

Illegal Parking
ବେଆଇନ ପାର୍କିଂ: ପ୍ରଶାସନ ଉପରେ ଦୋଷ ଲଦିଲା ବସ ମାଲିକ ସଂଘ

ବାଲେଶ୍ବର ସହରର ଟ୍ରାଫିକ ସମସ୍ୟା ବଢାଇଛି ବେଆଇନ ପାର୍କିଂ । ସହରର ପ୍ରବେଶ ପଥ ଓ-ଟି ରୋଡରେ ବସ ଗୁଡିକ ରାସ୍ତା ଉପରେ ଛିଡ଼ା ହେଉଥିବାରୁ ଟ୍ରାଫିକ ସମସ୍ୟା ଲାଗିରହିଛି ।

ESMA on Health Staff
ଧର୍ମଘଟ କି ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତ କର୍ମଚାରୀ, ଏସମା ଲାଗୁ କଲେ ରାଜ୍ୟ ସରକାର

ଆଜିଠୁ ଏହି ନିର୍ଦ୍ଦେଶନାମା ଆସନ୍ତା ୬ ମାସ ଯାଏଁ ବଳବତ୍ତର ରହିବ ବୋଲି ଦର୍ଶାଯାଇଛି ନୋଟିସରେ। ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ବୋଲି ଗୃହବିଭାଗ ପକ୍ଷରୁ ଏସମା ଲାଗୁ କରାଯାଇଛି।

Shankaracharya
କ୍ଷୋଭ ପ୍ରକାଶ କଲେ ପୁରୀ ଶଙ୍କରାଚାର୍ଯ୍ୟ, କହିଲେ ‘ମୋ ଠାରୁ ସମସ୍ତେ ଦୂରତା ଅବଲମ୍ବନ କରୁଛନ୍ତି’

ରଥଯାତ୍ରାରେ ରଥ ଉପରକୁ ଯିବା ଛଡ଼ା ମୋର ଆଉ କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ଜଗତଗୁରୁ। ଶ୍ରୀମନ୍ଦିର ୪ ଦ୍ୱାର ପ୍ରସଙ୍ଗରେ ମତ ରଖି କହିଛନ୍ତି, ଦକ୍ଷିଣ ଦ୍ୱାର କେବଳ ମୋ ପାଇଁ ଖୋଲିପାରେ।

Heavy rains in Odisha
ଚାଷ ଉଜାଡ଼ିଲା ବାତ୍ୟା ମିଗଜୋମ୍

ବାତ୍ୟା ମିଗଜୋମ୍ ପ୍ରଭାବ । ଅମଳ ସମୟରେ ଅଦିନିଆ ବର୍ଷାରେ ବିଲରେ ବତୁରିଗଲା କଟା ଧାନ । ଚିନ୍ତାରେ ଚାଷିକୂଳ, ନା ଘରକୁ ନେଇପାରୁଛନ୍ତି ନା କ୍ଷେତରେ ଛାଡ଼ି ପାରୁଛନ୍ତି । ଲଗାଣ ବର୍ଷାର ପ୍ରଭାବରେ ପଲିଥିନ୍ ବି ଉତ୍ପାଦିତ ଫସଲକୁ ଦେଇପାରିଲାନି ସୁରକ୍ଷା ।

Srimandir heritage corridor project
ପାଖେଇ ଆସୁଛି ଲୋକାର୍ପଣ ଡେଡଲାଇନ୍, ହେଲେ ସରି ପାରୁନି ପ୍ରକଳ୍ପ କାମ

୨୪ ନଭେମ୍ବର ୨୦୨୧। ୩୩୧ କୋଟି ୨୮ ଲକ୍ଷ ଟଙ୍କା ବଜେଟ୍‌ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ବେଳେ ଡିଜାଇନ୍ ଯାହା ଥିଲା, ସେଥିରେ ମାତ୍ରାଧିକ ପରିବର୍ତ୍ତନ ଘଟି ସାରିଛି।

AC Tunnel
ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ଏସି ଟନେଲ

କେବଳ ରଥଯାତ୍ରା ସମୟରେ ଏହି ଡେଡିକେଟଡ ବ୍ୟାରିକେଡ ହଟାଯିବ । ଭକ୍ତମାନେ ଏହି ବ୍ୟାରିକେଡ ଦେଇ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଭିତର ଦେଇ ଦୋଳବେଦୀ କୋଣ ହେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ ।

son dies during father cremation in koraput
ବାପାର ଶେଷକୃତ୍ୟରେ ପୁଅର ଶେଷ ଯାତ୍ରା...

କିଏ ଜାଣିଥିଲା ବାପାର ଶେଷକୃତ୍ୟକୁ ଯାଇ ପୁଅ ଆଉ ଫେରିବନି ? କିଏ ଜାଣିଥିଲା ଯେ, ପରିବାରକୁ ଏତେ ବଡ଼ ବିପତ୍ତି ମାଡ଼ି ଆସିବ ? 

  • Wednesday, 06 December 2023
Mayurbhanjs Binjhua tassar silk loses market, weavers force to change occupation
ପ୍ରୋତ୍ସାହନ ନାହିଁ, ହଜିଲାଣି ବିଞ୍ଜୁଆ ଟସରର ପରିଚୟ

ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଜୁଆ ଗାଁ । ଟସର ପାଟ ଶିଳ୍ପ ପାଇଁ ସୁନାମ ରହିଛି ।

man seeks help for treatment in bhadrak
ସ୍ଵାମୀର କିଡ୍‌ନୀ ନଷ୍ଟ ପରେ ଛାଡି ପଳେଇଲା ସ୍ତ୍ରୀ, ଭରସା ଏବେ ୬୦ ବର୍ଷର ବିଧବା ମା’...

ପୁଅର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଟଙ୍କା ମାଗି ମେଡିକାଲ ନେଇଛନ୍ତି ବିଧବା ମା’। ଆଉ ଏପଟେ ଓଳିଏ ଖାଇଲେ ଓଳିଏ ଉପାସ । 

  • Wednesday, 06 December 2023
Scotlandpur palace
ରାଜା ଏମିତି ପ୍ରେମ କଲେ ଯେ.. ଓଡ଼ିଶାରେ କରିଦେଲେ ସ୍କଟଲ୍ୟାଣ୍ଡ୍ !

ଜାଗାର ନାଁ ସ୍କଟଲାଣ୍ତ ପୁର । ରାଜ ପ୍ରସାଦର ନାଁ ସ୍କଟଲାଣ୍ତ ପୁର । କିନ୍ତୁ ଫରକ ଏତିକି, ଏ ସ୍କଟଲ୍ୟାଣ୍ଡ୍ ତାଳଚେରରେ ଅବସ୍ଥିତ ।

What is world soil day how to save soil
World Soil Day 2023: ମାଟି ସୁରକ୍ଷିତ ହେଲେ ଜୀବନ ସୁରକ୍ଷିତ: ଜାଣନ୍ତୁ ମୃତ୍ତିକା ସଂରକ୍ଷଣର ୬ଟି ଉପାୟ

ମାଟି ସୁରକ୍ଷିତ ରହିଲେ ହିଁ, ଜୀବନ ରହିବ ସୁରକ୍ଷିତ। କାରଣ ମାଟିରୁ ହିଁ ସୃଷ୍ଟି ହୁଏ ଗଛ ଲତା ଆଉ ଏଥିରୁ ମିଳେ ଖାଦ୍ୟ। ଲୋକମାନଙ୍କୁ ମୃତ୍ତିକାର ଏହି ମହତ୍ତ୍ୱକୁ ଜଣାଇବା ଏବଂ ମାଟିର ଗୁଣ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୫ ଡିସେମ୍ବରରେ ‘ବିଶ୍ୱ ମୃତ୍ତିକା ଦିବସ’ ପାଳନ କରାଯାଏ।