• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟି ତଥା ମିନି ଇଣ୍ଡିଆର ସ୍ବାସ୍ଥ୍ୟବସ୍ଥା କେମିତି ଅଛି? ଏଠାକାର ଲୋକେ ଠିକ ଭାବେ ସ୍ବାସ୍ଥ୍ୟସେବା ପାଉଛନ୍ତି ତ ? ରାଉରକେଲା ସରକାରୀ ହସ୍ପିଟାଲକୁ ଦେଖିଲେ ଏଭଳି ପ୍ରଶ୍ନ ମନରେ ଆସିବା ସ୍ବାଭାବିକ। ଗତ ୨୦୧୯ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ RGHକୁ ୪ ଶହ ବେଡ୍ ବିଶିଷ୍ଟ କରିବାକୁ ଘୋଷଣା କରିଥିଲେ । ମାତ୍ର ସେ ଘୋଷଣା ଏବେ ବି ଫାଇଲ ତଳେ ପଡି ରହିଛି ।

ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ହସ୍ପିଟାଲ । ଏଠାକାର ଆଉଟ ଡୋରରେ ପ୍ରତିଦିନ ଏକ ହଜାରରୁ ଅଧିକ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି । ହେଲେ ଡାକ୍ତର ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ତାଙ୍କ ସଂପର୍କୀୟ ।

ଗତ ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ RGHକୁ ୪ ଶହ ବେଡ ବିଶିଷ୍ଟ ହସ୍ପିଟାଲ ମାନ୍ୟତା ପ୍ରଦାନ କରିଥିଲେ । ହେଲେ ଆଜି ବି ତାହା ଘୋଷଣାରେ ସୀମିତ । ପଡୋଶୀ ଝାଡଖଣ୍ଡ ଓ ଛତିଶଗଡରୁ ମଧ୍ୟ ରୋଗୀ ପ୍ରତିଦିନ ଏଠାକୁ ଆସନ୍ତି ହେଲେ ଆନୁସଙ୍ଗିକ ସୁବିଧା ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

ରାଉରକେଲା ସରକାରୀ ହସ୍ପିଟାଲ ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଏକା ସାଙ୍ଗେ ଆରମ୍ଭ ହୋଇଥିଲା । ତେବେ ଆଜି କ୍ୟାପିଟାଲ ହସ୍ପିଟାଲରେ ପିଜି ବିଭାଗ ଖୋଲିବା ସହ କେତେ ଅଗ୍ରଗତି କରିଛି । ସେ କ୍ରମରେ କିନ୍ତୁ RGH ହସ୍ପିଟାଲର କିଛି ଉନ୍ନତିକରଣ ହୋଇନି ।

ଏଠି ଡାକ୍ତର ଅଭାବ ସାଙ୍ଗକୁ ଷ୍ଟାଫଙ୍କ ବି ଭାବ ରହିଛି । ଅନ୍ୟପଟେ ସରକାରଙ୍କୁ ଏ ନେଇ ଅବଗତ କରାଯାଇଛି, ଶୀଘ୍ର ଏଠାରେ ଡାକ୍ତର ପଦବୀ ପୂରଣ ହେବ ବୋଲି କହିଛନ୍ତି RGHର ସୁପରିନଟେଣ୍ଡେଣ୍ଟ ।

ଗରିବଶ୍ରେଣୀର ଲୋକ ଓ ଆଦିବାସୀଙ୍କ ଏକମାତ୍ର ଭରସା ରାଉରକେଲାର ସରକାରୀ ହସ୍ପିଟାଲ । ହେଲେ ଏହାର ଉନ୍ନତିକରଣ କେବେ ସରୁଛି ତାକୁ ଅପେକ୍ଷା ।