/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702214376.jpg)
Dev Deepawali
ପବିତ୍ର ଦେବଦୀପାବଳିରେ ବଡ଼ଦାଣ୍ଡରେ ଜଳିବ ଏକ ଲକ୍ଷ ଦୀପ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶା ନିଯୋଗ ପକ୍ଷରୁ ଏହି ଦୀପଦାନ କରାଯିବ । ଏଥିରେ ଭକ୍ତ ଦର୍ଶନାର୍ଥିଙ୍କ ସହ ବିଭିନ୍ନ ସାଂସ୍କୃତିକ ଓ ସେଚ୍ଛାସେବୀ ସଂଗଠନ ସାମିଲ ହେବେ। ବିଶ୍ୱର ମଙ୍ଗଳ କାମନା
କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁହ ଦୀପଦାନ କରାଯିବ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଏହି ସମୂହ ଦୀପଦାନରେ ଯୋଗ ଦେବାକୁ ଯଜ୍ଞ ଓ ଭଜନ ସମାରୋହ କମିଟିର ସାଂଗଠନିକ ସଂପାଦକ ଶୁଭାସିସ୍ ଖୁଣ୍ଟିଆ ଆହ୍ୱାନ କରିଛନ୍ତି।
Advertisment
ଏହି ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ଜଳାଯିବ। ଆସନ୍ତା ୧୨ ତାରିଖ ଦେବଦୀପାବଳିରେ ଏକ ଲକ୍ଷ ଦୀପଦାନ କରାଯିବ । ଏହି ସମୟରେ ପୁରୀ ସହର ପ୍ରତି ଘରେ ଦୀପଦାନ କରିବାକୁ ନିବେଦନ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)