/odishatv-khabar/media/post_attachments/uploadimage/library/16_9/16_9_0/s_1702269694.jpg)
Malkangiri Gurupriya Setu in dark for last three day
ପ୍ରାୟ ୩ ଦିନ ଧରି ଅନ୍ଧାରରେ ରହିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଗୁରୁପ୍ରିୟା ସେତୁ । ସ୍ୱାଭିମାନ ଅଞ୍ଚଳର ଲାଇଫ୍ ଲାଇନ୍ କୁହାଯାଉଥିବା ସେତୁ ଅନ୍ଧାରରେ ରହିଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।
Advertisment
ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଗୁରୁପ୍ରିୟା ସେତୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ହେଲେ ଏହା ଅନ୍ଧାରରେ ରହିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗମନାଗମନରେ ଅସୁବିଧା ହେଉଥିବାବେଳେ ପର୍ଯ୍ୟଟକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ଏବେ ବି ସ୍ୱାଭିମାନ ଅଞ୍ଚଳ ମାଓମୁକ୍ତ ହୋଇ ନଥିବାବେଳେ ଗୁରୁପ୍ରିୟା ସେତୁ ଅନ୍ଧାର ଥିବାରୁ ଅସୁରକ୍ଷିତ ମଣୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ କହିଛନ୍ତି, ଆର୍ଥ ଫଲ୍ଟ ହୋଇଥିବାରୁ ସମସ୍ୟା ଦେଖାଦେଇଛି। ଏହାକୁ ମରାମତି କରାଯିବ ବୋଲି ସେ ଭରସା ଦେଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)