• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପ୍ରତିବର୍ଷ ୧୦ ଡିସେମ୍ବରରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ୱାରା ମାନବାଧିକାର ଦିବସ ପାଳନ କରାଯାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଅତ୍ୟାଚାର ପରେ ଏହାର ମହତ୍ତ୍ୱକୁ ବିଶ୍ୱ ବୁଝିଥିଲା। ଫଳରେ ମିଳିତ ଜାତିସଂଘର ସାଧାରଣ ସଭା ୧୯୪୮ ମସିହାରେ ମାନବାଧିକାରର ସାର୍ବଭୌମକୁ ଆପଣାଇ ଥିଲା।

ମାନବାଧିକାର ଦିବସ ଆନୁଷ୍ଠାନିକ ଭାବରେ ୧୯୫୦ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ସାଧାରଣ ସଭା ୪୨୩ (V) ପ୍ରସ୍ତାବ ପାରିତ କରି ସମସ୍ତ ରାଜ୍ୟ ତଥା ଆଗ୍ରହୀ ସଂଗଠନକୁ ପ୍ରତିବର୍ଷ ୧୦ ଡିସେମ୍ବରକୁ ‘ମାନବାଧିକାର ଦିବସ’ ଭାବରେ ଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଥିଲା।

କାହିଁକି ହୁଏ ପାଳନ:

ପ୍ରତ୍ୟେକ ବ୍ୟକ୍ତିର ଜୀବନ, ​​ସ୍ୱାଧୀନତା, ସମାନତା ଏବଂ ସମ୍ମାନର ଅଧିକାର ମାନବାଧିକାର ଅଧୀନରେ ଆସେ, କିନ୍ତୁ ଅଧିକାଂଶ ଲୋକ ଏହି ଅଧିକାର ବିଷୟରେ ଭଲ ଭାବରେ ଜାଣନ୍ତି ନାହିଁ। ସେମାନଙ୍କୁ ଏହି ଅଧିକାର ବିଷୟରେ ଅବଗତ କରାଇବା ପାଇଁ ମାନବାଧିକାର ଦିବସ ପାଳନ ହୋଇଥାଏ।

ଭାରତରେ ମାନବାଧିକାର ଆଇନ:

୧୨ ଅକ୍ଟୋବର ୧୯୯୩ରେ ଭାରତ ସରକାର ଜାତୀୟ ମାନବ ଅଧିକାର ଆୟୋଗ ଗଠନ କରିଥିଲେ ଏବଂ ଏହି ଆଇନ ୨୮ ସେପ୍ଟେମ୍ବର ୧୯୯୩ ରୁ ଲାଗୁ ହୋଇଥିଲା। ନାଗରିକ ତଥା ରାଜନୈତିକ ଅଧିକାର ସହିତ ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ଅଧିକାର ମଧ୍ୟ ଆୟୋଗ ଅଧୀନରେ ଆସେ।

ପୃଷ୍ଠଭୂମି:

ମିଳିତ ଜାତିସଂଘ ଦ୍ୱାରା ୧୯୪୮ ମସିହାରେ ମାନବିକ ଅଧିକାରର ସାର୍ବଭୌମ ଘୋଷଣାକୁ ଗ୍ରହଣ କରାଯିବା ଦିନଠାରୁ ‘ମାନବାଧିକାର ଦିବସ’ ପାଳନ କରାଯାଉଛି। ପ୍ରଥମ ଥର ପାଇଁ ୪୮ଟି ଦେଶ ମିଳିତ ଜାତିସଂଘ ସାଧାରଣ ସଭା ସହିତ ଏହି ଦିନକୁ ପାଳନ କରିଥିଲେ। ୧୯୫୦ରେ ସାଧାରଣ ସଭା ଦ୍ୱାରା ୪୨୩ (v) ପ୍ରସ୍ତାବ ପାରିତ ହେବା ପରେ ସମସ୍ତ ଦେଶ ଏବଂ ସଂଗଠନ ଏହାକୁ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। UNGA ଡିସେମ୍ବର ୧୯୯୩ ରେ ଏହାକୁ ପ୍ରତିବର୍ଷ ପାଳନ କରିବାକୁ ଘୋଷଣା କରିଥିଲା।

ମାନବାଧିକାରର ଉଲ୍ଲଂଘନ ହେଲେ କ’ଣ କରିବେ:

ନିୟମ ଅନୁଯାୟୀ, ଅନ୍ୟର ଅଧିକାର ଛଡ଼ାଇ ନେବା କାହାର ଅଧିକାର ନାହିଁ ଏବଂ ଏହି ନିୟମକୁ ଉଲ୍ଲଂଘନ କରିବା ମାନବିକ ଅଧିକାରର ଉଲ୍ଲଂଘନ ଅଟେ।

ମାନବାଧିକାରକୁ ନେଇ ସରକାର କିମ୍ବା ରାଜ୍ୟ ଅଧିକାରୀଙ୍କ ପାଖରେ ଦାବି କରାଯାଇ ପାରିବ। ମାନବିକ ଅଧିକାର ଆପଣଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇଥାଏ। ଯଦି ଏଥିରେ ଆଞ୍ଚ ଆସେ ତେବେ ଆପଣ ରାଜ୍ୟ ସରକାର କିମ୍ବା ସେମାନଙ୍କ ପ୍ରତିନିଧୀଙ୍କ ପାଖରେ ଦାବି କରି ପାରିବେ।

OTV is now on Whatsapp

Join and get latest news update delivered to you via whatsapp

Join Now