• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅଦିନିଆ ବର୍ଷା ପରେ ଚାଷୀ ମୁଣ୍ଡରେ ଚଡକ । ବର୍ଷା ପାଣି ମାଡ଼ରେ କେଉଁଠି ଧାନ ଗଜା ହୋଇଗଲାଣି ତ କେଉଁଠି ଅମଳ ଅପେକ୍ଷାରେ ଥିବା କପା ଚାଷ ବି ଉଜୁଡ଼ି ଯାଇଛି । ଋଣ କରି ଚାଷ କରିଥିବା ଚାଷୀ ଏବେ କଣ କରିବ ସେ ନେଇ ଚିନ୍ତାରେ ପଡ଼ିଛି । କୋରାପୁଟ ଲକ୍ଷ୍ମୀପୁର, ମୟୂରଭଂଜ ଉଦଳା ଏବଂ ସମ୍ବଲପୁର ରେଢ଼ାଖୋଲରେ ସ୍ଥିତି ବିଗାଡ଼ିଛି ବର୍ଷା ।

ପାଣିରେ ବତୁରି ଯାଇଛି ବର୍ଷକର ଦାନା । ଉଜୁଡ଼ା କ୍ଷେତରୁ ପରିଶ୍ରମର ପାଉଣା ଖୋଜୁଛି ଚାଷୀ । କେଉଁଠି ପଙ୍କରେ ଲୋଟିଛି ଧାନ କେଣ୍ଡା ତ କେଉଁଠି ଗଜା ହୋଇଗଲାଣି ଗଦା ମରା ହୋଇ ରହିଥିବା ଧାନ । କୋରାପୁଟ ଲକ୍ଷ୍ମୀପୁରରେ ବାତ୍ୟା ମିଗଜୋମ ଚାଲିଯାଇଛି ସତ, ମାତ୍ର ତା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଚାଷୀଙ୍କୁ ଦେଇଯାଇଛି ଦୁଃଖ ।

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ନାରାୟଣପାଟଣା ଏବଂ ବନ୍ଧୁଗାଁ ଅଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ ସମାନ ସ୍ଥିତି । କିଛି ଚାଷୀ ଧାନ କାଟି ପଲିଥିନ ଘୋଡ଼ାଇ ରଖିଥିଲେ ମଧ୍ୟ ବର୍ଷାରେ ଓଦା ହେବା ଯୋଗୁଁ ଏହା ଗଜା ହୋଇଗଲାଣି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ମୟୂରଭଂଜ ଉଦଳାରେ ମଧ୍ୟ ଚାଷୀଙ୍କ ସମାନ ଦଶା । ଏକର ଏକର ଜମିରେ ଚାଷ କରିଥିବା ଚାଷୀ ଏବେ ଅଦିନିଆ ବର୍ଷା ପରେ ଚିନ୍ତାରେ ପଡିଛନ୍ତି । ବର୍ଷା ମାଡ଼ରେ ଫସଲ ନଷ୍ଟ ହେବାକୁ ବସିଥିବା ବେଳେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଚାଷୀ ।

ଅଦିନିଆ ବର୍ଷା ଯୋଗୁଁ କେବଳ ଧାନ ଫସଲ କାହିଁକି, କପା ଚାଷ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ସମ୍ବଲପୁର ରେଢ଼ାଖୋଲରେ ଅମଳ ସମୟ ବେଳେ ବର୍ଷା ହେବାରୁ କପା ଚାଷ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି ।