/odishatv-khabar/media/post_attachments/uploadimage/library/16_9/16_9_0/s_1702020912.jpg)
youth attempt suicide in banki
ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ । ମହାନଦୀରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି । ଯୁବକ ଜଣକ ବାଙ୍କି ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ୍ ଉପରୁ ପାଣିକୁ ଡେଇଁ ପଡିଥିଲେ ।
ସ୍ଥାନୀୟ ଲୋକେ ଏନେଇ ଡମପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସୁବର୍ଣ୍ଣପୁର ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ, ନିଜ ସାଙ୍ଗମାନଙ୍କ ସହ ଗଣ୍ଡଗୋଳ ହୋଇଥିବାରୁ ପରିବାର ଲୋକଙ୍କ ମାଡ଼ ଭୟରେ ସମ୍ପୃକ୍ତ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଭୁବନେଶ୍ୱରରୁ ନିଜ ବାଇକ୍ରେ ଆସି ଉକ୍ତ ଯୁବକ ଜାତମୁଣ୍ଡିଆ ବ୍ରିଜ୍ ଉପରେ ଗାଡ଼ି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ମହାନଦୀରେ ପାଣି କମ୍ ଥିବାରୁ ସେ ବୁଡ଼ି ପାରି ନ ଥିଲେ । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସୁବର୍ଣ୍ଣପୁର ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ।
#ଦେବଦୂତ_ସାଜିଲେ_ଅଗ୍ନିଶମ_ବାହିନୀ
ମହାନଦୀରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ ବାଙ୍କି ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରୁ ପାଣିକୁ ଡେଇଁ ପଡିଥିଲେ ।..#Cuttack#Odishapic.twitter.com/vWwSrXjwLG— ଓଟିଭି (@otvkhabar) December 8, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)