• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତା କିଛି ବର୍ଷ ମଧ୍ୟରେ ଓଡ଼ିଶା ହେବାକୁ ଯାଉଛି ବୟସ୍କଙ୍କ ରାଜ୍ୟ । କାହିଁକି ନା ଟୋଟାଲ୍ ଫର୍ଟିଲିଟି ରେଟ୍ - TFR ବା ରାଜ୍ୟର ସମୁଦାୟ ପ୍ରଜନନ ହାର ଏବେ ଜାତୀୟ ହାରଠାରୁ ଯଥେଷ୍ଟ କମ୍ ରହିଛି । ଏବେ ରାଜ୍ୟରେ ଯୁବକ ଓ ବରିଷ୍ଠଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଶିଶୁମାନଙ୍କ ସଂଖ୍ୟା କମିବାରେ ଲାଗିଛି । ତେଣୁ ଆକଳନ କରାଯାଉଛି, ୨୦୩୬ ବେଳକୁ ଓଡ଼ିଶାର ଜନସଂଖ୍ୟା ହ୍ରାସ ପାଉଥିବ ।

ଭୁବନେଶ୍ବରରେ ଆୟୋଜିତ ଓଡ଼ିଶା ବିକାଶ କନକ୍ଳେଭ-୨୦୨୩ରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ରାଜ୍ୟରେ କମିଛି ପ୍ରଜନନ ହାର । ଆଉ ବଢିଚାଲିଛି ଯୁବକ ଏବଂ ବୟସ୍କଙ୍କ ସଂଖ୍ୟା । ଓଡିଶା ବିକାଶ କନକ୍ଲେଭ୍ ୨୦୨୩ରୁ ମିଳିଛି ଏଭଳି ତଥ୍ୟ । ୨୦୨୧ରେ ରାଜ୍ୟରେ ୫ରୁ ୧୪ ବର୍ଷ ବୟସ୍କ ଶିଶୁଙ୍କ ସଂଖ୍ୟା ୧୬ ପ୍ରତିଶତ ଥିବା ବେଳେ ୨୦୩୬ ସୁଦ୍ଧା ସେଥିରେ ୩ ପ୍ରତିଶତ ହ୍ରାସ ପାଇଁ ୧୩ ପ୍ରତିଶତରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

ରାଜ୍ୟର ୧୪ ଜିଲ୍ଲାର ଦମ୍ପତି ପରିବାରକୁ ଗୋଟିଏ ସନ୍ତାନରେ ସୀମିତ ରଖିବାକୁ ଇଛା ପ୍ରକାଶ କରୁଛନ୍ତି । ଯେଉଁଥି ପାଇଁ ଆଗାମୀ ୧୦ ବର୍ଷ ମଧ୍ୟରେ ରାଜ୍ୟର ୩୦ ପ୍ରତିଶତ ପରିବାରରେ ଗୋଟିଏ ସନ୍ତାନ ହେବ । ତେବେ ନବରଙ୍ଗପୁର ଏବଂ ରାୟଗଡା ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିବ । କାରଣ ଏହି ଦୁଇ ଜିଲ୍ଲାରେ ଦମ୍ପତ୍ତି ୨ରୁ ଅଧିକ ସନ୍ତାନ ପାଇଁ ଇଛା ପ୍ରକାଶ କରୁଥିବା ସୂଚନା ମିଳିଛି ।

ଏହି ପ୍ରଜନନ ହାର ବ୍ୟତିକ୍ରମ ଆସନ୍ତା ୨୦ ବର୍ଷ ପରେ ଓଡିଶା ପାଇଁ ଚିନ୍ତାର କାରଣ ପାଲଟିବ ବୋଲି ସୂଚନା ଦେଇଛନ୍ତି ବିଶେଷଜ୍ଞ । ସେପଟେ ପ୍ରଜନନ ହ୍ରାସ ଏବଂ ଆୟୁଷ ବୃଦ୍ଧି ମଧ୍ୟରେ ଓଡିଶାର ବୃଦ୍ଧାବୃଦ୍ଧମାନେ ଅଦୃଶ୍ୟ ହାରରେ ବିସ୍ତାର କରୁଛନ୍ତି । ଯାହାର ହାର ବର୍ତ୍ତମାନ ଭାରତ ତୁଳନାରେ ଓଡିଶାରେ ୪ ପ୍ରତିଶତ ଅଧିକ ।

ବିଶେଷ କରି ୬୦ ବର୍ଷରୁ ଅଧିକ ବୟସର ଜନସଂଖ୍ୟା ୨୦୧୧ରେ୩.୯ ନିୟୁତରୁ ୨୦୩୬ ସୁଦ୍ଧା ୮ ନିୟୁତକୁ ବୃଦ୍ଧି ପାଇବାକୁ ଯାଉଛି ବୋଲି ତଥ୍ୟ ରହିଛି । ସେପଟେ ବର୍ତ୍ତମାନ ରାଜ୍ୟରେ ଯୁବ ଜନସଂଖ୍ୟାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୧୫ରୁ ୫୯ବର୍ଷ ବୟସର ଜନସଂଖ୍ୟା ବଢିବାରେ ଲାଗିଛି । ଏହି ପରିବର୍ତ୍ତନର ପ୍ରଭାବ ଶିକ୍ଷା, ସ୍ୱାସ୍ଥ୍ୟ, କର୍ମ ନିଯୁକ୍ତି, ଶ୍ରମ ଶକ୍ତି, କାର୍ଯ୍ୟ ଦକ୍ଷତା ଓ ସାମାଜିକ ନିରାପତ୍ତା ଉପରେ ପଡିବ ।