ପ୍ରଥମ ଦୁଇଟି ବିସ୍ଫୋରଣ ସନ୍ଧ୍ୟା ସମୟରେ କିଛି ମିନିଟ୍ ବ୍ୟବଧାନରେ ହୋଇଥିବାବେଳେ ତୃତୀୟ ବିସ୍ଫୋରଣ ବିଳମ୍ବିତ ରାତିରେ ହୋଇଥିଲା । ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୭୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
କାବୁଲ ସିରିଜ ବିସ୍ଫୋରଣ ପାଇଁ ISISକୁ ଦାୟୀ କଲା ତାଲିବାନ୍ । ଏହା ISISର କାମ ବୋଲି କହିଲା ତାଲିବାନ୍ । ସିରିଜ ବିସ୍ଫୋରଣରେ ଆମର କୌଣସି ହାତ ନାହିଁ ବୋଲି ସ୍ପଷ୍ଟ କରିଛି ତାଲିବାନ ।
କାବୁଲ ବିମାନବନ୍ଦର ବାହାରେ ହାହାକାର ସ୍ଥିତି ଦେଖାଦେଇଛି। ଆଫଗାନିସ୍ତାନ ଛାଡ଼ି ପଳାଇବା ବ୍ୟଗ୍ରତା ଭିତରେ ଚରମ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ଏଠାରେ ପହଞ୍ଚୁଥିବା ଆଫଗାନ୍ ନାଗରିକ। ଖାଦ୍ୟ ନାହିଁ କି ପିଇବା ପାଣି ବି ନାହିଁ। ଏହାସତ୍ତ୍ୱେ ବର୍ବର ତାଲିନାବୀଙ୍କ କ୍ରୁରତାରୁ ବର୍ତ୍ତିବାକୁ ଅତି ଦୟନୀୟ ସ୍ତିତିରେ ପଡି ରହିଛନ୍ତି ଶହ ଶହ ଲୋକ। ବିମାନ ବନ୍ଦରରେ ପ୍ରବେଶ ଲାଗି ଆମେରିକୀୟ ସୈନ୍ୟ ଅନୁମତି ଦେଉନାହାନ୍ତି ତଥାପି ତୁଟିନି ଏମାନଙ୍କ ଆଶା।
କାବୁଲ ଏୟାରପୋର୍ଟ ବାହାରେ ବଡ଼ ବିସ୍ଫୋରଣ । ୧୩ ମୃତ, ୧୫ରୁ ଅଧିକ ଗୁରୁତର ହୋଇଥିବା ସୂଚନା । ମୃତାହତ ନେଇ ବିଦେଶୀ ଗଣମାଧ୍ୟମ ସୂତ୍ରରୁ ସୂଚନା । ବିସ୍ଫୋରଣ ନେଇ ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବିଙ୍କ ସୂଚନା ।
ବିଶ୍ୱବାସୀଙ୍କ ସମ୍ମୁଖରେ ତାଲିବନୀର ଅତ୍ୟାଚାର ସମସ୍ତଙ୍କ ଆଖି ଆଗରେ ନାଚି ଯାଉଛି। ୨୦ବର୍ଷ ପୂର୍ବର ତାଲିବାନ୍ ଶାସନ ଡରରେ ଦେଶବାସୀ ଆତଙ୍କିତ ହୋଇ ଦେଶ ଛାଡି ପଳାଇଛନ୍ତି। ଯେଉଁ ବିଦେଶୀ ନାଗରିକମାନେ ରହିଯାଇଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ସଂପୃକ୍ତ ଦେଶ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଆଫଗାନିସ୍ତାନର ଏପରି ଦୟନୀୟ ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ଯଶବନ୍ତ ସିହ୍ନା।
କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ କେତେ ଜଣଙ୍କ ପ୍ରାଣ ହରାଇଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିନାହିଁ। ଏୟାରପୋର୍ଟର ଆବେ ଗେଟ୍ ପାଖରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି
ପୁଣି କାବୁଲ ଏୟାରପୋର୍ଟରେ ଫାୟାରିଂ ହୋଇଛି। କାବୁଲରୁ ଇଟାଲୀର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ସମୟରେ ବିମାନ ଉପରକୁ ଅନ୍ଧାଧୁନ୍ ଫାୟାରିଂ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଳିଚାଳନା ପରେ ବିମାନରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତାଲିବାନୀଙ୍କ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ନିଜ ଜୀବନ ବଂଚାଇବା ଲାଗି ପ୍ରାଣପ୍ରଣେ ବିଭିନ୍ନ ଦେଶକୁ ଚାଲିଯାଉଛନ୍ତି ଆଫ୍ଗାନୀ
ଏହି ଭିଡିଓକୁ ଅନ୍ତର୍ଜାତୀୟ ସ୍ତରର ସାମ୍ବାଦିକ ନାଇଟିକ୍ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି ଯେ ଏହା କାବୁଲ ବିମାନବନ୍ଦର ନୁହେଁ ବରଂ ସ୍ପିନ୍ ବୋଲ୍ଡକ ସୀମା, ଯେଉଁଠାରେ ହଜାର ହଜାର ଲୋକ ଆଫଗାନିସ୍ତାନରୁ ପାକିସ୍ତାନ ଯିବାକୁ ଚାହୁଁଛନ୍ତି। ଏଠାରେ କାବୁଲ ବିମାନବନ୍ଦରରୁ ଆହୁରି ଖରାପ ପରିସ୍ଥିତି ରହିଛି, କିନ୍ତୁ ଏଠାରେ କୌଣସି ବିଦେଶୀ ସୈନିକ ନଥିବା ଦେଖାଯ।ଏ।
ତାଲିବାନକୁ ଭୟ କରି ଅଫଗାନିସ୍ତାନର ପ୍ରସିଦ୍ଧ ଗାୟକ ହବିବୁଲ୍ଲା ଶବାବ୍ ଗୀତ ଗାଇବା ଛାଡି ପନିପରିବା ବିକ୍ରୀ କରୁଛନ୍ତି । ହବିବୁଲ୍ଲା ଶବାବ୍ ହେଉଛନ୍ତି ଆଫଗାନିସ୍ତାନର ଜଣେ ପ୍ରସିଦ୍ଧ ଗାୟକ ଓ କଳାକାର । ଅଫଗାନିସ୍ତାନର ଜନ ସାଧାରଣ ନିଜର ଭବିଷ୍ୟତକୁ ଆଖି ଆଗରେ ରଖି ଦେଶ ଛାଡି ପଳାୟନ କରୁଛନ୍ତି । ତେବେ ଆଫଗାନିସ୍ତାନର ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏହିଭଳି ହୃଦୟ ବିଦାରକ ଚିତ୍ର ସାମନାକୁ ଆସୁଛି ।
ଆଫଗାନିସ୍ତାନକୁ ତାଲିବାନ କବ୍ଜା କରିବା ପରେ ଧୀରେ ଧୀରେ ଅସଲ ରୂପ ଦେଖାଉଛି ତାଲିବାନ୍। ତାଲିବାନୀ ଆତଙ୍କୀଙ୍କ ଆତଙ୍କରେ ଭୟଭୀତ ହୋଇ ପଡ଼ିଛନ୍ତି ଆଫଗାନବାସୀ।
କାବୁଲ ଏୟାରପୋର୍ଟରେ ଦୁର୍ଦ୍ଦଶା ମଧ୍ୟରେ କଟୁଛି ଜୀବନ। ତାଲିବାନୀଙ୍କ ଭୟରେ ଦେଶଛାଡ଼ିବା ପାଇଁ ଅପେକ୍ଷା କରିଥିବା ଲୋକେ ଅନାହାର ଓ ଅର୍ଦ୍ଧାହାରରେ ବଞ୍ଚିଛନ୍ତି। ବାପା-ମା’ ଭବିଷ୍ୟତକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଏକାଏକା ବିମାନରେ ପଠାଇ ଦେଉଛନ୍ତି।
ଆତଙ୍କବାଦୀଙ୍କ ଟାର୍ଗେଟରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଏୟାରପୋର୍ଟ। ଯେକୌଣସି ମୁହୂର୍ତ୍ତରେ କାବୁଲ ହମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି।
ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ଏହା ଅନେକ ସମ୍ପ୍ରଦାୟ ପାଇଁ ଚିନ୍ତା ଏବଂ ଆହ୍ୱାନରେ ବିଷୟ ହୋଇପଡିଛି। ସବୁଠୁ ବେଶି ହଇରାଣର ଶିକାର ହେଉଛନ୍ତି ମହିଳା। ସେମାନେ ଭୟଭୀତ ଅଛନ୍ତି। LGBTQ ସମ୍ପ୍ରଦାୟର ଲୋକମାନେ ଖୁବ୍ ଭୟଭୀତ ହୋଇପଡିଛନ୍ତି। ଏହି ସମ୍ପ୍ରଦାୟରୁ ଆସୁଥିବା ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଯଦି ତାଲିବାନ ସେମାନଙ୍କ ଯୌନ ସମ୍ପର୍କ ବିଷୟରେ ଜାଣନ୍ତି, ତେବେ ସେମାନେ ବଞ୍ଚିପାରିବେ ନାହିଁ।
ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି। ଆଫଗାନିସ୍ତାନରେ ଆରମ୍ଭ ହୋଇ ଯାଇଛି ତାଲିବାନୀଙ୍କ ଆତଙ୍କରାଜ। ମହିଳାମାନଙ୍କ ଦୁର୍ଦ୍ଦଶା ବଢି ଯାଇଛି।
ଦିନେ ମନ୍ତ୍ରୀ ଥିଲେ, ଆଜି ପିଜା ବିକିଲେ। କଥାରେ ଅଛି ଆଜି ଯିଏ ରାଜେନ୍ଦ୍ର ଆସନେ କାଲି ଫକୀର ଅର୍ଥାତ୍ କାଲି ଯିଏ ରାଜା ଥିବ ଆଜି ସିଏ ଭିକାରୀ ହୋଇଯାଇପାରେ। ଆଜିକା ଦିନରେ ଥରେ ଯିଏ ନେତା ମନ୍ତ୍ରୀ ହେଲା ତା’ର ପରବର୍ତ୍ତୀ କେତେ ପିଢ଼ି ପାଇଁ ଯେ ସେ ଧନ ସଂଚୁଛନ୍ତି ତାହାର ହିସାବ କାହା ପାଖରେ ନାହିଁ। କିନ୍ତୁ ଥରେ ଚିନ୍ତା କରନ୍ତୁ ଏହି ମନ୍ତ୍ରୀଙ୍କ ପାଖରେ କଣ ଅଭାବ ରହିଲା ଯେ, ସେ ପିଜା ବିକିବାକୁ ବାଧ୍ୟ ହେଲେ
G7 ବୈଠକରେ ଆଫଗାନିସ୍ତାନ ସଙ୍କଟକୁ ନେଇ ଆଲୋଚନା। ୩୧ ଅଗଷ୍ଟ ପରେ ବି ଯେଉଁମାନେ ଆଫଗାନିସ୍ତାନ ଛାଡ଼ିବେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ବିଶ୍ୱ ନେତା।
ଧୀରେ ଧୀରେ ନିଜର ଅସଲ ରୂପ ଦେଖାଉଛି ତାଲିବାନ୍। ହଜାର ହଜାର ସଂଖ୍ୟକ ନାଗରିକ ଦେଶ ଛାଡି ଚାଲିଯାଉଥିବାରୁ ଏବେ ଚିନ୍ତାରେ ପଡ଼ିଯାଇଛି ତାଲିବାନ୍। ସୂଚନା ଅନୁସାରେ, କାବୁଲ ବିମାନବନ୍ଦରକୁ ଆଉ ଆଫଗାନୀ ନାଗରିକଙ୍କୁ ଛାଡୁନି ତାଲିବାନ
ବାଇଡେନ୍ଙ୍କ ଉପରେ ବର୍ଷିଲେ ଟ୍ରମ୍ପ। ଆଫଗାନିସ୍ତାନ ସମ୍ପର୍କରେ ବାଇଡେନ୍ଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏମିତି ବାଇଡେନ୍ଙ୍କୁ ଟ୍ରମ୍ପ ପଚାରିଛନ୍ତି ଆଫଗାନିସ୍ତାନରୁ ଆପଣ କେତେ ଆତଙ୍କୀ ଆମେରିକାକୁ ଆଣିଛ? କେବଳ ଏତିକି ନୁହେଁ ବରଂ ଆମେରିକାର ଆଫଗାନ୍ ନୀତି ପୂରା ଫେଲ ମାରିଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।
ତାଲବାନ କବ୍ଜାକୁ ଚାଲିଯିବ କି ପଞ୍ଜଶିର ? ଆତ୍ମସମର୍ପଣ କରିବେ କି ନର୍ଦ୍ଦନ ଆଲାଏନ୍ସ ?
ତାଲିବାନ ପ୍ରସଙ୍ଗ ନେଇ ଜି 7 ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ଘନ ଘନ ଆଲୋଚନା ଆଫଗାନିସ୍ତାନ ସଙ୍କଟକୁ ନେଇ G7 ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି। ବିଶେଷକରି ୩୧ ଅଗଷ୍ଟ ପରେ ବି ଯେଉଁମାନେ ଆଫଗାନିସ୍ତାନ ଛାଡ଼ିବେ ସେମାନଙ୍କ ସୁରକ୍ଷା ଗ୍ୟାରେଣ୍ଟି ଦାୟିତ୍ୱ ତାଲିବାନ ଦେଉ ବୋଲି ଦାବି ଉଠିଥିଲା
ଆଫଗାନିସ୍ତାନ ତାଲିବାନକୁ ଦଖଲ କଲାପରେ ବର୍ତ୍ତମାନ ର ପରିସ୍ଥିତିକୁ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଫୋନରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ସୂଚନା ଆନୁସାରେ ପ୍ରାୟ ୪୫ ମିନିଟରେ ଫୋନରେ କଥା ହୋଇଥିଲେ । ଏ ନେଇ ପ୍ରଧାନମନ୍ତ୍ରୀ ପୁଟିନଙ୍କ ସହ କଥା ହୋଇଥିବା ସୂଚନା ଏକ ଟ୍ୱିଟ କରି ଜଣାଇଛନ୍ତି ।
ତାଲିବାନ୍ର ଟାର୍ଗେଟ୍ ପଞ୍ଜଶିର । ପ୍ରତିରୋଧର ଶେଷ ଉପତ୍ୟକାକୁ ଦଖଲରେ ନେବାକୁ ନର୍ଦ୍ଦନ ଆଲାଏନ୍ସ ସହ ତାଲିବାନୀ ଆତଙ୍କୀଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ ।
ତାଲିବାନ ଆଫଗାନିସ୍ଥାନକୁ କାବୁ କରିବା ସାରା ଦୁନିଆରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆଫଗାନିସ୍ଥାନକୁ ତାଲିବାନ କବ୍ଜା କରିବା ପରେ ସାରା ଦେଶରେ ଏବେ ଭୟର ବାତାବରଣ ଖେଳିଯାଇଛି। ଲୋକଙ୍କ ମନରେ ଅସୁରକ୍ଷିତ ଭାବନା ଜନ୍ମ ନେଇଛି। ଏହା ପଛରେ ତାଲିବାନର ଉଗ୍ର ଶାସନର କାରଣ ରହିଛି। ତାଲିବାନ ହାତକୁ ଆଫଗାନିସ୍ଥାନ ଯିବା ପରେ ଏହାର ପୃଷ୍ଠଭୂମି ସମ୍ପୂର୍ଣ୍ଣ ବଦଳିଯାଇଛି। ବିଶେଷକରି ମହିଳାଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲାଗିଛି। ଲୋକଙ୍କ ମନ ଏଭଳି ଭୟ ସୃଷ୍ଟି ହୋଇଛି ଯେ ଆଗାମୀ ଶାସନ କ’ଣ ହେବ।
ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସେଠିକାର ସ୍ଥିତି ବଦଳି ଯାଇଛି। ଦେଶରେ ଅରାଜକତା, ଅସ୍ଥିରତା ଦେଖା ଦେଇଛି। ଏପରି ପରିସ୍ଥିତିରେ ଆଫଗାନିସ୍ତାନ ମୁଦ୍ରା ଆଫଗାନି (Afghani) ମୂଲ୍ୟ ପୁଣି ହ୍ରାସ ପାଇବ କିମ୍ବା ଅସ୍ଥିର ରହିବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ୟୁକ୍ରେନ୍ ବିମାନ ଅପହରଣ। ଆଫଗାନିସ୍ତାନ କାବୁଲ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ହାଇଜାକ୍ ହୋଇଛି। କାବୁଲ ବିମାନ ବନ୍ଦରରୁ ଉଡ଼ାଣର କିଛି ସମୟ ପରେ ଏହାକୁ ଅପହରଣ କରାଯାଇଛି। ମିଳିଥିବାକ ସୂଚନା ମୁତାବକ ଏହାକୁ ଇରାନକୁ ନିଆଯାଇଛି। ତେବେ ଏହାପଛରେ କିଏ ରହିଛି ସେ ସମ୍ପର୍କରେ ଏବେ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନି । କାବୁଲରେ ଫସି ଥିବା ଯାତ୍ରୀଙ୍କୁ ୟୁକ୍ରେନ୍ ନିଆଯିବାକୁ ଆଜି ସକାଳେ ବିମାନ ପହଞ୍ଚିଥିଲା।