କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱ ଭାରତର ପଦକ୍ଷେପକୁ ସମର୍ଥନ କରୁଥିବା ବେଳେ ଇସ୍ଲାମିକ୍ ସହଯୋଗୀ ସଂଗଠନ OIC ବାରମ୍ବାର ଜାତିସଂଘରେ ଏହାକୁ ବିରୋଧ କରୁଛି । ତେବେ ଭାରତ ପକ୍ଷରୁ OICକୁ ମୁହଁତୋଡ଼ ଜବାବ ମିଳିଛି ଜାତିସଂଘରେ । ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ପାଇଁ ଭାରତ ପକ୍ଷରୁ OIC କୁ ଚେତାବନୀ ଦିଆଯାଇଛି ।