/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632540844.jpg)
Taliban New Order All Afghan Girls Of 20 Years Of Age Or Above Must Be Married
ନୂଆଦିଲ୍ଲୀ : ୨୦ ବର୍ଷ ହେଲେ ଝିଅମାନଙ୍କୁ ବିବାହ କରିବାକୁ ବାଧ୍ୟ । ଏଭଳି ନୂଆ ନିୟମ ଜାରି କରି ମହିଳାମାନଙ୍କ ଆତ୍ମସମ୍ମାନକୁ ପୁଣି ଥରେ ତଳେ ପକାଇଛି ତାଲିବାନ୍ । କେବଳ ଏତିକି ନୁହେଁ, ୧୮ ବର୍ଷର ଝିଅମାନଙ୍କୁ ବିବାହ ପରେ ହିଁ ବିଶ୍ୱବିଦ୍ୟାଳୟରେ ପଢିବାକୁ ଅନୁମତି ମିଳିବ । ବିବାହ ପରେ ଝିଅମାନେ ତାଙ୍କ ସ୍ୱାମୀଙ୍କ ସହିତ ହିଁ ବିଶ୍ୱବିଦ୍ୟାଳୟ ଯାଇପାରିବେ । ଏହାସହ ୩୫ ବର୍ଷରୁ କମ୍ ବୟସ୍କ ବିଧବାଙ୍କ ବିବାହ ତାଲିବାନୀ ଯୁବକଙ୍କ ସହ କରିବା ନେଇ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି।
Also Read
ଏହି ସବୁ ନିର୍ଦ୍ଦେଶନାମାରୁ ସ୍ପଷ୍ଟ ଜଣାପଡୁଛି ଯେ, ମହିଳାମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଇଛି ତାଲିବାନ୍ । ଆଫଗାନ୍ ଦଖଲ କରି କ୍ଷମତାକୁ ଆସିବା ପରେ ତାଲିବାନ ମହିଳାମାନଙ୍କୁ କାମକୁ ନ ଯିବାକୁ ନିର୍ଦ୍ଦେଶ ଦେଇଥିଲା । ବର୍ତ୍ତମାନ ତାଲିବାନମାନେ ସିରିଆ ଆଇନ୍ ଲାଗୁ କରିବା ଉଦ୍ଦେଶ୍ୟରେ ମହିଳାମାନଙ୍କୁ ନିଜ ଜାଲରେ ପକାଇବାକୁ ଷଡଯନ୍ତ୍ରର କରି ଚାଲିଛି । ସେଥିପାଇଁ ମହିଳାମାନଙ୍କ ପାଇଁ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶାବଳୀ ଜାରି କରୁଛି । ଏଭଳି ଅଜବ ନିୟମ ଜାରି କରି ତାଲିବାନ୍ ପୁଣ ଥରେ ତାର ମୁର୍ଖାମୀର ପରିଚୟ ଦେଇଛି ।
ସିନିୟର କାଉଣ୍ଟର ଟେରର୍ ଏକ୍ସପୋର୍ଟ ଡ଼ ରିତୁରାଜ ମେଟଙ୍କ ଅନୁଯାୟୀ, ବାଳିକା ଓ ମହିଳାମାନଙ୍କ ଆତ୍ମସମ୍ମାନ, ସ୍ୱାଧୀନତା ଏବଂ ଅଧିକାର ନଷ୍ଟ ହେଉଛି । ଏଥି ସହିତ ମହିଳାମାନଙ୍କ ପାଇଁ ତାଲିବାନ ନିର୍ଦ୍ଦେଶନାମା ଦେଇ ନିଜ ଷଡଯନ୍ତ୍ରକୁ ସଫଳ କରିବାକୁ ଚାହୁଁଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଆଫଗାନିସ୍ତାନ କବଜା କରିବା ପରେ ତାଲିବାନ ମହିଳାଙ୍କ ଅଧିକାର ଏବଂ ସେମାନଙ୍କ ସୁରକ୍ଷା ବିଷୟରେ ଯେଉଁ ପ୍ରତିଶ୍ରୃତି ଦେଇଥିଲା ତାହା ମିଥ୍ୟା । ତାଲିବାନ୍ର ଶବ୍ଦ ଏବଂ କାର୍ଯ୍ୟ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)