ଭାରତ ପ୍ରତି ବିପଦ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଗୋଟିଏ ପଟେ ପାକିସ୍ତାନ, ଅନ୍ୟପଟେ ଚୀନ୍ ଆଉ ଏବେ ନେପାଳ । ପୁଣିଥରେ ଭାରତୀୟ ସୀମାକୁ ପଶିଆସିଛି ନେପାଳର ବିମାନ । ଆଉ ଏହା ପରେ ଭାରତୀୟ ସେନା ସମେତ ସୁରକ୍ଷା ଏଜେନ୍ସି ଆଲର୍ଟରେ ଅଛନ୍ତି
ପୂର୍ବ ଲଦାଖ୍ ପରେ ଉତ୍ତରାଖଣ୍ଡ ଉପରେ ଭୂମାଫିଆ ଚୀନର ନଜର । ଚୀନ୍ର ଷଡ଼ଯନ୍ତ୍ର ରୋକିବାକୁ ବିଶ୍ୱ ଏକଜୁଟ୍ ହେଉଥିବା ବେଳେ ଡ୍ରାଗନ୍ ପଡୋଶୀ ଦେଶ ଭାରତ ଉପରେ ବାରମ୍ବାର ଆଖି ପକାଉଛି । ପୂର୍ବ ଲଦାଖରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଚୀନ୍ ଉତ୍ତରାଖଣ୍ଡର ବାରାହୋଟି ଅଞ୍ଚଳରେ ଭାରତକୁ ଉସକାଇବା ଭଳି କାମ କରିଛି । ଚୀନ୍ ୧୦୦ରୁ ଅଧିକ ସେନା ସୀମା ପାର କରି ଭାରତରେ ଅନୁପ୍ରବେଶ କରି ଅନେକ ଭିତ୍ତିଭୂମି ନଷ୍ଟ କରିଦେଇଛନ୍ତି