• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଚିନ୍ତା ବଢାଉଛି ବାୟୁପ୍ରଦୂଷଣ 

  • WHO ଜାରି କଲା ନୂଆ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ : ଚିନ୍ତା ବଢାଇଲାଣି ବାୟୁ ପ୍ରଦୂଷଣ । ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବାର WHO ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ WHO ନୂଆ ଗାଇଡ୍‌ଲାଇନ୍‌ ଲାଗୁ କରିଛନ୍ତି । ଯାହାକୁ କଡାକଡି ଭାବେ ମାନିବା ପାଇଁ ଭାରତ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ବାୟୁ ପ୍ରଦୂଷଣ ଯୋଗୁଁ ଲୋକଙ୍କ ଜୀନବନ ପ୍ରତି  ବିପଦ ସୃଷ୍ଟି ହେଉଛି ବୋଲି ଗତ ସେପ୍ଟେମ୍ୱର ୨୨ରେ WHO ପକ୍ଷରୁ କୁହାଯାଇଛି । ବାୟୁ ପ୍ରଦୂଷଣ ଦ୍ୱାରା ପ୍ରତି ବର୍ଷ ୭୦ ଲକ୍ଷ ଲୋକଙ୍କର ଅକାଳରେ ମୃତ୍ୟୁ ହେଉଛି । ଯାହା ଆଗାମୀ ଦିନରେ ମୁନଷ୍ୟ ସମାଜ ପାଇଁ ହାନୀକାରକ ସାବ୍ୟସ୍ତ ହେବ ବୋଲି ସୂଚନା ଦିଆଯାଇଛି ।

ବାୟୁ ପ୍ରଦୂଷଣ ଧୂମପାନ କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ସହିତ ସମାନ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି । ତେଣୁ ଏନେଇ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯାହା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ସଂଗଠନ ଦାବି କରିଛି । ଗତ ସେପ୍ଟେମ୍ବର ୨୨ ତାରିଖରେ WHO କହିଛି, ବାୟୁ ପ୍ରଦୂଷଣ ବର୍ତ୍ତମାନ ମାନବ ଜୀବନ ପାଇଁ ସବୁଠାରୁ ବଡ ପରିବେଶ ବିପଦ, ଯାହା ପ୍ରତିବର୍ଷ ୭୦ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ଘଟୁଛି । ଚେଣୁ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ଦ୍ଦେଶନାମାକୁ କଡାକଡି ଭାବେ ପାଳନ କରିବାର ଆବଶ୍ୟକତା ରହିଛି ।

ନୂଆ ନିୟମ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ । କାରଣ ନୂତନ ନିର୍ଦ୍ଦେଶାବଳୀ ଅନୁସାରେ, ଓଜୋନ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, ସଲଫର୍ ଡାଇଅକ୍ସାଇଡ୍ ଏବଂ କାର୍ବନ ମନୋକ୍ସାଇଡ୍ ଥିବା ପଦାର୍ଥ ଉପରେ ରୋକ୍‌ ଲଗାଯିବ । ଏହି ନୂଆ ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ WHO ସରକାରଙ୍କୁ ନିବେଦନ କରିଛି । ପୂର୍ବରୁ ମଧ୍ୟ WHO ଶେଷ ଥର ପାଇଁ ୨୦୦୫ ରେ ବାୟୁ ଗୁଣବତ୍ତା ନିର୍ଦ୍ଦେଶାବଳୀ ଜାରି କରିଥିଲା । ଯାହା ବିଶ୍ୱର ପରିବେଶ ଉପରେ ବିଶେଷ ଭାବରେ ପ୍ରଭାବ ପକାଇଥିଲା ।

ଗତ ୧୬ ବର୍ଷରେ ଏହା ପ୍ରମାଣିତ ହୋଇଛି, ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ଉପରେ ମାତ୍ରାଧିକ ପ୍ରଭାବ ପକାଇଥାଏ । ହେଲେ ପୂର୍ବ ଅପେକ୍ଷା ବର୍ତ୍ତମାନ୍ ବହୁତ ଅଧିକ ପ୍ରଭାବ ପକାଉଛି । ମିଳିଥିବା ଏହି ପ୍ରମାଣ ଦ୍ୱାରା କେବଳ ନିର୍ଦ୍ଦିଷ୍ଟ ଦେଶ କିମ୍ବା ଅଞ୍ଚଳ ନୁହେଁ ବରଂ ସାରା ବିଶ୍ୱ ସ୍ତରରେ ବାୟୁ ପ୍ରଦୂଷକକୁ ହ୍ରାସ କରିବାରେ ସାହାଯ୍ୟ ମିଳିପାରିବ ।