• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପିଲାଙ୍କ ପାଇଁ ଭିନ୍ନ କୋଠରୀ ଓ ଝିଅଙ୍କ ପାଇଁ କୋଠରୀ

  • ପରଦା ପଛର ପାଠପଢ଼ା

କାବୁଲ : ପରଦା ପଛର ପାଠପଢ଼ା । ପିଲାଙ୍କ ପାଇଁ ଭିନ୍ନ କୋଠରୀ ଓ ଝିଅଙ୍କ ପାଇଁ କୋଠରୀ । ଶିକ୍ଷାର ମନ୍ଦିରରେ ମଧ୍ୟ ଝିଅମାନେ ଭେଦଭାବର ଶିକାର ହେଉଛନ୍ତି । ଝିଅମାନଙ୍କ ଉପରେ ଯେପରି ପୁଅପିଲାଙ୍କ ନଜର ପଡ଼ିବନି ସେଥିପାଇଁ ଚାପ ପ୍ରୟୋଗ କରୁଛନ୍ତି ତାଲୀବାନୀ । ତାଲିବାନ୍ ସଂଗଠନ ଦ୍ୱାରା ଆଫଗାନିସ୍ତାନରେ ଦଖଲ କରିବାର ଏକ ମାସରୁ ଅଧିକ ସମୟ ପରେ ଲିଙ୍ଗଗତ ଭେଦଭାବ ନୀତି କାର୍ଯ୍ୟକାରୀ କରିବାକୁ ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ମହିଳାଙ୍କ ଶିକ୍ଷା ସପକ୍ଷରେ ନାହିଁ ତାଲିବାନ୍ ସରକାର । ତେଣୁ ବିଶ୍ୱବିଦ୍ୟାଳୟ ଗୁଡ଼ିକରତ ଶ୍ରେଣୀକୁ ଡାକ୍ତରଖାନା ପରି ଛୋଟ ଛୋଟ କୋଠରୀରେ ବିଭାଜନ କରାଯାଇଛି । ଗୋଟିଏ ଶ୍ରେଣୀ ଗୃହରେ ପରଦା, ଜାଲି ଲଗାଇ ଶିକ୍ଷାର ମନ୍ଦିରରକୁ ଭାଗ ଭାଗ କରି ଦିଆଯାଉଛି । ସେହିପରି ଝିଅଙ୍କ ପାଠପଢ଼ା ପାଇଁ ଭିନ୍ନ ସିଫ୍ଟ ବ୍ୟବସ୍ଥା କରାଯାଇଛି । ଫଳରେ ପାଠପଢ଼ା ସମୟରୁ ହିଁ ପୁଅଝିଅଙ୍କ ମଧ୍ୟରେ ଲିଙ୍ଗଗତ ଭେଦଭାବର ବିଷମଞ୍ଜି ବୁଣି ହୋଇଯାଉଛି ।

 ୧୯୩୨ ମସିହାରେ ପ୍ରତିଷ୍ଠା ହୋଇଥିବା କାବୁଲ ବିଶ୍ୱବିଦ୍ୟାଳୟ ତଥା ଆଫଗାନିସ୍ତାନର ତିନି ଦଶନ୍ଧି ପୁରୁଣା କାନ୍ଦାହାର ବିଶ୍ୱବିଦ୍ୟାଳୟରେ ପୂର୍ବରୁ ଯଥାକ୍ରମେ ୨୬,୦୦୦ ଏବଂ ୧୦,୦୦୦ ଲେଖାଏଁ ପିଲା ପାଠ ପଢ଼ୁଥିଲେ । ହେଲେ ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ବର୍ତ୍ତମାନ ଛାତ୍ରଛାତ୍ରୀ ସଂଖ୍ୟା ବହୁ ମାତ୍ରାରେ କମ୍ ହୋଇସାରିଥିବା ବେଳେ ବର୍ତ୍ତମାନ କାବୁଲ ବିଶ୍ୱବିଦ୍ୟାଳୟରେ ୧୨,୦୦୦ ଏବଂ କାନ୍ଦାହାର ବିଶ୍ୱବିଦ୍ୟାଳୟରେ ମାତ୍ର ୧୦୦୦ ଝିଅ ପାଠ ପଢ଼ୁଛନ୍ତି । ତାଲିବାନ୍ ସରକାର ଭୟରେ ଧୀରେ ଧୀରେ ଝିଅମାନେ ପାଠପଢ଼ା ଛାଡ଼ୁଛନ୍ତି । କିଛି ଘରୋଇ ବିଶ୍ୱବିଦ୍ୟାଳୟ ବନ୍ଦ ହେବା ଉପରେ ।

ଇଣ୍ଡିଆନ ଏକ୍ସପ୍ରେସ ସହ ଆଲୋଚନା ସମୟରେ କାନ୍ଦାହାର ବିଶ୍ୱବିଦ୍ୟାଳୟର କୁଳପତି ଅବଦୁଲ ୱାହିଦ ୱାସିକ କହିଛନ୍ତି, “ପର୍ଯ୍ୟାପ୍ତ ସମ୍ବଳ ହେଲେ ହିଁ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଖୋଲିପାରିବ । ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେସରକାରୀ ବିଶ୍ୱବିଦ୍ୟାଳୟ ଅପେକ୍ଷା ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଘରୋଇ ବିଶ୍ୱବିଦ୍ୟାଳୟରେ ପ୍ରତ୍ୟେକ ଶ୍ରେଣୀରେ ବର୍ତ୍ତମାନ ୧୦ରୁ ୨୦ ଜଣ ଜଣ ପାଠପଢ଼ୁଛନ୍ତି । ଏପରିସ୍ଥଳେ ଝିଅ ଓ ପୁଅଙ୍କ ପାଇଁ ଭିନ୍ନ ଶ୍ରେଣୀ କରିବା ସହଜ । କିନ୍ତୁ ସରକାରୀ ବିଶ୍ୱବିଦ୍ୟାଳୟରେ ଅଧିକ ପିଲା ପାଠ ପଢ଼ୁଥିବାରୁ ଝିଅଙ୍କ ପାଇଁ ଭିନ୍ନ କୋଠରୀରେ ଶିକ୍ଷାଦାନ ସମ୍ଭବପର ହେଉନାହିଁ ।

ଆଫଗାନିସସ୍ତାନରେ ପ୍ରାୟ ୪୦ ଟି ସାର୍ବଜନୀକ ବିଶ୍ୱବିଦ୍ୟାଳୟ ରହିଛି । ତାଲିବାନ ସହ-ଶିକ୍ଷା ଉପରେ ନିଷେଧାଦେଶ ଜାରି କରିବା ପରେ ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସ୍ଥାନୀୟ ବାସ୍ତବତାକୁ ଆଧାର କରି ପୁଣି ଥରେ ବିଶ୍ୱବିଦ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ମହିଳାମାନଙ୍କୁ ପରଦା କିମ୍ବା କ୍ୟୁବିକଲରେ ବସି କ୍ଲାସରେ ଯୋଗଦେବାକୁ ଅନୁମତି ଦିଅନ୍ତୁ ଦିଅନ୍ତୁ ବୋଲି ଅଧିକାଂଶ ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ଦେଇଛନ୍ତି । ହେଲେ ଏବେ ସୁଦ୍ଧା ତାଲିବାନୀ ସରକାର ପକ୍ଷରୁ ମହିଳାଙ୍କ ଶିକ୍ଷା ଉପରେ କୌଣସି ସ୍ପଷ୍ଟ ନୀତି ପ୍ରକାଶ ପାଇନାହିଁ ।