Advertisment

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସର୍ବସମ୍ମୁଖରେ ଅଣ୍ଡାମାଡ଼

ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଲାୟନ ସହରରେ ଅନୁଷ୍ଠିତ ରେଷ୍ଟୁରାଣ୍ଟ ଓ ହୋଟେଲ ଟ୍ରେଡ ଫେୟାରକୁ ବୁଲିବାକୁ ଯାଇଥିଲେ। ସେଠାରେ ଲୋକଙ୍କ ସମାଗମ ବିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଅଣ୍ଡାମାଡ଼ କରିଥିଲେ। ବ୍ୟକ୍ତି ଜଣଙ୍କ ମାଡ଼ କରିଥିବା ଅଣ୍ଡା ଇମାନ୍ୟୁଏଲଙ୍କ କାନ୍ଧରେ ବାଜିଥିଲା

author-image
Chandan Shishu
emmanuel macron hit with egg

emmanuel macron hit with egg

ପ୍ୟାରିସ: ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଅଣ୍ଡାମାଡ଼। ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ବ୍ୟକ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନଙ୍କୁ ଅଣ୍ଡାମାଡ଼ କରିଛନ୍ତି। ଲାୟନ ସହରରେ ଅନୁଷ୍ଠିତ ରେଷ୍ଟୁରାଣ୍ଟ ଓ ହୋଟେଲ ଟ୍ରେଡ ଫେୟାରକୁ ବୁଲିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଅଣ୍ଡାମାଡ଼ କରିଛନ୍ତି। ଅଣ୍ଡାଟି ଇମାନ୍ୟୁଏଲଙ୍କ କାନ୍ଧରେ ବାଜିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିର୍ବାଚନ ଆଗରୁ ଏଭଳି ଅପ୍ରିତୀକର ସ୍ଥିତି ଫ୍ରାନ୍ସ ଦେଶର ରାଜନୀତିକୁ ଆହୁରି ସରଗରମ କରିଦେଇଛି। ଅଣ୍ଡାମାଡ଼ କରିଥିବା ବ୍ୟକ୍ତିଦେଖା କରିବାକୁ ଚାହୁଁଥିବା ଇମାନ୍ୟୁଏଲ କହିଛନ୍ତି। ଦିନେ ଚାପୁଡା ମାଡ଼ ଖାଇଥିବା ଇମାନ୍ୟୁଏଲ ଏବେ ଅଣ୍ଡାମାଡ଼ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

Advertisment

ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଲାୟନ ସହରରେ ଅନୁଷ୍ଠିତ ରେଷ୍ଟୁରାଣ୍ଟ ଓ ହୋଟେଲ ଟ୍ରେଡ ଫେୟାରକୁ ବୁଲିବାକୁ ଯାଇଥିଲେ। ସେଠାରେ ଲୋକଙ୍କ ସମାଗମ ବିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଅଣ୍ଡାମାଡ଼ କରିଥିଲେ। ବ୍ୟକ୍ତି ଜଣଙ୍କ ମାଡ଼ କରିଥିବା ଅଣ୍ଡା ଇମାନ୍ୟୁଏଲଙ୍କ କାନ୍ଧରେ ବାଜିଥିଲେ ବି ଭାଙ୍ଗିନଥିଲେ କିନ୍ତୁ ଏହା ଭାଙ୍ଗି ନଥିଲା। ଘଟଣା ପରେ ଅଣ୍ଡାମାଡ଼ କରିଥିବା ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀମାନେ ଘେରାଉ କରି ମେଳାରୁ ବାହାର କରି ଦେଇଥିଲେ। ତେବେ ରାଷ୍ଟ୍ରପତି ଇମାନ୍ୟୁଏଲ ତାଙ୍କ ସହ ପରବର୍ତ୍ତୀ ଅବସ୍ଥାରେ କଥା ହେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

Advertisment

ସେ କହିଛନ୍ତି, ‘ଯଦି ସେ ମୋତେ କିଛି କହିବାକୁ ଚାହୁଁଛନ୍ତି, ତା’ହେଲେ ତାଙ୍କୁ ଆସିବାକୁ ଦିଅନ୍ତୁ। ଏହି ମେଳା ପରିଦର୍ଶନ ପରେ ମୁଁ ତାଙ୍କୁ ଭେଟିବାକୁ ଯିବି।‘ ଏହାପୂର୍ବରୁ ଇମାନ୍ୟୁଏଲ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଚାପୁଡ଼ା ମାରିଥିଲେ। ସେହିପରି ୨୦୧୭ରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ପ୍ରଚାର କରୁଥିବା ବେଳେ ତାଙ୍କ ମୁଣ୍ଡକୁ ଅଣ୍ଡା ମାଡ଼ କରାଯାଇଥିଲା। ପ୍ୟାରିସରେ ଆୟୋଜିତ ଗୋଟିଏ କୃଷି ମେଳାରେ ସେ ଏପରି ଅଣ୍ଡାମାଡ଼ର ଶିକାର ହୋଇଥିଲେ।

ଆସନ୍ତା ଏପ୍ରିଲରେ ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏଥିପାଇଁ ଇମାନ୍ୟୁଏଲ ଅନେକ ପ୍ରଚାର କରିବେ। ତେଣୁ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ଉକ୍ତ ଘଟଣାଗୁଡ଼ିକ ପରେ ସ୍ପଷ୍ଟ ହୋଇଛି।

President France Emmanuel Macron
Advertisment
Advertisment