Advertisment

କାଶ୍ମୀର ପ୍ରସଙ୍ଗରେ ଭାରତକୁ ଝଟ୍‌କା ଦେଲା ତାଲିବାନ, ପାକିସ୍ତାନକୁ କଲା ଖୁଲମ୍‌ଖୁଲା ପ୍ରଶଂସା

ଆଫଗାନିସ୍ତାନ ଦଖଲ ପରେ ତାଲିବାନ କହିଥିଲା ଯେ, କଶ୍ମୀର ପ୍ରସଙ୍ଗ ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ହେଲେ ଏବେ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, କଶ୍ମୀରରେ ଅବହେଳିତ ମୁସଲମାନଙ୍କ ପାଇଁ ସ୍ୱର ଉତ୍ତୋଳନ ଜାରି ରହିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Taliban Spokesperson Zabihullah Mujahid

Taliban Spokesperson Zabihullah Mujahid

କାବୁଲ: ଜୋରଜବରଦସ୍ତ ଆଫଗାନିସ୍ତାନକୁ ଦଖଲ କରି ସରକାର ଗଠନ କରିଥିବା ତାଲିବାନ ଏବେ କଶ୍ମୀର ପ୍ରସଙ୍ଗରେ ଭାରତକୁ ଏକ ଝଟ୍‌କା ଦେଇଛି। ଆଫଗାନିସ୍ତାନ ଦଖଲ ପରେ ତାଲିବାନ କହିଥିଲା ଯେ, କଶ୍ମୀର ପ୍ରସଙ୍ଗ ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ହେଲେ ଏବେ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, କଶ୍ମୀରରେ ଅବହେଳିତ ମୁସଲମାନଙ୍କ ପାଇଁ ସ୍ୱର ଉତ୍ତୋଳନ ଜାରି ରହିବ। ତାଲିବାନର ପ୍ରବକ୍ତା ତଥା ଆଫଗାନିସ୍ତାନର ଡେପୁଟି ସୂଚନା ମନ୍ତ୍ରୀ ଜବିହୁଲ୍ଲା ମୁଜାହିଦ୍ ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି।

Advertisment

ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, ପାଲେଷ୍ଟାଇନ୍‌ ହେଉ କି କଶ୍ମୀର କି ମିଆଁମାର ସାରା ବିଶ୍ୱରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ମୁସଲମାନଙ୍କ ସହ ଖରାପ ବ୍ୟବହାର କରାଯାଉଛି। ତେଣୁ ଏଭଳି ଅବହେଳାର ଶିକାର ହେଉଥିବା ମୁସଲମାନଙ୍କ ପାଇଁ ସ୍ୱର ଉତ୍ତୋଳନ ଜାରି ରଖିବୁ। ଯେଉଁଠାରେ ମୁସଲମାନମାନଙ୍କ ପ୍ରତି ଅତ୍ୟାଚାର ହେଉଛି, ଏହା ଚିନ୍ତାଜନକ। ଏହାକୁ ଆମେ ବିରୋଧ କରୁଛୁ। ଏହାସହ ଜମ୍ମୁ କାଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନକୁ ମଧ୍ୟ ଆମେ ନିନ୍ଦା କରୁଛୁ। ସାରା ବିଶ୍ୱର ବିଭିନ୍ନ ସ୍ଥାନରେ ଏଭଳି ଅବହେଳାର ଶିକାର ହେଉଥିବା ମୁସଲମାନଙ୍କୁ ଆଫଗାନିସ୍ତାନ ସରକାର କୂଟନୈତିକ ଓ ରାଜନୈତିକ ସାହାଯ୍ୟ ପ୍ରଦାନ ଜାରି ରଖିବେ।

Advertisment

ଖାଲି ଏତିକି ନୁହେଁ ଏହି ସାକ୍ଷାତକାରରେ ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍ ପାକିସ୍ତାନକୁ ଖୁଲମ୍‌ଖୁଲା ପ୍ରଶଂସା କରିଛନ୍ତି। ସେ କହିଛନ୍ତି,ଆଫଗାନିସ୍ତାନ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ପାକିସ୍ତାନ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ସମୁଦାୟରେ ଦାବି କରାଯାଇଛି। ଆଫଗାନିସ୍ତାନକୁ ନେଇ ପାକିସ୍ତାନ ସ୍ୱର ଉତ୍ତୋଳନ କରିଛି ଓ ଆଫଗାନିସ୍ତାନ ସହ ଜଡ଼ିତ ରହିବା ପାଇଁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମଧ୍ୟ ପାକିସ୍ତାନ ଅପିଲ୍‌ କରି ଆସୁଛି।

Afghanistan Pakistan Taliban Zabihullah Mujahid
Advertisment
Advertisment