Advertisment

ବାପା ଉପରେ ପ୍ରତିଶୋଧ ନେବାକୁ ଯାଇ ଶିଶୁସନ୍ତାନକୁ ହତ୍ୟା କଲା ତାଲିବାନ

ଆଫଗାନିସ୍ତାନ କ୍ଷମତା ହାସଲ କରିବା ପରେ ତାଲିବାନ ଶରିଆ ଆଇନକୁ କଡାକଡି କରିବାରେ ଲାଗିଛି। ପୂର୍ବତନ ସରକାରରେ ଥିବା ଲୋକ, ଆମେରିକାକୁ ସହାୟତା କରୁଥିବା ବ୍ୟକ୍ତି ଏବଂ ନାଶନାଲ ରେସିଷ୍ଟେଣ୍ଟ ଫୋର୍ସ ସଦସ୍ୟଙ୍କୁ ଖୋଜି ଖୋଜି ମୃତ୍ୟୁ ଦଣ୍ଡ ଦେଉଛି ତାଲିବାନ ସେନା ।

author-image
Minati Mishra
ଅଦ୍ୟତନ ହୋଇଛି
taliban-kill-child

taliban-kill-child

କାବୁଲ୍‌:ଆଫଗାନିସ୍ତାନ କ୍ଷମତା ହାସଲ କରିବା ପରେ ତାଲିବାନ ଶରିଆ ଆଇନକୁ କଡାକଡି କରିବାରେ ଲାଗିଛି। ପୂର୍ବତନ ସରକାରରେ ଥିବା ଲୋକ, ଆମେରିକାକୁ ସହାୟତା କରୁଥିବା ବ୍ୟକ୍ତି ଏବଂ ନାଶନାଲ ରେସିଷ୍ଟେଣ୍ଟ ଫୋର୍ସ ସଦସ୍ୟଙ୍କୁ ଖୋଜି ଖୋଜି ମୃତ୍ୟୁ ଦଣ୍ଡ ଦେଉଛି ତାଲିବାନ ସେନା । ଏପରିକି ସେମାନଙ୍କ ପରିବାରରେ ଶିଶୁମାନେ ମଧ୍ୟ ତାଲିବାନଙ୍କ ପୈଶାଚିକତାରୁ ବାଦ ପଡ଼ୁନାହାନ୍ତି। ନିକଟରେ ତାଲିବାନମାନେ ଜଣେ ଶିଶୁକୁ ଏହିପରି ଭାବେ ଅତି ନିଷ୍ଠୁରତାର ସହ ହତ୍ୟା କରିଛନ୍ତି। ଆଫଗାନିସ୍ତାନର ତଖର ପ୍ରାନ୍ତର ଏହି  ଶିଶୁଟିର ଅପରାଧ ଏତିକି ଯେ, ତାଙ୍କର ବାପା Afghan resistance forcesର ଜଣେ ସଦସ୍ୟ ବୋଲି ତାଲିବାନ ସନ୍ଦେହ କରୁଛି । କୁହାଯାଉଛି, ତାଲିବାନମାନେ ପିଲାଟିର ମୁଣ୍ଡ କାଟି ତାକୁ ହତ୍ୟା କରିଛନ୍ତି।

Advertisment

ପଞ୍ଜଶୀର ତଥା ଦେଶର ସ୍ଥିତି ବିଷୟରେ ନିଉଜ କଭର କରୁଥିବା ଏକ ସ୍ୱତନ୍ତ୍ର ମିଡିଆ ଆଉଟଲେଟ ‘ପଞ୍ଜଶୀର ଅବଜରଭର’ ପକ୍ଷରୁ ଏକ ଟୁଇଟରେ ଏପରି ସୂଚନା ଦିଆଯାଇଛି। ଟୁଇଟରେ ଉଲ୍ଲେଖ କରାଯାଇଛି, ତଖର ପ୍ରାନ୍ତରେ ତାଲିବାନ ସେନାମାନେ  Afghan resistance forces ଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କ  ଶିଶୁସନ୍ତାନକୁ ଅତି ନିଷ୍ଠୁର ଭାବେ ହତ୍ୟା କରିଛନ୍ତି। 

Advertisment

 ଅଗଷ୍ଟ ୧୫ ତାରିଖ ଆଫଗାନିସ୍ତାନ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ପୂର୍ବରୁ ସର୍ବକ୍ଷମାର ଘୋଷଣା କରିଥିଲା ତାଲିବାନ । କାବୁଲ୍‌କୁ ନିଜ କବ୍‌ଜାକୁ ନେବା ପରେ ଯୁଦ୍ଧ ଶେଷ ହେବ ଏବଂ କୌଣସି ପ୍ରକାର ପ୍ରତିଶୋଧ ନିଆଯିବ ନାହିଁ ବୋଲି କହିଥିଲା। ହେଲେ ତାଲିବାନଙ୍କର ଏହି ମହାନତା ଦୁଇ ଦିନିଆ ଥିଲା । ଦିନକୁ ଦିନ ତାଲିବାନ ସରକାରର କ୍ରୁରତା ସାମ୍ନାକୁ ଆସିବାରେ ଲାଗିଛି। 

ଏହା ପୂର୍ବରୁ ତାଲିବାନ ପଶ୍ଚିମ ଆଫଗାନିସ୍ତାନର ହୈରାତ ପ୍ରାନ୍ତରେ ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ଶବକୁ କ୍ରେନ ସହାୟତାରେ ଟାଙ୍ଗି ଦେଇଥିଲେ। ଘଣ୍ଟା ଘଣ୍ଟା ଧରି ଶବ ସେହିପରି ପଡି ରହିଥିଲା। ମିଡିଆ ରିପୋର୍ଟ ଅନୁସାରେ, ଚାରିଜଣଙ୍କ ବିରୋଧରେ ଅପହରଣ ଅଭିଯୋଗ ଥିଲା। 

ଏପରି ନିଷ୍ଠୁର ଦଣ୍ଡ ଦେବା ଅଭିଯାନ ତାଲିବାନମାନେ ଆଗକୁ ବି ଜାରି ରଖିବେ। ଏପରି କରିବା ପଛରେ ତାଲିବାନମାନେ ଯୁକ୍ତି ରଖିଛନ୍ତି ଯେ, ଜଣେ ଲୋକ ଭୁଲ କରିବା ପୂର୍ବରୁ ହଜାରେ ଥର ଭାବିବା ଉଚିତ୍‌। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଆଫଗାନିସ୍ତାନରେ ୯୦ ଦଶକ ପୁଣି ଥରେ ଫେରି ଆସିଛି। 

ସୂଚନାଥାଉ କି, ତାଲିବାନମାନେ ଅଗଷ୍ଟ ୧୫ ତାରିଖ କାବୁଲ ଉପରେ କବ୍‌ଜା କରିବା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ଜିତିଥିବା ଘୋଷଣା କରିଥିଲେ। ତାଲିବାନମାନେ ଏକ ମଧ୍ୟବର୍ତ୍ତୀକାଳୀନ ଅନ୍ତିମ ସରକାର ଗଠନ କରିଥିଲେ। ତେବେ ଏକମାତ୍ର ସ୍ୱାଧୀନ ପ୍ରାନ୍ତ ପଞ୍ଜଶୀରକୁ କବ୍‌ଜାକୁ ନେବା ପାଇଁ ତାଲିବାନ ଯୁଦ୍ଧ ଜାରି ରଖିଛି। ଇତିମଧ୍ୟରେ ତାଲିବାନ ପଞ୍ଜଶୀରକୁ ନିଜ କବ୍‌ଜାକୁ ନେଇଥିବା ଘୋଷଣା କରିଥିଲେ ହେଁ ନାଶନାଲ ରେଜିଷ୍ଟାଣ୍ଟ ଫୋର୍ସ ତାଲିବାନର ଏପରି ଦାବିକୁ ଖଣ୍ଡନ କରିଛି।

Taliban Militants
Advertisment
Advertisment