Advertisment

ମିଶିକି ଲୁଟିବା, ମିଶିକି ଖାଇବା ...ଏହି ଗୀତ ଗାଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ରାଗ ସୁଝାଇଲେ ଛୋଟ ବାଳକ

ମିଶିକି ଲୁଟିବା, ମିଶିକି ଖାଇବା....ଏହି ଗୀତଟି ଗାଇ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନର ଛୋଟ ବାଳକ ଅଲ୍ଲୀ ହାଇଦର । ଛୋଟ ପିଲାଟି ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଗାଇଛି । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ପ୍ରତି ଥିବା ନିଜ କ୍ରୋଧକୁ ଦର୍ଶାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Little Boy Sing Special Song For Pakistan Pm Imran Khan Goes Viral On Social Media

Little Boy Sing Special Song For Pakistan Pm Imran Khan Goes Viral On Social Media

ଇସଲାମାବାଦ : ମିଶିକି ଲୁଟିବା, ମିଶିକି ଖାଇବା....ଏହି ଗୀତଟି ଗାଇ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନର ଛୋଟ ବାଳକ ଅଲ୍ଲୀ ହାଇଦର । କୁନି ପିଲାଟି ପାକିସ୍ତାନ୍‌ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାଇଁ ଏକ ଗୀତ ଟିଏ ଗାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ପ୍ରତି ଥିବା ତାର କ୍ରୋଧକୁ ପଦାକୁ ବାହାରି ଆସିଛି । ଯାହା ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି ।

Advertisment

ଭାଇରାଲ ହେଉଥିବା ଏହି ଭିଡିଓଟିରେ ଜଣେ ସାମ୍ବାଦିକଙ୍କ ଏହି ପିଲାଟିକୁ ଭେଟି କିଛି ପଚାରୁଥିବା ନଜର ଆସିଛି । ସାମ୍ୱାଦିକ ଜଣକ ପ୍ରଥମେ   ପିଲାଟିକୁ ତାର ନାମ ପଚାରିଥିଲେ । ତା ପରେ ସାମ୍ୱାଦିକ ଜଣଙ୍କ ତାଙ୍କୁ ପଚାରିଥିଲେ କି ନିଜ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିଷୟରେ କିଛି କହିବାକୁ ଚାହୁଁଛ ? ଏହାର ପ୍ରତି ଉତ୍ତର ଦେଇ ପିଲାଟି କହିଲା- ‘ ହଁ, ମୁଁ ଇମ୍ରାନ ଖାନ୍‌ଙ୍କ ବିଷୟରେ ଗୋଟେ ନଜମ୍‌ କହିବାକୁ ଚାହୁଁଛି । ଏହାପରେ ପିଲାଟି ଗୀତ ଗାଇବା ଆରମ୍ଭ କରିଥିଲା । 

Advertisment

ପିଲାଟି ଏହି ଗୀତରେ ଗାଇଛି, 'ନୟା ଚିଚୋରା ସର୍ଦ୍ଦାର, ଏହା ଲୁଟ୍ ହୋଇଛି।' ହାଏ, ପରିବର୍ତ୍ତନକୁ ପସନ୍ଦ କଲେ ନାହିଁ, ଚାରିଆଡେ କେବଳ ମୁଦ୍ରାସ୍ଫୀତି ଅଛି । କେବଳ ଏତିକି ନୁହେଁ, ଗୀତରେ ସେ ଚାଇନାର ଚୋରିରେ ପାକିସ୍ତାନ୍‌ର ଇମ୍ରାନ ଖାନଏକ ଅଂଶୀଦାରଥିବାର କହିଥିବାବେଳେ ପିଲାଟି ନିଜ ଗୀତ ମାଧ୍ୟମରେ ଏମିତି ଅନେକ କିଛି କହିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବର୍ତ୍ତମାନପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଭ୍ୟୁ ଆସିସାରିଲାଣି । ସୋସିଆଲ୍‌ ମିଡିଆର ୟୁଜରମାନେ ଏହି ଭିଡିଓକୁ ବେଶ୍‌ ପସନ୍ଦ କରୁଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପରିହାସ କରୁଛନ୍ତି । ଭିଡିଓଟିରେ ଅନେକ କମେଣ୍ଟ ମଧ୍ୟ ଆସିଛି । ଭିଡିଓକୁ ନେଇ କିଛି ୟୁଜର କହିଛନ୍ତି,ଏହା ସମ୍ପୂର୍ଣ୍ଣ ଠିକ୍, ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ଦେଶରେ ଦରଦାମ୍‌ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହାସହ, ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ପିଲାଟି ଗୋଟିଏ ଗୀତରେ ସମଗ୍ର ଦେଶର ସ୍ଥିତିକୁ ଦର୍ଶାଇଛି ।

Islamabad Pak PM Imran Khan
Advertisment
Advertisment