Advertisment

୪ ଜଣଙ୍କୁ ହତ୍ୟା କରି ଖୁଣ୍ଟିରେ ଝୁଲାଇଲା ତାଲିବାନ୍‌; କହିଲା ଅପହରଣକାରୀଙ୍କୁ ଏମିତି ମିଳିବ ଦଣ୍ତ

ତାଲିବାନ୍‌ର ବର୍ବରତା ହିଂସା କାଣ୍ଡ । ୪ ଜଣଙ୍କ ହତ୍ୟା କରି ଖୁଣ୍ଟିରେ ଝୁଲାଇଲା ତାଲିବାନ । କିଡ୍‌ନ୍ୟାପିଂ ଅଭିଯୋଗରେ ଆଫଗାନିସ୍ତାନର ହେରାଟ୍ ସହର ମୁଖ୍ୟ ଛକରେ ଖୁଣ୍ଟିରେ ୪ ଜଣଙ୍କୁ ହତ୍ୟାକରି ତାଙ୍କ ମୃତ ଦେହ ଟାଙ୍ଗିଦେଇଛି ତାଲିବାନ୍‌। ଏଭଳି ଦଣ୍ତାଦେଶ ଦ୍ୱାରା ଅହରଣକାରୀଙ୍କୁ ଉଚିତ୍ ଶିକ୍ଷା ମିଳିବ ବୋଲି ତାଲିବାନ୍‌ ପକ୍ଷରୁ କୁହାଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Taliban Hang 4 Bodies From Cranes In Herat Says Its Lesson For Kidnapper

Taliban Hang 4 Bodies From Cranes In Herat Says Its Lesson For Kidnapper

କାବୁଲ: ତାଲିବାନ୍‌ର ବର୍ବରତା ହିଂସା କାଣ୍ଡ। ୪ ଜଣଙ୍କ ହତ୍ୟା କରି ଖୁଣ୍ଟିରେ ଝୁଲାଇଲା ତାଲିବାନ୍ । କିଡ୍‌ନ୍ୟାପିଂ ଅଭିଯୋଗରେ ଆଫଗାନିସ୍ତାନର ହେରାଟ୍ ସହର ମୁଖ୍ୟ ଛକର ଏକ ଖୁଣ୍ଟିରେ ୪ ଜଣଙ୍କ ମୃତ ଦେହ ଟାଙ୍ଗିଦେଲା ତାଲିବାନ୍‌। ଏଭଳି ଦଣ୍ଡ ଦେଇ ଅପହରଣକାରୀଙ୍କୁ ଉଚିତ୍ ଶିକ୍ଷା ମିଳିବ ବୋଲି ତାଲିବାନ୍‌ ପକ୍ଷରୁ କୁହାଯାଇଛି ।

Advertisment

ମୃତଦେହକୁ ସହରର ବିଭିନ୍ନ୍ ସାର୍ବଜନୀନ ସ୍ଥାନକୁ ନିଆଯାଇଥିବାର ହେରାଟର ଡେପୁଟି ଗଭର୍ଣ୍ଣର ମଲୱରି ଶିର ଅହମ୍ମଦ ମୁହାଜିର କହିଛନ୍ତି୍। ତାଙ୍କ କହିବାନୁଯାୟୀ, ଦେଶରେ ଅପହରଣକାରୀଙ୍କୁ  ଆଦୌଁ ବରଦାସ୍ତ କରାଯିବନାହିଁ । ତେଣୁ ଏଭଳି ଦଣ୍ତ ମାଧ୍ୟମରେ ଅପହରଣକାରୀଙ୍କୁ ଉଚିତ୍ ଶିକ୍ଷା ମିଳିବ ବୋଲି ତାଲିବାନ ସ୍ପଷ୍ଟ କରିଛି। ପୋଲିସ ଗୁଳି ଚଳାଚଳ ସମୟରେ ଏହି ଚାରିଜଣଙ୍କର ମୃତ୍ୟୁ ଘଟିଛି କିମ୍ୱା ଗିରଫ ହେବା ପରେ ସେମାନଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇନାହିଁ। ଏନେଇ ତାଲିବାନ ପକ୍ଷରୁ କୌଣସି ସୂଚନା ମଧ୍ୟ ଦିଆଯାଇନାହିଁ ।

Advertisment

ଘଟଣାଟିର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଟ୍ରକ୍ ପଛରେ ୪ଟି ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ଦେଖାଯାଇଛି। ସେମାନଙ୍କୁ କ୍ରେନ୍ ସାହାଯ୍ୟରେ ଖୁଣ୍ଟିରେ ଟଙ୍ଗାଇ ଦେବାର ଦୃଶ୍ୟ ସମସ୍ତଙ୍କୁ ଆତଙ୍କିତ କରିଦେଇଛି। ଟ୍ରକ୍‌ ପାଖରେ ଅସ୍ତ୍ରଶସ୍ତ୍ର ଧିରିଥିବା ତାଲିବାନ ସେନା ମାନେ ଉପସ୍ଥିତ ଥିବାର ଦେଖାଯାଇଛି। ଛକ ନିକଟରେ ସାଧାରଣ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ଏହାପରେ ମୃତଦେହକୁ ସହରର ବିଭିନ୍ନ ସ୍ଥାନକୁ ନିଆଯାଇ ଖୁଣ୍ଟିରେ ଟଙ୍ଗା ଯାଇଥିଲା। ଯେଉଁଥିରେ ଲେଖାଯାଇଥିଲା ଯେ, ‘ଅପହରଣ କରୁଥିବା ଲୋକଙ୍କୁ ଏଭଳି ଦଣ୍ଡ ଦିଆଯିବ" ।

ଡେପୁଟି ଗଭର୍ଣ୍ଣର ମୁହାଜିର କହିବାନୁଯାୟୀ ଶନିବାର ସକାଳେ ସହରରେ ଜଣେ ବ୍ୟବସାୟୀ ଏବଂ ତାଙ୍କ ପୁଅଙ୍କ ଅପହରଣ ହୋଇଥିବାର ସୂଚନା ମିଳିଥିଲା। ଯାହା କାରଣରୁ ପୋଲିସ ସହର ସମସ୍ତ ରାସ୍ତାଗୁଡିକୁ ବନ୍ଦ କରି ଦିଆଯାଇଥିଲା। ଶେଷରେ ପୋଲିସ୍‌ ସେମାନଙ୍କୁ ଖୋଜି ପାଇଥିଲା। ଅପହରଣକାରୀଙ୍କୁ ଗିରଫ ବେଳେ ଅଭିଯୁକ୍ତ ଏବଂ ତାଲିବାନ୍ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା, ଯାହାର ପରିଣାମରେ ତାଲିବାନ୍‌ର ଜଣେ ମୁଜାହିଦ୍ଦିନ ଆହତ ହୋଇଥିଲେ। ଠିକ୍‌ ଏହା ପରେ ୪ ଜଣଙ୍କ ଅପହରଣକାରୀଙ୍କ ମୃତ୍ୟୁ ଘଟିଥିଲା। ତାଲିବାନ୍ ସରକାରଙ୍କ କହିବା ଅନୁଯାୟୀ ଆଫଗାନିସ୍ତାନ ଏକ ଇସ୍‌ଲାମିକ୍ ରାଷ୍ଟ୍ର। ଏଠାରେ କୌଣସି ପ୍ରକାରର ଦୁର୍ନୀତି କିମ୍ବା ଅପରାଧକୁ ପ୍ରସୟ ଦିଆଯିବ ନାହିଁ। ଅପରାଧୀଙ୍କୁ କଠୋର ଦଣ୍ତାଦେଶରେ ଦଣ୍ତିତ କରାଯିବ।

Afghanistan Taliban 4 Hanged On Pole
Advertisment
Advertisment