Advertisment

ଯୁଦ୍ଧ ବିଭୀଷିକା ମଧ୍ୟରେ ପ୍ରେମର ବାର୍ତ୍ତା- ‘ପ୍ରେମ କର, ହେଲେ ଯୁଦ୍ଧ ନୁହେଁ’

ଯେତେବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିଲା, ସେତେବେଳେ ଏହି ପ୍ରେମୀ ଯୁଗଳ ନିଜ ନିଜ ଦେଶ ଛାଡ଼ି ଚାଲି ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଏବେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
`Make love, not war`

`Make love, not war`

ଯୁଦ୍ଧ ବିଭୀଷିକା ମଧ୍ୟରେ ପ୍ରେମର ବାର୍ତ୍ତା। ୟୁକ୍ରେନ ଯୁବତୀଙ୍କ ହାତ ଧରିଲେ ଋଷ୍‌ ଯୁବକ। ଯୁକ୍ରେନ-ଋଷ ଯୁଦ୍ଧ ବେଳେ ଦୁହେଁ ନିଜ ନିଜ ଦେଶ ଛାଡ଼ି ଇସ୍ରାଏଲ ଚାଲି ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଇସ୍ରାଏଲ ଆସି ଉଭୟ ନାଗିରକତା ଗ୍ରହଣ କରିଥିଲେ। ଏବେ ଉଭୟ ଭାରତ ଗସ୍ତରେ ଆସି ପ୍ରଥମେ ହିନ୍ଦୁ ରୀତିନୀତିରେ ବିବାହ କରିବା ସହ ଗତ ସୋମବାର ଦିନ ଧର୍ମଶାଳାରେ ସ୍ପେଶାଲ ମ୍ୟାରେଜ ଆକ୍ଟରେ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି।

Advertisment

ମାସେ ପୂର୍ବେ ଋଷ୍‌ ଯୁବକ ସର୍ଗେଇ ନୋଭିକଭ୍ ୟୁକ୍ରେନ ଯୁବତୀ ଆଲୋନା ବୁରମାକାଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ। ଏହାପରେ ଗତ ୫ ତାରିଖରେ ଉଭୟ ଭାରତର ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁସାରେ ଧର୍ମଶାଳାର ସବ୍‌ଡିଭିଜିନାଲ ମାଜିଷ୍ଟ୍ରେଟ  ଅଫିସରେ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି। ସର୍ଗେଇ ଓ ଆଲୋନା ଇସ୍ରାଏଲର ନାଗରିକତା ମଧ୍ୟ ଗ୍ରହଣ କରିଛନ୍ତି।

ଯେତେବେଳେ ଦୁଇ ଦେଶ(ଋଷ ଓ ୟୁକ୍ରେନ) ମଧ୍ୟରେ ଯୁଦ୍ଧ ଚାଲିଥିଲା, ସେତେବେଳେ ଉଭୟ ନିଜ ନିଜ ଦେଶ ଛାଡ଼ି ଇସ୍ରାଏଲ ଚାଲି ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଏବେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହାସହ ସେମାନେ ‘ପ୍ରେମ କର, ହେଲେ ଯୁଦ୍ଧ ନୁହେଁ’ ବୋଲି ବାର୍ତ୍ତା ଦେଇଛନ୍ତି।   

Advertisment

ଆଲୋନା ଓ ସର୍ଗେଇ ପରସ୍ପରର ହାତ ଧରିବାପରେ ଧର୍ମଶାଳା SDM ଶିଳ୍ପୀ ବେକତା ସେମାନଙ୍କୁ ମ୍ୟାରେଜ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଏ ପର୍ଯ୍ୟନ୍ତ ଭାରତୀୟ ସ୍ପେଶାଲ ଆକ୍ଟ ଅନୁସାରେ, କେବେଳ ଧର୍ମଶାଳାରେ ୪୦% ବିବାହ ହୋଇଥିବା ସେ କହିଛନ୍ତି। ଧର୍ମଶାଳାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଏଠାକାର ସଂସ୍କୃତି ସମସ୍ତଙ୍କୁ ଆକର୍ଷିତ କରିଥାଏ ବୋଲି ଧର୍ମଶାଳା SDM କହିଛନ୍ତି। 

Love Marriage Russia-Ukraine War
Advertisment
Advertisment