ଏହି ତିନୋଟି କମ୍ପାନୀ ବର୍ତ୍ତମାନ ନାସାର ଆର୍ଟେମିସ୍ ମୁନ୍ ମିଶନ ପାଇଁ ଲୁନାର ରୋଭର ନିର୍ମାଣ କରିବେ। ଏହି ରୋଭରଗୁଡିକ ବ୍ୟବହାର କରି ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଅଧିକ ଦୂରତା ଯାଇ ଅଧିକ ଗବେଷଣା କରିବାକୁ ସମର୍ଥ ହେବେ।
ଦ୍ୱିତୀୟ ଥର ପାଇଁ NASAର ମୁନ୍ ମିଶନ୍କୁ ସ୍ଥଗିତ ରଖିବାକୁ ପଡ଼ିଛି। ରକେଟ୍ରେ ଇନ୍ଧନ ଲିକେଜ୍ ହେବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା-ନାସା ଏହି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା। ମାତ୍ର ରକେଟର ସ୍ପେସ୍ ଲଞ୍ଚ୍ ସିଷ୍ଟମ-SLS ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା।