• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲଦାଖର ପାଙ୍ଗୋଙ୍ଗ ହ୍ରଦ ଚାରିପାଖରେ ବେଆଇନ ନିର୍ମାଣ କାର୍ଯ୍ୟ କରୁଛି ଚୀନ୍‌ । ଯାହାର ସାଟେଲାଇଟ୍‌ ଫଟୋ ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଛି । ଏହି ଫଟୋଗୁଡିକ ଦର୍ଶାଉଛି ଯେ, ଚୀନ୍‌ LAC ନିକଟରେ ନୂଆ ରାସ୍ତା, ବ୍ରିଜ୍ ଏବଂ ଟାୱାର ନିର୍ମାଣ କରୁଛି । ଏହି ନିର୍ମାଣଗୁଡିକ ମଧ୍ୟରୁ, ଅଧିକାଂଶ ସେହି ଅଞ୍ଚଳରେ ହେଉଛି, ଯେଉଁ ଅଞ୍ଚଳକୁ ପ୍ରାୟ ୬୦ ବର୍ଷ ପୂର୍ବେ ବେଆଇନ ଭାବରେ ଚୀନ୍ କବ୍‌ଜା କରିଥିଲା ।

ସାଟେଲାଇଟ୍‌ ଫଟୋରେ ନିର୍ମାଣ ହେଉଥିବା ରାସ୍ତା, ସ୍ପଷ୍ଟ ଦେଖାଯାଉଥିବା ବେଳେ ବ୍ରିଜ ନିର୍ମାଣ କରାଯାଉଥିବା ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି । ଏହି ନୂଆ ନିର୍ମାଣ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳକୁ ରୁତୋଗର ଉତ୍ତର ଉପକୂଳ ସହିତ ସଂଯୋଗ କରିବ । ଯେଉଁଠାରେ ଚୀନ୍ ସୈନ୍ୟମାନେ ନିୟୋଜିତ ଅଛନ୍ତି । ଏହି ନିର୍ମାଣରେ କିଛି ଅସାଧାରଣ ଜିନିଷ ମଧ୍ୟ ଦେଖିବାକୁ ମିଳିଛି ।

Pangong LakePangong Lake

ଚୀନ୍ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ରିଜ୍‌ ମଝିରେ ୧୫ ମିଟରର ଫାଙ୍କ ରହିଛି । ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଚାଲିଥିବା ସତ୍ତ୍ୱେ ଏହି ଫାଙ୍କ ପୂରଣ କରାଯାଉନାହିଁ ।

ଚୀନ୍‌ର ଏହି ନିର୍ମାଣକୁ ଦେଖିଲେ ଲାଗୁଛି ଯେ, ଗତଥର ଚୀନ ସୈନ୍ୟମାନେ ଯେଉଁ ଭୁଲ୍‌ ଯୋଗୁଁ ସମସ୍ୟାରେ ପଡ଼ିଥିଲେ ଆଉ ସେହି ସମସ୍ୟାରେ ପଡ଼ିବାକୁ ଚାହାନ୍ତି ନାହିଁ । ସେହି ଭୁଲ ଆଉ ରିପିଟ୍ ନହେଉ ବୋଲି ଦେଶ ପକ୍ଷରୁ ଏହି ନିର୍ମାଣ କରାଯାଉଛି ।

Pangong LakePangong Lake

ଦୁଇ ବର୍ଷ ପୂର୍ବେ ଯେତେବେଳେ ଭାରତ-ଚୀନ୍ ସେନା ମଧ୍ୟରେ ବିବାଦ ଲାଗିଥିଲା । ସେତେବେଳେ ଚୀନ୍ ସୈନିକମାନେ ଶୀଘ୍ର ସେହି ଉଚ୍ଚ ସ୍ଥାନଗୁଡିକରେ ପହଞ୍ଚିପାରି ନଥିଲେ, ଯେଉଁଠାରୁ ଦକ୍ଷିଣ ପାର୍ଶ୍ୱକୁ ନିୟନ୍ତ୍ରଣ କରାଯାଇପାରିବ । ହେଲେ ସେହି ସବୁ ସ୍ଥାନରେ ଭାରତୀୟ ସୈନିକମାନେ ପ୍ରଥମେ ପହଞ୍ଚି ପୁରା ଅଞ୍ଚଳକୁ କବ୍‌ଜା କରି ନେଇଥିଲେ । ଯାହାଫଳରେ ଚୀନ୍‌- ଭାରତ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲା ଏବଂ ଏହି ବିବାଦକୁ ସ୍ଥଗିତ ରଖିବାକୁ କହିଥିଲା ।

Pangong LakePangong Lake

କିନ୍ତୁ ବର୍ତ୍ତମାନ ଚୀନ୍ ସେହି ତ୍ରୁଟି ଉପରେ କାମ କରୁଛି । ଚୀନ୍ ସେହି ହ୍ରଦ ଉପରେ ଏବେ ସେତୁ ନିର୍ମାଣ କରୁଛି । ଏହା ସହିତ ଏଠାରେ ଇଲେକ୍ଟ୍ରୋନିକ୍ ଭିତ୍ତିଭୂମି ମଧ୍ୟ ମଜବୁତ କରୁଛି ଚୀନ୍‌ । ତାଜା ସାଟେଲାଇଟ୍‌ ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ହ୍ରଦର ଦକ୍ଷିଣ ଭାଗରେ ଚୀନ୍ ରାସ୍ତାର କିଛି ଅଂଶ ସମ୍ପୂର୍ଣ୍ଣ କରିସାରିଛି ଏବଂ ଅନ୍ୟାନ୍ୟ କାମ ମଧ୍ୟ ଜୋରସୋରରେ ଚାଲିଛି । ଏହି କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ବଡ଼ ବଡ଼ ମେସିନ ସେଠାରେ ପହଞ୍ଚି ସାରିଛି ।