ପାକିସ୍ତାନର ଜଳ ପ୍ରଳୟରେ ଏବେବି ସମସ୍ତ ୪ ପ୍ରଦେଶରେ ଅଧିକାଂଶ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୩ ଶହକୁ ବୃଦ୍ଧି ପାଇଥିବା ବେଳେ ଭୋକ ଉପାସରେ ରାସ୍ତାରେ ପଡ଼ି ରହିଛନ୍ତି ହଜାର ହଜାର ବିପନ୍ନ।
ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ଲୋକଙ୍କ ଭବିଷ୍ୟତ
ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।