• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଚାନକ୍‌ ଆକାଉଣ୍ଟକୁ ଆସିଗଲା ୫୭ କୋଟି ଟଙ୍କା । ଏତେ ଟଙ୍କା ଦେଖି ଖୁସି ହୋଇ ଯାଇଥିଲେ ମହିଳା । ଭାରତରେ ଏପରି ଅନେକ ଘଟଣା ଘଟିଥିଲେ ବି ଏଥର ଅଷ୍ଟ୍ରେଲିଆରୁ ଏହି ମାମଲା ଆସିଛି । ଟଙ୍କା ପାଇବା ପରେ ମହିଳା ଜଣକ କିପରି ଖର୍ଚ୍ଚ କରିବେ ଚିନ୍ତାରେ ଭାଳି ହୋଇଥିଲେ । ଶେଷରେ ନିଜ ପାଇଁ ଅନେକ ଜିନଷ କିଣିବା ସହ ଘର ଲୋକଙ୍କୁ ଉପହାର ଦେଇ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଥିଲେ । ହେଲେ ମାମଲା ପରେ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏବେ ସେ ଖର୍ଚ୍ଚ କରିଥିବା ଟଙ୍କା ସୁଧ ସହ ଫେରାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁସାରେ, ଜଣେ ମହିଳାଙ୍କ ଆକାଉଣ୍ଟରେ ହଠାତ୍‌ କ୍ରେଡିଟ୍‌ ହୋଇଥିଲା ୧୦.୪ ନିୟୁତ ଅଷ୍ଟ୍ରେଲୀୟ ଡଲାର । ଭାରତୀୟ ଟଙ୍କାରେ କହିବାକୁ ଗଲେ ଗୋଟିଏ ଦିନରେ ପ୍ରାୟ ୫୭ କୋଟି ମାଲିକ ହୋଇଗଲେ ମହିଳା ଜଣକ । ଟଙ୍କା ଦେଖି ତାଙ୍କର ଖୁସିର ଠିକଣା ନଥିଲା । ହେଲେ ସେହି ଟଙ୍କା ଏବେ ତାଙ୍କ ପାଇଁ କାଳ ପାଲଟିଛି । ବର୍ତ୍ତମାନ ସବୁ ଟଙ୍କା ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ମଧ୍ୟ ତାଙ୍କୁ ୧୦ ପ୍ରତିଶତ ସୁଧ ସହ ଦେବାକୁ ପଡିବ।

ଗତ ବର୍ଷ ମେ ମାସରେ ମେଲବର୍ଣ୍ଣ ବାସିନ୍ଦା ଥିୱାମନୋଗ୍ରି ମନିଭେଲଙ୍କୁ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କ୍ରିପ୍ଟୋ ଡଟ୍ କମରୁ ୧୦୦ ଡଲାର ଫେରସ୍ତ ମିଳିବାର ଥିଲା । ହେଲେ ସିଙ୍ଗାପୁର ସ୍ଥିତ ବାଣିଜ୍ୟ ପ୍ଲାଟଫର୍ମ ଦ୍ୱାରା ଏକ ବଡ ଭୁଲ ହୋଇଯାଇଥିଲା । ସେମାନେ ଭୁଲରେ ଅନ୍ୟ ଜଣେ ଗ୍ରାହକଙ୍କ ଟଙ୍କା ଥିୱାମନୋଗ୍ରିଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ । ହେଲେ ଟଙ୍କା ଫେରସ୍ତ କରିବା ବଦଳରେ ସେ ଖର୍ଚ୍ଚ କରିଦେଇଥିଲେ । ମହିଳା ଜଣକ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ମନଇଚ୍ଛା ଉପହାର ପ୍ରଦାନ କରିଥିଲେ ଓ ନିଜେ ବହୁତ କିଛି କିଣାକିଣି କରିଥିଲେ ।

ଅଡିଟ୍ ସମୟରେ ଏହି ତ୍ରୁଟି ସମ୍ପର୍କରେ ଜଣାପଡ଼ିଥିଲା । ଆଉ ତା’ପରେ କ୍ରିପ୍ଟୋ ଡଟ୍ କମ୍ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିଲା । ଗତ ଶୁକ୍ରବାର ଦିନ କୋର୍ଟ କ୍ରିପ୍ଟୋ ଡଟ୍ କମ୍ ସପକ୍ଷରେ ରାୟ ଦେଇଛନ୍ତି କୋର୍ଟ ଏବଂ ସମସ୍ତ ଟଙ୍କା ସହ ଅତିରିକ୍ତ ଖର୍ଚ୍ଚ ଦେବାକୁ ମହିଳାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଟଙ୍କା ଶୁଝିବା ପାଇଁ ମହିଳାଙ୍କୁ ତାଙ୍କ ଘର ବିକ୍ରି କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।