• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବନ୍ୟା ପରେ ପାକିସ୍ତାନର ସ୍ଥିତି ପୂରା ସଙ୍ଗୀନ । ଟମାଟୋ କିଲୋ ୫୦୦, ପିଆଜ କିଲୋ ୪୦୦ ଥିବାରୁ ଚିନ୍ତାରେ ଖାଉଟି । ଏବେ ପାକିସ୍ତାନରେ ହାହାକାର ସ୍ଥିତି। ପରିବା ଦର ଏତେ ବଢିଲାଣି ଯେ, ଖାଇବା ବିନା ନାନା ହଇରାଣ ହେଉଛନ୍ତି ଲୋକେ । ଏମିତିକି ଟମାଟୋ କିଲୋ ୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ କିଲୋ ୪୦୦ ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଲୋକେ ।

ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା କାରଣରୁ ଲାହୋର୍‌ ଏବଂ ପଞ୍ଜାବ ପ୍ରଦେଶର ଅନ୍ୟାନ୍ୟ ପ୍ରାନ୍ତରେ ପନିପରିବା ନଷ୍ଟ ହୋଇଯିବାରୁ ଏମିତି ମହଙ୍ଗା ସ୍ଥିତିର ସାମ୍ନା କରୁଛନ୍ତି ପାକିସ୍ତାନବାସୀ । ଏମିତିକି ଭାରତରୁ ପାକିସ୍ତାନ ପରିବା ଆମଦାନୀ କରୁଥିବାରୁ ରେଟ୍‌ ଉଚ୍ଚ ରହୁଥିବା ପାକ୍‌ ବ୍ୟବସାୟୀମାନେ କହିଲେଣି।

ତେବେ ବର୍ତ୍ତମାନ ସମୟରେ ଲାହୋର୍‌ ବଜାରର ଟମାଟୋ କିଲୋ ୫୦୦ ଟଙ୍କା ଓ ପିଆଜ କିଲୋ ୪୦୦ ଟଙ୍କାରେ ବିକ୍ରି ହେଉଛି । ବନ୍ୟା ପ୍ରପୀଡ଼ିତ ବାଲୋଚିସ୍ତାନ, ସିନ୍ଧ ଏବଂ ଦକ୍ଷିଣ ପଞ୍ଜାବରେ ଫସଲ ନଷ୍ଟ ହେବାରୁ ସ୍ଥିତି ପୂରା ସଙ୍ଗୀନ ହେଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଗାମୀ ଦିନରେ ପିଆଜ ଓ ଟମାଟୋ ୮୦୦ ଟଙ୍କା ହେବା ନେଇ ସନ୍ଦେହ ସୃଷ୍ଟି ହେଲାଣି । ଆଉ ଏହାରି ମଧ୍ୟରେ ଆଳୁ କିଲୋ ୪୦ ଟଙ୍କାରୁ ବଢି ୧୩୦ ଟଙ୍କାରେ ପହଞ୍ଚିଲାଣି ।

 

ତେବେ ବନ୍ୟା ଯୋଗୁଁ କ୍ୟାପ୍‌ସିକମ୍‌ ଭଳି ପରିବା ପାକ୍‌ ବଜାରରୁ ଉଭାନ ହୋଇଗଲାଣି । ଏହାସହ ପାଚିଲା କଦଳୀ ଓ ଖଜୁରୀର ଦାମ ବହୁ ଅଧିକ ରହିଥିବାରୁ ହନ୍ତସନ୍ତ ହେଉଛନ୍ତି ଖାଉଟି । ସେପଟେ ବେଲୁଚିସ୍ତାନରୁ ସେଓ ଆମଦାନୀ କମିଥିବାରୁ ଫଳ ମାର୍କେଟ୍‌ରେ ଚଡକ ପଡିଥିବା କୁହାଯାଉଛି । ଗୋଟିଏ ପଟେ ଦେବାଳିଆ ହେବାରେ ଲାଗିଛି ପାକିସ୍ତାନ, ଆଉ ଏବେ ଗୋଟିଏ ପରେ ଗୋଟିଏ ସାମଗ୍ରୀର ଦାମ ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତା ବଢିଛି ।