Advertisment

ଯେତେ ଅଧିକ ପାରୁଛ ମଦ ପିଅ ! ଯୁବପିଢ଼ିଙ୍କୁ ଆହ୍ୱାନ ଦେଲେ ସରକାର !!

ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ମଦ ପିଇବାକୁ ପରାମର୍ଶ ଦେଉଛନ୍ତି ଜାପାନ ସରକାର।

author-image
Prangyan Parimita
ଅଦ୍ୟତନ ହୋଇଛି
Japan Liquor Campaign

Japan Liquor Campaign

ମଦ ପିଇଲେ ସୁଦୃଢ଼ ହେବ ଦେଶର ଅର୍ଥନୀତି। ଲୋକେ ବରଂ ମଦୁଆ ହୋଇଯାଆନ୍ତୁ, କିନ୍ତୁ ଆମକୁ ରାଜସ୍ୱ ଆବଶ୍ୟକ। କହିବାକୁ ଗଲେ ଲୋକଙ୍କୁ ମଦୁଆ କରୁଛନ୍ତି ସରକାର। ଏଥିପାଇଁ ଅଧିକରୁ ଅଧିକ ମଦ୍ୟପାନ କରିବା ପାଇଁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି ଜାପାନ ସରକାର। ପୂର୍ବରୁ ବି ଏପରି କହିଥିବା ସରକାର ଏବେ ଦେଶରେ ଏକ ଜାତୀୟ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ମଦ ପିଇ ଅର୍ଥନୀତିକୁ ଦୁଦୃଢ଼ କରିବା ଚିନ୍ତାଧାରା ପଛରେ ଜାପାନର ନ୍ୟାସନାଲ ଟ୍ୟାକ୍ସ ଏଜେନ୍ସି କାମ କରୁଛି।

Advertisment

ଏଥିପାଇଁ ଜାପାନର ନ୍ୟାସନାଲ ଟ୍ୟାକ୍ସ ଏଜେନ୍ସି ଏକ ପ୍ରତିଯୋଗିତା ମଧ୍ୟ ଆରମ୍ଭ କରିଛି । ଏଥିରେ ୨୦ ରୁ ୩୯ ବର୍ଷ ବୟସ୍କ ଯୁବପିଢ଼ିଙ୍କୁ ସାମିଲ କରାଯାଇଛି । ଦେଶରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ାଇବା ପାଇଁ ତାଙ୍କ ଠାରୁ ଉପାୟ ନିଆଯାଉଛି । ଦୀର୍ଘ ଦୁଇ ବର୍ଷର ଲକଡାଉନ୍ ପ୍ରତିବନ୍ଧକ ପରେ ଏହା ଆରମ୍ଭ ହୋଇଛି । ସେମାନେ ବ୍ରାଣ୍ଡ ଭାଲ୍ୟୁ ବୃଦ୍ଧି କରାଇବା ସହ ଜାପାନର ଯୁବଗୋଷ୍ଠୀ ଅଧିକ ମଦ ପିଇବା ପ୍ରତି ଆକର୍ଷିତ ହୋଇ ପାରିବେ ବୋଲି ଲକ୍ଷ୍ୟ ରହିଛି । ସରକାରଙ୍କ ଏହି ଆହ୍ୱାନ କ୍ରମେ କିଛି ଲୋକ ବେଶ୍‌ ଉତ୍ସାହର ସହିତ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଏବଂ ନିଜର ଚିନ୍ତାଧାରାକୁ ସେୟାର କରୁଛନ୍ତି।

ସରକାରଙ୍କ ଏହି ଅଭିଯାନ ମଦ୍ୟଶିଳ୍ପକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରିବ । କାରଣ ଦେଶର ଲୋକମାନେ ଧିରେ ଧିରେ ମଦ ପିଇବା କମ୍‌ କରିଥିବାରୁ ରାଜସ୍ୱ ଆସୁନାହିଁ । ନୂଆ ଉପାୟ ଅନୁସାରେ ବର୍ତ୍ତମାନ ଯେଉଁ ଟ୍ରେଣ୍ଡ୍‌ ଚାଲିଛି, ତାହାକୁ ପରିବର୍ତ୍ତନ କରାଯାଇ ପାରିବ ବୋଲି ଆଶା କରାଯାଉଛି । ୨୦୧୧ରେ ଯେତିକି ରାଜସ୍ୱ ଆଦାୟ ହେଉଥିଲା ତୁଳନାତ୍ମକ ଭାବେ ଏବେ ଖସିଯାଇଛି ।

Advertisment

୧୯୯୫ରେ ଜାପାନିଜ ଦିନକୁ ୧୦୦ ଲିଟର ଆଲ୍‌କୋହଲ ବ୍ୟବହାର କରୁଥିଲେ । କିନ୍ତୁ ଏବେ ଏହା ଖସି ଆସି ୭୫ ଲିଟରରେ ପହଞ୍ଚିଲାଣି । ଏହା ଦେଶର ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପକାଇଛି । ଅର୍ଥନୀତି ଗ୍ରାଫ୍‌ ଆଶାଠାରୁ ତଳକୁ ଖସିଛି । ଆଲ୍‌କୋହଲ ବ୍ୟବହାର ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି କୋଭିଡ୍ ୧୯ ବା କରୋନା ଭାଇରସ ।

ଏହି ସବୁ କାରଣରୁ ଏବେ ଜାପାନ ସରକାର ଲୋକଙ୍କୁ ଆଲକୋହଲ ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବାକୁ ଯୋଜନା ଆରମ୍ଭ କରିଛନ୍ତି । ଯାହାଫଳରେ ଦେଶର ଅର୍ଥନୀତି ସୁଦୃଢ଼ ହୋଇପାରିବ ବା ପୁଣି ଟ୍ରାକ୍‌କୁ ଫେରି ପାରିବ । ବିଅର, ସ୍କଚ୍‌, ୱାଇନ୍‌, ରମ୍‌, ହ୍ୱିସ୍କି, ଆୱାମୋରି, ଆଦି ଆଲକୋହଲ ନେବାକୁ ସରକାର ଏକ ପ୍ରକାର ପ୍ରୋତ୍ସାହିତ କରିବା ଆରମ୍ଭ କରିଛନ୍ତି ।

Japan Liquor Campaign
Advertisment
Advertisment