Advertisment

ପୁଣି ସ୍ଥଗିତ ହେଲା NASAର ମୁନ୍ ମିଶନ୍

ଦ୍ୱିତୀୟ ଥର ପାଇଁ NASAର ମୁନ୍ ମିଶନ୍‌କୁ ସ୍ଥଗିତ ରଖିବାକୁ ପଡ଼ିଛି। ରକେଟ୍‌ରେ ଇନ୍ଧନ ଲିକେଜ୍ ହେବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

author-image
Rajalaxmi Sahoo
NASA's Artemis I mission to Moon postponed again

NASA's Artemis I mission to Moon postponed again

ପୁଣି ସ୍ଥଗିତ ହେଲା ଆମେରିକୀୟ ଗବେଷଣା ସଂସ୍ଥା(NASA)ର ମୁନ୍ ମିଶନ୍। NASAର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଆର୍ଟେମିସ୍‌ର ପ୍ରଥମ ସୋପାନ ଭାବେ ଚନ୍ଦ୍ରକୁ ମାନବବିହୀନ ଯାନ ପଠାଇବାକୁ ନାସା ଚାହୁଁଛି।

Advertisment

ହେଲେ ଦ୍ୱିତୀୟ ଥର ପାଇଁ ଏହି ଉତ୍‌କ୍ଷେପଣକୁ ସ୍ଥଗିତ ରଖିବାକୁ ପଡ଼ିଛି। ରକେଟ୍‌ରେ ଇନ୍ଧନ ଲିକେଜ୍ ହେବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଇନ୍ଧନ ଲିକେଜ୍ କେମିତି ହେଲା ନାସା ବୈଜ୍ଞାନିକ ତା’ର କାରଣ ଖୋଜୁଛନ୍ତି।  

ଆପୋଲୋ ଚନ୍ଦ୍ର ଅଭିଯାନର ୫୦ ବର୍ଷ ପରେ ନାସା ପୁଣି ମୁନ୍ ମିଶନ୍ ଆରମ୍ଭ କରିଛି।  ଚନ୍ଦ୍ର ଦେଇ ମଙ୍ଗଳ ଗ୍ରହକୁ ଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ଆର୍ଟେମିସ୍ ମିଶନ୍ କୁହାଯାଉଛି।  ଇଞ୍ଜିନର ତାପମାତ୍ର ନିୟନ୍ତ୍ରଣରେ ସମସ୍ୟା ଦେଖାଦେବାରୁ ଏହା ପୂର୍ବରୁ ମଧ୍ୟ ଏହି ଟେଷ୍ଟ୍ ଫ୍ଲାଇଟ୍‌କୁ ସ୍ଥଗିତ ରଖାଯାଇଥିଲା।  

Advertisment

ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରେ ଥିବା ରକେଟର ସ୍ପେସ୍ ଲଞ୍ଚ୍‌ ସିଷ୍ଟମ-SLS ଇଞ୍ଜିନରେ ତ୍ରୁଟି ଦେଖାଯିବା ଯୋଗୁ ଏହି ମିଶନକୁ ସ୍ଥଗିତ ରଖାଯାଇଥିଲା। ଉତ୍‌କ୍ଷେପଣର ମାତ୍ର ୪୦ ମିନିଟ୍ ପୂର୍ବରୁ ନାସାର ଏହି ମୁନ୍ ମିଶନ(ଚନ୍ଦ୍ର ଅଭିଯାନ) ସ୍ଥଗିତ ହୋଇଥିଲା।

NASA Moon Mission NASA Moon Mission
Advertisment
Advertisment