• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେରିକୀୟ ଗବେଷଣା ସଂସ୍ଥା ନାସାର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ । ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଆରମ୍ଭ କରିଛି ପ୍ରକ୍ରିୟା । ଏହି ଅଭିଯାନ ପାଇଁ ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୯୮ ମିଟର ଉଚ୍ଚ ବିରାଟକାୟ ତଥା ଅତ୍ୟାଧୁନିକ ଶକ୍ତିଶାଳୀ ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ସାହାଯ୍ୟରେ ଉତ୍‌କ୍ଷେପଣ ପ୍ରକ୍ରିୟା ଆରମ୍ଭ ହେବ ।

ଏଥିରେ ମଣିଷ ବଦଳରେ ତିନିଟି ମାନେକୁଇନ ବା ପିତୁଳା ପଠାଯିବ । ଏଥିରେ ଖଞ୍ଜା ଯାଇଥିବା ସେନ୍ସର ତେଜସ୍କ୍ରିୟ ବିକିରଣ ଓ କଂପନର ମାତ୍ରା ସଂପର୍କରେ ଅନୁଧ୍ୟାନ କରିବ । ଏହା ପରେ ନୂଆ ରକେଟ୍ ଓ ନୂଆ କ୍ୟାପସୁଲରେ ପରବର୍ତ୍ତୀ ଦୁଇଟି ମିଶନରେ ଚନ୍ଦ୍ରକକ୍ଷକୁ ଯିବେ ମହାକାଶଚାରୀ । ଓରିଅନ୍ ଟେଷ୍ଟ କ୍ୟାପସୁଲ ଚନ୍ଦ୍ରର କକ୍ଷରେ କିଛି ସପ୍ତାହ ପାଇଁ ପରିକ୍ରମଣ କରିବା ପରେ ଏହା ପୃଥିବୀକୁ ଫେରିଆସିବା ସହ ପ୍ରଶାନ୍ତ ମହାସାଗରରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି ।

ଓରିଅନ୍ ଟେଷ୍ଟ କ୍ୟାପସୁଲ୍ ଓ ସ୍ପେସ୍ ଲଂଚ ସିଷ୍ଟମ୍ ମିଳିତ ଭାବେ ପ୍ରାୟ ୬୫ ହଜାର କିଲୋମିଟର ଅତିକ୍ରମ କରିବେ । ଅଗଷ୍ଟ ୨୯ରେ ନାସା ପକ୍ଷରୁ ଚନ୍ଦ୍ର ଅଭିଯାନ ପାଇଁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଉତ୍‌କ୍ଷେପଣର ମାତ୍ର ୪୦ ମିନିଟ୍ ପୂର୍ବରୁ ଥିବା ରକେଟର ସ୍ପେସ୍ ସିଷ୍ଟମ-SLS ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା । ରକେଟ୍‌ର ତଳ ଭାଗରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଞ୍ଜିନକୁ ଇନ୍ଧନ ପହଞ୍ଚି ପାରିନଥିଲା। ତେଣୁ କାଉଣ୍ଟଡାଉନକୁ ବନ୍ଦ କରାଯାଇଥିଲା। ଫଳରେ ନାସାର ଏହି ମୁନ୍ ମିଶନକୁ ସ୍ଥଗିତ ରଖାଯାଇଥିଲା ।