• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ବିସ୍ଫୋରଣରେ ଦୋହଲିଲା କାବୁଲ । ଆଫଗାନିସ୍ତାନର ରାଜଧାନୀ କାବୁଲରେ ରୁଷ ଦୂତାବାସ ବାହାରେ ବୋମା ବିସ୍ଫୋରଣରେ  ୨୦ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ମାନଙ୍କ ମଧ୍ୟରେ ଋଷର କୂଟନୀତିଜ୍ଞ ମଧ୍ୟ ଥିବା ସୂଚନା ମିଳିଛି । ବୋମା ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟ ଦଉଡ଼ା ଦଉଡ଼ି କରିଛନ୍ତି ।

ଜଣେ ଫିଦାଇନ୍‌ ଆକ୍ରମଣକାରୀ ନିଜକୁ ବୋମାରେ ଉଡ଼ାଇ ଦେଇଥିବା ସୂଚନା ମିଳିଛି । ଭିସା ପାଇଁ ଲୋକେ ଅପକ୍ଷା କରିଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଗଣମାଧ୍ୟମ ଖବର ଅନୁଯାୟୀ,ଋଷର ଦୂତାବାସ ଫାଟକ ସମ୍ମୁଖରେ ବିସ୍ଫୋରଣ ଘଟିଛି । ଦୂତାବାସ ବାହାରେ ମୁତୟନ ତାଲିବାନ ସୁରକ୍ଷାକର୍ମୀ ବିସ୍ପୋରଣକାରୀଙ୍କୁ ଚିହ୍ନି ଦେଇଥିଲେ । ତୁରନ୍ତ ତାଙ୍କୁ ଗୁଳି କରିଥିଲେ ତାଲିବାନ୍‌ ଅଧିକାରୀ । ହେଲେ ହଠାତ୍‌ ବିସ୍ପୋରଣ ଘଟି ଲୋକଙ୍କ ଜୀବନ ଚାଲି ଯାଇଥିଲା ।

ସୂଚନାଯୋଗ୍ୟ ତାଲିବାନ୍‌ ସରକାର,ଆଫଗାନିସ୍ତାନ ଦଖଲ କରିବା ପରେ ମଧ୍ୟ ଋଷ୍‌ କାବୁଲରେ ନିଜର ଦୂତାବାସର ସଂଚାଳନ ଜାରି ରଖିଛି । ଯଦିଓ ମସ୍କୋ ତାଲିବାନ ସରକାରକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିନାହାନ୍ତି, ତଥାପି ଦୂତାବାସ ଚାଲିଛି ।

ତାଲିବାନ ସରକାର ଆସିବା ପର ଠାରୁ ଆଫଗାନିସ୍ତାନରେ ବିସ୍ଫୋରଣ ପରେ ବିସ୍ଫୋରଣ ହୋଇଚାଲିଛି । ସେପ୍ଟେମ୍ବର ୨ରେ ପଶ୍ଚିମ ଆଫଗାନିସ୍ତାନର ହେରାଣ୍ଟ ପ୍ରଦେଶର ଏକ ଜନଗହଳିପୂର୍ଣ୍ଣ ମସଜିଦରେ ବିସ୍ଫୋରଣ ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ମସଜିଦର ଧର୍ମଗୁରୁ ମୌଲାନା ମୁଜିବଉର ରେହମାନ ଅନସାରୀ ମଧ୍ୟ ଥିଲେ । ଏହି ଆକ୍ରମଣରେ୨୦୦ଜଣ ଆହତ ମଧ୍ୟ ହୋଇଥିଲେ । ଏହାପୂର୍ବରୁ ଅଗଷ୍ଟ ୧୭ରେ କାବୁଲର ଏକ ମସଜିଦରେ ବିସ୍ଫୋରଣ ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା ।