• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ମାଆଙ୍କୁ ସରପ୍ରାଇଜ୍ ଦେବାକୁ ଚାହୁଁଥିଲେ, ହେଲେ ସାଧାରଣ ଭୁଲ ଟିଏ ପାଇଁ ସବୁ କିଛି ଓଲଟପାଲଟ ହୋଇଗଲା। ଜଣେ ଝିଅ ତାର ପ୍ରଥମ ଦରମା ମାଆକୁ ଦେଇ ସରପ୍ରାଇଜ୍‌ ଦେବାକୁ ଚାହୁଁଛି, ଦରମା ଆସିବା ପରେ ମାଆଙ୍କୁ ପଠାଇଛନ୍ତି ଟଙ୍କା। ହେଲେ ମାଆ ପାଖରେ ନା ପହଞ୍ଚିଛି ଟଙ୍କା ନା ଦେଇପାରିଛନ୍ତି ସରପ୍ରାଇଜ୍‌।

ଜଣେ ଚାକିରି କରିବା ଯେତିକି ସ୍ୱପ୍ନ ହୋଇଥାଏ, ତାଠୁ ପ୍ରଥମ ଦରମା ଆସିଲେ କର୍ମଚାରୀଙ୍କୁ ଅଧିକ ଖୁସି ଦେଇଥାଏ। ଏପରିକି ପ୍ରଥମ ସାଲାରୀ(ଦରମା)କୁ ଖର୍ଚ୍ଚ କେମିତି ହେବ, ତାହା ମଧ୍ୟ ଆଗରୁ ପ୍ଲାନିଂ କରିଦିଅନ୍ତି। ଏପରିକି ପ୍ରଥମ ସାଲାରୀରେ ଅନେକ ତାଙ୍କର ନିଜର ଲୋକଙ୍କୁ ସରପ୍ରାଇଜ୍ ଦେବାକୁ ପସନ୍ଦ କରନ୍ତି। ମାଲେସିଆର ଜଣେ ଯୁବତୀ ଫହାଦା ବିସ୍ତାରୀ (Fahada Bistari) ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଏକ କମ୍ପାନୀରେ ଚାକିରି ପାଇଥିଲେ। ଆଶା ଥିଲା, ତାଙ୍କର ପ୍ରଥମ ମାସର ଦରମା ତାଙ୍କ ମାଆଙ୍କୁ ଦେବେ। ଏହା ଥିଲା ତାଙ୍କ ମାଆଙ୍କ ପାଇଁ ଗିପ୍ଟ ଓ ସରପ୍ରାଇଜ୍।

ଦରମା ଆସିବା ପରେ ସବୁ ଟଙ୍କା ସେ ତାଙ୍କ ମାଆଙ୍କ ଆକାଉଣ୍ଟକୁ ପଠାଇବା ପାଇଁ ଯୁବତୀ ଜଣକ ନିଷ୍ପତ୍ତି ନେଇଥିଲେ। ହେଲେ ସବୁ ଦରମା ଟଙ୍କା ତାଙ୍କ ମାଆଙ୍କ ପାଖକୁ ଟ୍ରାନ୍ସଫର କରିବା ପରିବର୍ତ୍ତେ ଭୁଲବଶତଃ ଅଜଣା ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ଆଉ ଏହା ଜାଣିବା ପରେ ଯୁବତୀଙ୍କ ସରପ୍ରାଇଜ୍‌ ଖୁସି ସବୁକିଛି ଓଲଟପାଲଟ ହୋଇଯାଇଥିଲା। 

ଟିକ୍‌ଟକ୍ ଭିଡିଓ ମାଧ୍ୟମରେ ଫହାଦା କହିଛନ୍ତି ଯେ  ମୁଁ ଆଜି ପ୍ରଥମ ଦରମା ପାଇଲି। ଅଳ୍ପ ଦିନର କାମରେ ମୁଁ କମ୍ ଦରମା ପାଇଥିଲି। ମୁଁ ବ୍ୟାଙ୍କ୍‌ରେ ମନି ଟ୍ରାନ୍ସଫର କରିଥିଲି କିନ୍ତୁ ଭୁଲବଶତଃ ଅନ୍ୟ ଜଣକ ବ୍ୟାଙ୍କ୍ ଆକାଉଣ୍ଟକୁ ସବୁ ଟଙ୍କା ଟ୍ରାନ୍ସଫର ହୋଇଗଲା। 

ତେବେ ଏଭଳି ଘଟଣା ଘଟିବାର ମୂଳ କାରଣ ହେଉଛି, ଫହାଦାଙ୍କୁ ଚେକ୍‌ ଆକାରରେ ତାଙ୍କୁ ସାଲାରୀ ମିଳିଥିଲା। ବ୍ୟାଙ୍କ୍‌ରେ ଚେକ୍‌କୁ ଟ୍ରାନ୍ସଫର ସମୟରେ ID ନମ୍ବର ଭୁଲ୍ ଯୋଗୁଁ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା। ସେ ତାଙ୍କ ଚେକ୍‌ ରିସିପ୍ଟକୁ ମାଆଙ୍କ ପାଖକୁ ପଠାଇଥିଲେ ଫହାଦା। ହେଲେ ମାଆ ଦ୍ୱନ୍ଦ୍ୱରେ ପଡ଼ିବା ପରେ ଏହା ଅନ୍ୟ ଆକାଉଣ୍ଟକୁ ଚାଲିଯାଇଥିବା ଜଣାପଡ଼ିଥିଲା। 

ଶେଷରେ ତାଙ୍କ ମାଆ ଗ୍ରହିତାଙ୍କ ନମ୍ବର ଫହାଦାଙ୍କୁ ଦେଇଥିଲେ। ଫହାଦା ତାଙ୍କୁ ସବୁ କହିବା ପରେ, ସେପଟୁ ମେସେଜ୍‌ ଆସିଥିଲା-  ତୁମେ ଭାବିନିଅ, ସବୁ ଦରମା ଟଙ୍କା ମୋତେ ଦାନ କରିଦେଇଛ।  

ଏହାପରେ ଫହାଦା ତାଙ୍କୁ ଏକ ଲମ୍ବା ମେସେଜ୍ ଲେଖିଥିଲେ। କିପରି ପରିଶ୍ରମ କରି ଟଙ୍କା ଅର୍ଜନ କରିଥିଲେ ଓ ତାହାକୁ ହରାଇଲେ ତାହା ମେସେଜରେ ଉଲ୍ଲେଖ କରିଥିଲେ। ଏହାପରେ ଟଙ୍କା ଗ୍ରହଣ କରିଥିବା ବ୍ୟକ୍ତି ଫହାଦାଙ୍କୁ ଟଙ୍କା ଫେରାଇ ଦେଇଥିଲେ। ଯାହାକୁ ଟିକଟିକ୍ ଭିଡିଓ ମାଧ୍ୟରେ ସୂଚନା ଦେଇଥିଲେ ଫହାଦା। ଏପରିକି ଟଙ୍କା ପାଇଁ ଖୁସିରେ କାନ୍ଦି ପକାଇଥିଲେ ଫହାଦା।   

OTV is now on Whatsapp

Join and get latest news update delivered to you via whatsapp

Join Now