Advertisment

କର୍ମଚାରୀଙ୍କୁ ଛଟେଇ କରିବା ପରେ ଦୁଃଖରେ ଭାଙ୍ଗିପଡ଼ିଲେ, ୧୮ ମହଲାରୁ ଡେଇଁ ଜୀବନ ହାରିଲେ CFO

କର୍ମଚାରୀଙ୍କୁ ଛଟେଇ କରିବା ପରେ ମନସ୍ତାପରେ ରହୁଥିଲେ । ଏତେ ଲୋକ ରୋଜଗାର ହରାଇବା ପରେ କମ୍ପାନୀର ସିଏଫ୍‌ଓ ଜୀବନ ହାରିଦେଲେ ।

author-image
Prangyan Parimita
ଅଦ୍ୟତନ ହୋଇଛି
Bed Bath & Beyond's CFO commits suicide after job cuts

Bed Bath & Beyond's CFO commits suicide after job cuts

କର୍ମଚାରୀଙ୍କୁ ଚାକରିରୁ ବିଦା କରିବା ପରେ ଜୀବନ ହାରିଲେ ମୁଖ୍ୟ ଆର୍ଥିକ ଅଧିକାରୀ( CFO )। ଏତେ ଲୋକଙ୍କ ଦୁଃଖର କାରଣ ହୋଇଥିବା ଚିନ୍ତା କରି ସେ ଆତ୍ମହତ୍ୟା ପରି ଚରମ ରାସ୍ତା ବାଛି ନେଇଛନ୍ତି । କରୋନା ପର ଠାରୁ କମ୍ପାନୀ ଗୁଡ଼ିକରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ଅନେକ ଲୋକଙ୍କୁ ଚାକିରି ହରାଇବାକୁ ପଡ଼ୁଛି । ପୂର୍ବରୁ ଛଟେଇ ହେଉଥିଲେ ହେଁ ମହାମାରୀ ପରେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହି କ୍ରମରେ ନିକଟରେ ବେଡ୍‌ ବାଥ ଆଣ୍ଡ ବିୟଣ୍ଡ( Bed Bath & Beyond) କମ୍ପାନୀ ନିଜର ଅନେକ ଷ୍ଟୋର ବନ୍ଦ କରିବା ପରେ ଶତାଧିକ କର୍ମଚାରୀଙ୍କୁ ଛଟେଇ କରିଛି । ଏତେ ଲୋକ କିଛି କ୍ଷଣ ମଧ୍ୟରେ ଚାକିରି ହରାଇବା ପରେ କମ୍ପାନୀର CFO ୧୮ ମହଲା ଛାତ ଉପରୁ ଡେଇଁ  ଆତ୍ମହତ୍ୟା କରିଛନ୍ତି ।

Advertisment

ଆମେରିକାର ‘ବେଡ୍‌ ବାଥ ଆଣ୍ଡ ବିୟଣ୍ଡ’ କମ୍ପାନୀର CFO ଗୁସ୍ତାଭୋ ଅର୍ଣ୍ଣେଲ (Gustavo Arnal ) । ସେ ଶୁକ୍ରବାର ଦିନ ଜେଙ୍ଗା ଟାୱାରର ୧୮ ମହଲା ଉପରୁ ଡେଇଁ ଜୀବନ ହାରି ଦେଇଛନ୍ତି । ନିଜ କମ୍ପାନୀର କିଛି ଷ୍ଟୋର ବନ୍ଦ ହେବା ସହ କର୍ମଚାରୀଙ୍କୁ ହଟାଇବା ପାଇଁ ଘୋଷଣା କରିବା ପରେ ସେ ଚାପରେ ରହୁଥିଲେ । କର୍ମଚାରୀଙ୍କ ଚାକିରି ଯିବା ପଛରେ ନିଜକୁ କେଉଁଠି ନା କେଉଁଠି ସେ ଦାୟୀ କରୁଥିଲେ । ତେଣୁ ସେ କର୍ମଚାରୀଙ୍କ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । କିନ୍ତୁ ପ୍ରକୃତ କାରଣ କ’ଣ ତାହା ଏଯାଏଁ ସ୍ପଷ୍ଟ ହୋଇନି।

୫୨ ବର୍ଷୀୟ ଗୁସ୍ତାଭୋ ଟାୱାର୍‌ ନିକଟରୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିବା ପୋଲିସ୍‌ କହିଛି । ଆଉ ସେହି ସମୟରେ ସେ କିଛି କହିବା ଅବସ୍ଥାରେ ନଥିଲେ । ୧୮ ମହଲାରୁ ତଳକୁ ଡେଇଁବା ପରେ ଗୁରୁତର ଆହତ ହୋଇଥିଲେ ଗୁସ୍ତାଭୋ । ଏହାପରେ ସେଠାରେ ତୁରନ୍ତ ପହଞ୍ଚିଥିଲେ ଜରୁରୀକାଳୀନ ସେବା କର୍ମଚାରୀ । ହେଲେ ସେଠାରେ ଗୁସ୍ତାଭୋଙ୍କୁ ମୃତ ଘୋଷଣା କରାଯାଇଥିଲା । ତେବେ କାହିଁକି ଆତ୍ମହତ୍ୟା କରିଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Advertisment

Bed Bath & Beyond ବୋର୍ଡର ଡାଇରେକ୍ଟର, ଗୁସ୍ତାଭୋଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଗୁସ୍ତାଭୋଙ୍କ ପରିବାରର ଏହି କଷ୍ଟଦାୟକ ସମୟରେ କମ୍ପାନୀର ପୂରା ଟିମ୍‌ ସହଯୋଗ କରିବ ବୋଲି ସେ କହିଛନ୍ତି। ସେହିପରି ପରିବାରର ଗୋପନୀୟତାକୁ ସମ୍ମାନ ଦେବାପାଇଁ ଅନୁରୋଧ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ୨୦୨୦ରେ ଗୁସ୍ତାଭୋ ‘ବେଡ୍‌ ବାଇ ଆଣ୍ଡ ବିୟଣ୍ଡ’ କମ୍ପାନୀରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ କସମେଟିକ ବ୍ରାଣ୍ଡ ‘ଏଭନ’ର CFO ଥିଲେ । ସେହିପରି Procter & Gamble ରେ ଗୁସ୍ତାଭୋଙ୍କ ୨୦ ବର୍ଷର ଅଭିଜ୍ଞତା ମଧ୍ୟ ରହିଛି ।

Tragic Story Mass Layoffs
Advertisment
Advertisment