/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662094805.jpg)
Dawood Ibrahim
ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍କୁ ଧରିବା ଲାଗି ତତ୍ପର ହୋଇଛି ଜାତୀୟ ତଦନ୍ତକାରୀ ସଂସ୍ଥା-NIA । ଦାଉଦ୍ ସଂପର୍କରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା । ପ୍ରେସ୍ ରିଲିଜ୍ ଜରିଆରେ ଏନ୍ଆଇଏ ଏହି ପୁରସ୍କାର ଘୋଷଣା କରିଛି । ଏଥିସହ NIA ଦାଉଦ୍ର ନୂଆ ଫଟୋ ବି ଜାରି କରିଛି ।
ବର୍ଷ ବର୍ଷ ଧରି ଅଣ୍ଡରଗ୍ରାଉଣ୍ଡ ରହିଥିବା ଏହି ଅଣ୍ଡରୱାର୍ଲ୍ଡ ଡନ୍ ସଂପର୍କରେ ଯେ କେହି ବି ସୂଚନା ଦେଲେ, ତାଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି NIA ଘୋଷଣା କରିଛି । ଦାଉଦ୍ ସହ ଅନ୍ୟ କେତେକ ଓ୍ୱାଣ୍ଟେଡ୍ ଆତଙ୍କବାଦୀଙ୍କ ନାଁରେ ମଧ୍ୟ କ୍ୟାସ୍ ପ୍ରାଇଜ୍ ଘୋଷଣା କରିଛି ଏନ୍ଆଇଏ । ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗର ସଦସ୍ୟ ତଥା ଦାଉଦ୍ର ଡାହାଣ ହାତ କୁହାଯାଉଥିବା ଛୋଟା ସକିଲ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା ।
ସେହିଭଳି ଅନିସ୍ ଇବ୍ରାହିମ୍, ଜାଭେଦ୍ ଚିକ୍ନା ଓ ଟାଇଗର୍ ମେମନ୍ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଛି । ଦାଉଦ୍ ଇବ୍ରାହିମ ଏବେ ବି ସକ୍ରିୟ ଅଛି ଏବଂ ଲସ୍କର-ଏ-ତଇବା, ଜୈସ୍-ଏ-ମହମ୍ମଦ ଏବଂ ଅଲ୍-କାଏଦା ସହ ମିଳିତ ସହଯୋଗରେ କାମ କରୁଥିବା ଏନ୍ଆଇଏ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)