/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681459868.jpg)
Kamalakanni
ପାଠ ପଢିବା ପାଇଁ ବୟସ ମାତ୍ର ଏକ ଶବ୍ଦ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ୧୦୮ ବର୍ଷର ବୃଦ୍ଧା। ବୟସରେ ଅପରାହ୍ନରେ ପହଞ୍ଚିଥିଲେ ବି ପରୀକ୍ଷାରେ ଦେଖାଛନ୍ତି କମାଲ୍। ପରୀକ୍ଷାରେ ସେ କେବଳ ପାସ୍ କରିନାହାନ୍ତି ବରଂ ପ୍ରଥମସ୍ଥାନ ଅଧିକାର କରିଛନ୍ତି। କେରଳର ଲିଟେରାସି ପ୍ରୋଗ୍ରାମ୍ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ତାମିଲନାଡୁର ୧୦୮ ବର୍ଷିୟ ବୃଦ୍ଧା କମଲାକାନ୍ନି।
୧୯୧୫ ମସିହାରେ ତାମିଲନାଡୁର ଥେନି ଜିଲ୍ଲା କୁମବୁମ୍ରେ କମଲାକାନ୍ନି ଜନ୍ମ ଗ୍ରହଣ କରିଥିଲେ। ସେ କେରଳରେ ଗୁଜୁରାତି ଚାଷ କରି ପରିବାର ଚଳାଉଥିଲେ। ତେବେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ଗୁଜୁରାତି ଚାଷ ପାଇଁ କେରଳ-ତାମିଲ ସୀମା ଭାନଦାନମେଦୁ ଚାଲିଯାଇଥିଲେ।
ଅଧିକ ପଢ଼ନ୍ତୁ: ବୟସ ୧୦୩ ! ଏବେ ବି ଜିମ୍ରେ କରୁଛନ୍ତି କସରତ, ସ୍ପୋର୍ଟି ଲୁକ୍ ସାଙ୍ଗକୁ ଫୁଲ୍ ମେକ୍ଅପ୍
ବିଶେଷ କରି ଗୁଜୁରାତି ଚାଷ ପାଇଁ ଏଠାରେ ଅନେକ ଶ୍ରମିକ ଆସନ୍ତି। ଏଠି ଚାଷ କରିବାକୁ ଆସି ଜୀବନର ସବୁ ସମୟ ଏହିଠାରେ ନିୟୋଜିତ କରିଥିଲେ କମଳାକାନ୍ନି। ସେ ୮୦ ବର୍ଷ କାଳ ଗୁଜୁରାତି ଚାଷ କରିଛନ୍ତି। ଏଥିପାଇଁ ସେ ସ୍କୁଲ ପାଠ ଶେଷ କରିପାରିନଥିଲେ।
କମଳାକାନ୍ନି ପରେ କେରଳ ଲିଟେରାସି ପ୍ରୋଗ୍ରାମରେ ନାଁ ଲେଖାଇବା ସହ ପାଠ ପଢିବା ଆରମ୍ଭ କରିଦେଇଥିଲେ। ତାଙ୍କର ଶ୍ରବଣ ଶକ୍ତି ଓ ବିଚାର ଶକ୍ତି ସାଧାରଣଠୁ ବି ଅଧିକ। ତାଙ୍କର କର୍ମମୟ ଜୀବନକୁ ଦେଖି ଅନେକ ଲୋକ ତାଙ୍କୁ ମଡେଲ୍ ବୋଲି ଭାବିନେଲେ। ତାଙ୍କୁ ଅଧିକ ବୟସ ହୋଇଯାଇଥିଲେ ବି ଶିକ୍ଷା କ୍ଷେତ୍ରରେ ସେ ଅନେକଙ୍କ ପ୍ରଶଂସାର ପାତ୍ର ହୋଇଥିଲେ।
ସେ ଉଭୟ ତାମିଲ ଓ ମାଲୟାଲାମ ଭାଷା ଲେଖିବା ଆରମ୍ଭ କରିଦେଇଥିଲେ। Literacy Project ପରୀକ୍ଷାରେ ସେ ଶତକଡ଼ା ୯୭ ପ୍ରତିଶତ ମାର୍କ ରଖିଛନ୍ତି। ତାଙ୍କର ଏହି ସଫଳତାରେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
କମଳାକାନ୍ନିଙ୍କ ଅଣନାତିଙ୍କ କହିବାନୁଯାୟୀ, ଆମେ ତାଙ୍କର ୫ମ ପିଢି। ସେ ଆମ ପାଇଁ ପ୍ରେରଣାର ଉତ୍ସ। ଜେଜେ ମାଙ୍କ ୧୦୯ ତମ ଜନ୍ମ ଦିବସ ପାଳନ ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ। ହୁଏତ ଆମ ଜେଜେମା ଦ୍ୱିତୀୟ ଶ୍ରେଣୀ ଯାଏ ପଢିଛନ୍ତି, କିନ୍ତୁ ସେ ପାଠ ପଢିବା ପାଇଁ ଆମକୁ ଉତ୍ସାହିତ କରନ୍ତି। କେରଳ ସରକାରଙ୍କ ଦ୍ୱାରା ଲିଟେରାସି ପ୍ରୋଗ୍ରାମ ‘ସମ୍ପୂର୍ଣ୍ଣମ ଶାସ୍ତ୍ର’ ବରିଷ୍ଠ ମାନଙ୍କ ପାଇଁ ଉଦ୍ଦିଷ୍ଟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)