• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବୟସ ବହୁତ କମ୍‌...କିନ୍ତୁ ଚିନ୍ତାଧାରା ମହାନ୍‌ । ଯୁକ୍ତଦୁଇରେ ସେ ପାଠ ପଢନ୍ତି । ହେଲେ ତାଙ୍କର ଚିନ୍ତାଧାରା ଜାଣିଲେ ଆପଣ ବି ସଲାମ୍‌ କରିବାକୁ ବାଧ୍ୟ ହେବେ । କାରଣ ଖୁବ କମ୍‌ ବର୍ଷରେ ସେ ଯେଉଁ କାମ କରୁଛନ୍ତି ତାହା ଜାଣିବା ପରେ ଯିଏ ନାହିଁ ସିଏ ପ୍ରଶଂସା କରିବାକୁ ବାଧ୍ୟ ହେବେ ।

ଭଦ୍ରକ ଚାନ୍ଦବାଲି ସୁନ୍ଦରପୁର ଗାଁର ସୁଦାମ ସାହୁ । ଭୁବନେଶ୍ୱର ରାଜଧାନୀ କଲେଜରେ ଯୁକ୍ତ୨ର ଛାତ୍ର ସିଏ । ଯୁକ୍ତ୨ରେ ପାଠ ପଢୁଛନ୍ତି ସତ ହେଲେ ସମାଜ ସେବାକୁ ନିଜର ବ୍ରତ ଭାବରେ ଗ୍ରହଣ କରିଛନ୍ତି । ଏମିତିକି ବହୁ ସ୍ୱେଛାସେବୀ ଅନୁଷ୍ଠାନ ସହ ଜଡିତ ରହି ପ୍ରତ୍ୟେକ ରବିବାରରେ ଏମ୍ସ ମେଡିକାଲରେ ଅସହାୟ ରୋଗୀ ଓ ତାଙ୍କ ସର୍ମ୍ପକୀୟଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନ କରିବା ସହ ଅସହାୟ ପରିବାର ବର୍ଗଙ୍କୁ ସାହାଯ୍ୟ କରନ୍ତି ।

ହେଲେ ଏବେ ସିଏ ଯେଉଁ ମହାନ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ଜାଣିବା ପରେ ଆପଣ ନିଶ୍ଚୟ ଖୁସି ହେବେ । ଜଣେ କ୍ୟାନସର ରୋଗୀଙ୍କୁ ଚୁଟି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁଦାମ । ସେଇଥି ଲାଗି ତ ବାରିକ ଡାକି ଲଣ୍ଡା ହେଉଛନ୍ତି...ଆଉ ଚୁଟି ଦାନ ଲାଗି ପ୍ରସ୍ତୁତ ହେଉଛନ୍ତି । ପୁଅର ଏମିତି ମହାନ କାମକୁ ଘର ଲୋକ ବି ବେଶ୍‌ ଉତ୍ସାହିତ କରୁଛନ୍ତି ।

 

ଖାଲି ଏତିକି ନୁହେଁ ବରଂ କୌଣସି ଅଜଣା ବ୍ୟକ୍ତି ବିଶେଷଙ୍କର ମୃତ୍ୟୁ ହେଲେ ବିନା ଦ୍ୱିଧାରେ ସେ ଶବ ବି ସତ୍କାର କରନ୍ତି । ଯାହାକୁ ନେଇ ତାଙ୍କୁ ଅନେକ ପ୍ରଶଂସା ଓ ପୁରସ୍କାର ବି ମିଳିଛି । ତେବେ ଗତ ଗୁରୁବାର ନିଜର ଚୁଟିକୁ ଭୁବନେଶ୍ୱରର ଶୋଭା ଟ୍ରଷ୍ଟକୁ ଦାନ କରିଥିଲେ । ସୁଦାମଙ୍କ ଚୁଟି ହାଇଦ୍ରାବାଦକୁ ପଠାଯିବ ବୋଲି ସୂଚନା ମିଳିଛି । ଛାତ୍ର ଜୀବନରୁ ସୁଦାମଙ୍କ ସାମାଜିକ କାର୍ଯ୍ୟକୁ ନେଇ ସବୁଆଡ଼େ ବେଶ୍‌ ପ୍ରଶଂସା କରାଯାଉଛି ।

(ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ)