• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମହଙ୍ଗାଇ ମାଡ଼ରେ ବେହାଲ ସାଧାରଣ ଜନତା । ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଙ୍ଗା, ଖାଦ୍ୟ ସାମଗ୍ରୀ ମହଙ୍ଗା, ଶିକ୍ଷା ମହଙ୍ଗା । ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ମଧ୍ୟ ମହଙ୍ଗା । ଦେଶରେ ସବୁବେଳେ ଦରଦାମ ବୃଦ୍ଧିକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ଶିକ୍ଷା, ଖାଦ୍ୟ, ପେଟ୍ରୋଲ ଆଦି ସେକ୍ଟରରେ ଦରଦାମ ବଢ଼ୁଥିବା ବେଳେ ବର୍ତ୍ତମାନ ଏଥିରୁ ଔଷଧ ଓ ସ୍ୱାସ୍ଥ୍ୟ ସେବା ମଧ୍ୟ ବାଦ ପଡ଼ିନି ।

ଇନସ୍ୟୋ ତରଫରୁ ପ୍ରକାଶିତ ରିପୋର୍ଟରେ ଏହା କୁହା ଯାଇଛି । ରିପୋର୍ଟ ଅନୁସାରେ ଭାରତରେ ସ୍ୱାସ୍ଥ୍ୟସେବାର ଦାମ ପୁରା ଏସିଆରେ ସର୍ବାଧିକ । ବର୍ତ୍ତମାନ ଏହା ବଢ଼ି ବଢ଼ି ୧୪ ପ୍ରତିଶତରେ ପହଞ୍ଚି ଯାଇଛି । ଅନ୍ୟପଟେ ଧନୀକ ଶ୍ରେଣୀ ବୀମା ପଲିସି ନେବାରେ ଆଗରେ ରହିଛନ୍ତି ।

ତେବେ ସ୍ୱାସ୍ଥ୍ୟ ସେବାରେ ଏପରି ବୃଦ୍ଧି, ନାଗରିକଙ୍କ ଉପରେ ବୋଝ ବଢ଼ାଇଛି । ପାଖାପାଖି ୭୧ ପ୍ରତିଶତ ଲୋକ ନିଜ ସ୍ୱାସ୍ଥ୍ୟ ଉପରେ ଖର୍ଚ୍ଚ କରୁଥିବା ବେଳେ ମାତ୍ର ୧୫ ପ୍ରତିଶତ କମ୍ପାନୀ ଏନେଇ ବୀମା ଯୋଗାଇ ଦେଇଛନ୍ତି । ରିପୋର୍ଟରେ ଏ କଥା ମଧ୍ୟ କୁହା ଯାଇଛି ଯେ, ସ୍ବାସ୍ଥ୍ୟ ଦେଖା ଶୁଣା ବାବଦକୁ ହେଉଥିବା ଖର୍ଚ୍ଚ ୯ କୋଟିରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି ।

ଅନ୍ୟପଟେ ନୀତି ଆୟୋଗ ରିପୋର୍ଟ ମୁତାବକ, ଭାରତରେ ରୋଜଗାର ୨୦୩୦ ସୁଦ୍ଧା ବଢ଼ି ୫୬୯ ନିୟୁତରେ ପହଞ୍ଚିବ । ଏପରି ଅଭିବୃଦ୍ଧି ସତ୍ତ୍ୱେ କମ୍ପାନୀ ସ୍ୱାସ୍ଥ୍ୟବୀମା ନକରାଇବା ନିହାତି ରୂପେ ଆଲୋଚନା ସାପେକ୍ଷ । କମ୍ପାନୀ ପାଇଁ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସର୍ବୋଚ୍ଚ ପ୍ରାଥମିକତା ରହିବା ଦରକାର ।

ତେବେ ଏହି ରିପୋର୍ଟରେ, କର୍ମଚାରୀଙ୍କ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ଓ ନିୟମିତ ଡାକ୍ତର ପରାମର୍ଶ ସମ୍ପର୍କିତ ତଥ୍ୟ ମଧ୍ୟ ପ୍ରଦାନ କରା ଯାଇଛି । ୫୯ ପ୍ରତିଶତ ଲୋକେ ସେମାନଙ୍କର ବାର୍ଷିକ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଇ ନଥିବା ଜଣା ପଡ଼ିଛି । ସେହିପରି ଏଥିରୁ ୯୦ ପ୍ରତିଶତ ଲୋକ ସ୍ବାସ୍ଥ୍ୟ ସମ୍ବନ୍ଧୀତ ପରାମର୍ଶକୁ ଉପେକ୍ଷା କରୁଥିବା ଜଣା ପଡ଼ିଛି ।