Advertisment

Health Tips: ଓଠ ଫାଟୁଛି କି ? ଆପଣଙ୍କ ପାଇଁ ୫ଟି ଟିପ୍ସ, ମିଳିବ ଆରାମ...

ଶୀତ ଋତୁ ଆସିଲେ ଓଠ ଫାଟିବା ଆରମ୍ଭ ହୁଏ। ଧୀରେ ଧୀରେ ଯନ୍ତ୍ରଣା ହେବା ଏବଂ ରକ୍ତସ୍ରାବ ମଧ୍ୟ ଦେଖାଯିବା ଆରମ୍ଭ କରେ। ଏହି ୫ଟି ଘରୋଇ ଉପଚାର ଆପଣ ଓଠର ସମସ୍ୟାରୁ ମୁକ୍ତି। ଆସନ୍ତୁ ଜାଣିବା ଏହି ସହଜ ଉପାୟ କ’ଣ…

author-image
Pramod Behera
ଅଦ୍ୟତନ ହୋଇଛି
5 home remedies to get rid of chapped lips in winter

5 home remedies to get rid of chapped lips in winter

ଶୀତ ଋତୁ ଆସିଲେ ଏହା ସହିତ ଅନେକ ସମସ୍ୟା ନେଇ ଆସିଥାଏ। ଏହି ସମୟରେ ଅନେକ ତ ଥଣ୍ଡା-କାଶ ଏବଂ ଜ୍ୱରରେ ପୀଡିତ ହୁଅନ୍ତି। କେବଳ ଏତିକି ନୁହେଁ ଶୀତ ଋତୁରେ ଆଉ ଏକ ସମସ୍ୟା ମଧ୍ୟ ଅଛି, ଯାହା ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟକୁ ମଧ୍ୟ ଖରାପ କରିଦେଇଥାଏ। ଏହା ପ୍ରାୟ ସାଧାରଣ ଆଉ ଏହି ସମସ୍ୟାଟି ହେଲା ଓଠ ଫାଟିବା।

Advertisment

ଏହି ସମସ୍ୟାର ମୁଖ୍ୟ କାରଣ ହେଉଛି ଶୀତ ଆରମ୍ଭରେ ବହୁଥିବା ଶୀତଳ ପବନ। ଏହି ଶୀତଳ ପବନ କେବଳ ଚର୍ମକୁ ଶୁଷ୍କ କରେ ନାହିଁ ବରଂ ଏହାକୁ କଳା ମଧ୍ୟ କରିଥାଏ। ଏହି କାରଣରୁ ଓଠ ଫାଟିବା ଆରମ୍ଭ ହୁଏ। ଧୀରେ ଧୀରେ ଯନ୍ତ୍ରଣା ହେବା ଏବଂ ରକ୍ତସ୍ରାବ ମଧ୍ୟ ଦେଖାଯିବା ଆରମ୍ଭ କରେ। ଏଭଳି ପରିସ୍ଥିତିରେ ଏହାର ବିଶେଷ ଯତ୍ନ ନେବା ମଧ୍ୟ ଜରୁରୀ ହୋଇପଡେ।

ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧିରେ ଓଠ ଏକ ପ୍ରମୁଖ ଭୂମିକା ନେଉଥିବା ଅନେକ ଏ ପରିସ୍ଥିତିରେ ଭାଙ୍ଗିପଡନ୍ତି। ଏନେଇ ଏଥିରୁ ମୁକ୍ତି ପାଇବାକୁ ଚେଷ୍ଟା କରନ୍ତି। ତେବେ ଏଥିରୁ ରକ୍ଷା ପାଇବା ପାଇଁ ବଜାରରେ ଅନେକ ଉତ୍ପାଦ ମିଳୁଥିଲେ ମଧ୍ୟ ଏହା ଖୁବ ମହଙ୍ଗା ହୋଇଥାଏ। ଯଦି ଆପଣ ଚାହାଁନ୍ତି, ଘରେ କିଛି ସହଜ ପଦକ୍ଷେପ ଗ୍ରହଣ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏହି ଘରୋଇ ଉପଚାରଗୁଡ଼ିକ ସାହାଯ୍ୟରେ ଆପଣ କେବଳ ଓଠର ସମସ୍ୟାରୁ ମୁକ୍ତି ପାଇବେ ନାହିଁ ବରଂ ଏହାକୁ ସୁନ୍ଦର କରିବାରେ ମଧ୍ୟ ସକ୍ଷମ ହେବେ। ଆସନ୍ତୁ ଜାଣିବା ଏହି ସହଜ ଉପାୟ କ’ଣ…

Advertisment

ଓଠଫଟାରୁ ମୁକ୍ତି ପାଇବା ପାଇଁ ୫ଟି ଘରୋଇ ଉପଚାର:

ନଡିଆ ତେଲ:

ପ୍ରତିଦିନ ଓଠରେ ୨ରୁ ୩ ଥର ନଡିଆ ତେଲ ଲଗାନ୍ତୁ। ରାତିରେ ଶୋଇବା ପୂର୍ବରୁ ନଡିଆ ତେଲ ଲଗେଇ ଶୁଅନ୍ତୁ। ଏହା କରିବା ଦ୍ୱାରା ଓଠ ଫାଟିବା ସମସ୍ୟା ଦୂର ହେବା ସହ ଚର୍ମ ମଧ୍ୟ ନରମ ହୋଇଯାଏ।

ବାଦାମ ତେଲ:

ଶୀତଦିନେ ଓଠଫଟା ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାଦାମ ତେଲ ମଧ୍ୟ ଅତ୍ୟନ୍ତ ଲାଭଦାୟକ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଓଠରେ ବାଦାମ ତେଲ ଲଗାନ୍ତୁ ଏବଂ ଓଠକୁ ପାଞ୍ଚ ମିନିଟ୍ ପାଇଁ ଆଙ୍ଗୁଠିରେ ମାଲିସ୍ କରନ୍ତୁ। ଏହା ଦ୍ୱାରା ଓଠର ଚର୍ମ କୋମଳ ହୋଇଯିବ ଏବଂ ଓଠର ରଙ୍ଗ ମଧ୍ୟ ଗୋଲାପୀ ହୋଇଯିବ।

କ୍ରିମ୍:

ଓଠଫଟାରୁ ମୁକ୍ତି ପାଇବା ପାଇଁ କ୍ରିମ୍ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ। କ୍ରିମକୁ ଓଠରେ ଲଗାଇ ୨ ମିନିଟ୍ ପାଇଁ ମସାଜ୍ କରିବାକୁ ପଡିବ। ଶୋଇବା ପୂର୍ବରୁ ନିୟମିତ ଭାବେ କ୍ରିମ୍ ଲଗାଇଲେ ଓଠର ଶୁଷ୍କତା ଦୂର ହୋଇଥାଏ। ଯଦି ଆପଣ ଏହି ପ୍ରକ୍ରିୟାକୁ ଏକ ସପ୍ତାହ ପର୍ଯ୍ୟନ୍ତ କରନ୍ତି, ତେବେ ଆପଣଙ୍କ ଓଠ ଗୋଲାପୀ ହୋଇଯିବ ଏବଂ ଆପଣ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ପାଇବେ।

ମହୁ:

ମହୁକୁ ଓଠଫଟା ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ। ଓଠ ପାଇଁ ମହୁ ଏକ ବହୁତ ଭଲ ମଶ୍ଚରାଇଜର। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି। ଏହା ଶୁଖିଲା ଏବଂ ଫାଟିଯାଇଥିବା ଓଠକୁ ଆରାମ ପ୍ରଦାନ କରିଥାଏ। ଏହା ଓଠରେ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। ଏହା ବ୍ୟତୀତ ଏଥିରେ ଥିବା ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ଓଠର ସୌନ୍ଦର୍ଯ୍ୟକୁ ବଢାଇଥାଏ।

ହଳଦୀ:

ଯଦି ଆପଣଙ୍କର ଓଠ ଅଧିକ ଫାଟୁଥାଏ ଯେ ଏଥିରୁ ରକ୍ତସ୍ରାବ ଆରମ୍ଭ ହୁଏ, ତେବେ ଚାରି ଚାମଚ କ୍ଷୀରରେ ୨ ଚିମୁଟା ହଳଦୀ ମିଶାଇ ଓଠରେ ଲଗାନ୍ତୁ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହା କରନ୍ତୁ। ଖୁବ୍ ଶୀଘ୍ର ଏହି ସମସ୍ୟାରୁ ଆରାମ ମିଳିବ।

Natural Remedies For Chapped Lips Chapped Lips Remedies Health Tips Health Checkup Remedies For Chapped Lips
Advertisment
Advertisment