Advertisment

Health Tips: କ୍ୟାନ୍‌ସର୍‌ ଓ ଆଜ୍‌ମାକୁ ରୋକିବ ସୋରିଷ ଶାଗ; କିପରି ଜାଣନ୍ତୁ…

ସୋରିଷ ଶାଗ କେବଳ ସ୍ୱାଦିଷ୍ଟ ନୁହେଁ ଏହା ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ। ଏବେ ବଜାରରେ ସୋରିଷ ଶାଗର ଚାହିଦା ମଧ୍ୟ ବଢିବାରେ ଲାଗିଛି। ସୋରିଷ ଶାଗ ଅନେକ ପୋଷକରେ ପରିପୂର୍ଣ୍ଣ। ତେବେ ଆସନ୍ତୁ ଏହାକୁ ଖାଇବା କେଉଁସବୁ ଲାଭ ମିଳେ ଆସନ୍ତୁ ସେ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
consume mustard leaf in winter beneficial in cancer and asthma

consume mustard leaf in winter beneficial in cancer and asthma

ଶୀତ ଋତୁ ଆରମ୍ଭ ହେବା ମାତ୍ରେ ବଜାରକୁ ନୂଆ ନୂଆ ପନିପରିବା ଆସିବା ଆରମ୍ଭ ହୋଇଯାଇଛି। ତେବେ ଏମିତି କିଛି ସବୁଜ ପନିପରିବା ଏହିଛି ଯାହା ଆନେକ ଲୋକ ଖାଇବାକୁ ପଦନ୍ଦ କରନ୍ତି। ଶୀତଦିନେ ଅନେକ ପ୍ରକାର ଶାଗ ମିଳିଥାଏ। ସେହିପରି ଏକ ଶାଗ ହେଲା ସୋରିଷ ଶାଗ।

Advertisment

ସୋରିଷ ଶାଗକୁ ବିଭିନ୍ନ ଉପାୟରେ ରୋଷେଇ କରି ଖିଆଯାଇପାରେ। ଏହାକୁ ବିରିବଡି ଆଉ ବେସର ଦେଇ ପ୍ରସ୍ତୁତ ତରକାରୀ ବହୁତ ସ୍ୱାଦିଷ୍ଟ ହୋଇଥାଏ। ଏହାକୁ ଭାତ ହେଉ କି ରୁଟି ସହିତ ଖିଆଯାଇ ପାରେ। ତେବେ ସୋରିଷ ଶାଗ କେବଳ ସ୍ୱାଦିଷ୍ଟ ନୁହେଁ ଏହା ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ। ଏବେ ବଜାରରେ ସୋରିଷ ଶାଗର ଚାହିଦା ମଧ୍ୟ ବଢିବାରେ ଲାଗିଛି।

ସୋରିଷ ଶାଗ ଅନେକ ପୋଷକରେ ପରିପୂର୍ଣ୍ଣ। ତେବେ ଆସନ୍ତୁ ଏହାକୁ ଖାଇବା କେଉଁସବୁ ଲାଭ ମିଳେ ଆସନ୍ତୁ ସେ ବିଷୟରେ ଜାଣିନେବା।

Advertisment

କୋଲେଷ୍ଟ୍ରଲ୍‌ ହ୍ରାସ:

ସୋରିଷ ଶାଗରେ ପର୍ଯ୍ୟାପ୍ତ ପରିମାଣର ଫାଇବର ଥାଏ। ଏହାକୁ ଖାଇବା ଦ୍ୱାରା ଅନ୍ତନଳୀରେ ଥିବା ବିଷାକ୍ତ ପଦାର୍ଥ ନିଷ୍କାସନରେ ଏହା ସାହାଯ୍ୟ କରେ, ଯାହା ଫଳରେ କୋଲେଷ୍ଟ୍ରଲ ହ୍ରାସ ପାଏ।

ଆଣ୍ଟିଅକ୍ସିଡାଣ୍ଟ ଗୁଣ:

ସୋରିଷ ଶାଗରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଯାହା ଶରୀରକୁ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଜୀବାଣୁରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

ଭିଟାମିନ୍ ଏବଂ ମିନେରାଲ୍ସ:

ସୋରିଷ ଶାଗରେ ପ୍ରଚୁର ପରିମାଣର ଭିଟାମିନ୍ କେ, ସି, ଏ ଏବଂ ଖଣିଜ ପଦାର୍ଥ ରହିଥାଏ, ଯାହା ସୁସ୍ଥ ରହିବା ପାଇଁ ଖୁବ ଜରୁରୀ ହୋଇଥାଏ।

ଓମେଗା-୩ ଫ୍ୟାଟି ଏସିଡ୍:

ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍ ଶରୀରର ଆଭ୍ୟନ୍ତରୀଣ ଯନ୍ତ୍ରଣାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

କର୍କଟ ସହିତ ଲଢିବାରେ ସହାୟକ:

ସୋରିଷରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଏବଂ ଆଣ୍ଟିଅକ୍ସିଡାଣ୍ଟ କାରଣରୁ ଏହା କର୍କଟ ରୋଗ ସହ ମୁକାବିଲା କରିବାରେ ସହାୟକ ହୋଇପାରେ।

ଆଜ୍‌ମା ପାଇଁ ଉପକାରୀ:

ଆୟୁର୍ବେଦିକ ଡାକ୍ତରଙ୍କ ଅନୁଯାୟୀ ସୋରିଷ ଶାଗ ଆଜ୍‌ମା ରୋଗୀଙ୍କ ପାଇଁ ଖୁବ ଲାଭଦାୟକ ହୋଇପାରେ।

ତେବେ ଧ୍ୟାନ ଦିଅନ୍ତୁ ଯେ ଏହି ଲାଭଗୁଡିକ ବ୍ୟକ୍ତିର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ମଧ୍ୟ ନିର୍ଭର କରେ ଏବଂ ସୋରିଷ ଶାଗ ଖାଇବା ସହିତ ଅନ୍ୟାନ୍ୟ ସୁସ୍ଥ ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ କରିବା ମଧ୍ୟ ଜରୁରୀ।

Health Tips
Advertisment
Advertisment