/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701178985.jpg)
H9N2 ଇନଫ୍ଲୁଏଞ୍ଜା
ଏପର୍ଯ୍ୟନ୍ତ ଆମ ରାଜ୍ୟରେ ଚିହ୍ନଟ ହୋଇନି ଚୀନରେ ଶିଶୁଙ୍କଠାରେ ନିମୋନିଆ ସଂକ୍ରମଣ କରୁଥିବା H9N2 ଇନଫ୍ଲୁଏଞ୍ଜା ଭୂତାଣୁ । କୋଭିଡ ଭାଇରସ ଭଳି ଏହା ନୂଆ ନୁହେଁ, ଆମ ରାଜ୍ୟରେ ବି ଏହା ରହିଛି । ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ତେବେ କେନ୍ଦ୍ର ଆଡଭାଇଜାରୀ ପରେ ଏହାକୁ ନେଇ ସତର୍କ ଓ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ମହଜୁଦ ପାଇଁ ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
ନିମୋନିଆରେ ଆଡ଼ମିଶନ ହେଉଥିବା ପିଲାଙ୍କ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ରହିଛି। ଇନଫେକ୍ସନ୍ କ୍ଲଷ୍ଟର ଆଉଟବ୍ରେକ୍ ଦେଖାଦେଲେ, ସର୍ଭେଲାନ୍ସ ସହ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ କରିବାକୁ କୁହାଯାଇଛି। ଜନସାଧାରଣଙ୍କୁ ଅନୁରୋଧ, ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି, ନିଜକୁ ଆଇସୋଲେସନରେ ରଖନ୍ତୁ, ମାସ୍କ ପିନ୍ଧନ୍ତୁ । ଲୋକ ସଚେତନ ରହିଲେ, ସଂକ୍ରମଣକୁ କମାଯାଇପାରିବ । ତେବେ ଏହାକୁ ନେଇ ଆତଙ୍କିତ ହେବାର ନାହିଁ ବୋଲି କହିସାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)