Advertisment

ଭୟ ବଢ଼ାଇଲା ଚୀନ୍‌ ନିମୋନିଆ, ଆଗୁଆ ପ୍ରସ୍ତୁତି ପାଇଁ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ

ଯେଉଁ ରୋଗ ସହ ଶ୍ୱାସକ୍ରିୟାର ସମସ୍ୟା ଜଡ଼ିତ, ସେଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରାଳୟ। ସେହିପରି ଘଟଣା ଉପରେ ମନ୍ତ୍ରାଳୟ ନଜର ରଖିଛି, ଭୟଭୀତ ହେବାର କାରଣ ନାହିଁ ବୋଲି ଜଣାଇଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
pneumonia in china

pneumonia in china

ଶ୍ୱାସ ରୋଗ ସମ୍ବନ୍ଧୀୟ ସମସ୍ୟା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଛି ଆଡଭାଇଜରୀ। ଚୀନରେ ବ୍ୟାପୁଥିବା ଏହି ଲକ୍ଷଣଜନିତ ରୋଗ ପାଇଁ ଆଗୁଆ ସତର୍କ କରିଛନ୍ତି କେନ୍ଦ୍ର ସରକାର। ଆଗୁଆ ପ୍ରସ୍ତୁତି ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ଓ ରାଜ୍ୟସ୍ତରୀୟ ସର୍ଭେଲାନ୍ସରେ ILIଏବଂ SARI ଲକ୍ଷଣ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

Advertisment

ଯେଉଁ ରୋଗ ସହ ଶ୍ୱାସକ୍ରିୟାର ସମସ୍ୟା ଜଡ଼ିତ, ସେଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରାଳୟ। ସେହିପରି ଘଟଣା ଉପରେ ମନ୍ତ୍ରାଳୟ ନଜର ରଖିଛି, ଭୟଭୀତ ହେବାର କାରଣ ନାହିଁ ବୋଲି ଜଣାଇଛି।

Advertisment

ସୂଚନା ଅନୁସାରେ କୋରନା ପରେ ଏବେ ଚୀନରେ ରହସ୍ୟମୟ ନିମୋନିଆ ବ୍ୟାପୁଛି। ଏଥିରେ ହଜାର ହଜାର ପିଲା ଆକ୍ରାନ୍ତ ହେଉଛନ୍ତି। ଅସୁସ୍ଥ ଶିଶୁଙ୍କ ନେଇ ହସ୍ପିଟାଲ ମଧ୍ୟ ଭର୍ତ୍ତି ହୋଇଯାଇଛି। ପ୍ରଭାବିତ ପିଲାଙ୍କୁ ପ୍ରବଳ ଜ୍ୱର ହେବା ସହ ସେମାନଙ୍କ ଫୁସ୍‌ଫୁସ୍‌ରେ ପ୍ରଦାହ ହେଉଛି। ତେବେ ଏହି ରୋଗରର କେନ୍ଦ୍ରସ୍ଥଳ ହେଉଛି ଚୀନ୍‌ର ରାଜଧାନୀ ବେଜିଂ ଓ ଲାଓନିଂ ପ୍ରଦେଶ।

India China
Advertisment
Advertisment