/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701400315.jpg)
World AIDS Day
ଆଜି ବିଶ୍ୱ ଏଡ୍ସ୍ ଦିବସ(World AIDS Day) । ଚଳିତ ବର୍ଷର ଥିମ୍ ରହିଛି- Let Communities Lead । ରାଜ୍ୟରେ ୧୯୮୮ ପର ଠାରୁ ମୋଟ୍ ୬୦ ହଜାର ୮୮୬ ଏଚ୍ଆଇଭି ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ମଧ୍ୟରୁ ଆଣ୍ଟି ରେଟ୍ରୋଭାଇରସ୍ ଥେରାପି ରେଜିଷ୍ଟର ଅଛନ୍ତି ୪୭ ହଜାର ୩୯୦ ଜଣ ।
ରୋଗୀ ସଂଖ୍ୟା ୫୦ ହଜାର ତଳକୁ ରହିଲେ ଲୋ ପ୍ରିଭିଲେଜ୍ କ୍ୟାଟେଗୋରୀରେ ଯାଏ । ଓଡିଶା ଏହି ବର୍ଗରେ ରହିଛି । ସେହିପରି ହାଇ ପ୍ରିଭିଲେଜ୍ ଷ୍ଟେଟ୍ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ରହିଛି । ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୩ରୁ ୫ ହଜାର ରୋଗୀ ଚି଼ହ୍ନଟ ହେଉଛନ୍ତି ।
ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଏଚ୍ଆଇଭି ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି । ମୋଟ୍ ରୋଗୀଙ୍କ ମଧ୍ୟରୁ ୩୩ ପ୍ରତିଶତ କେବଳ ଗଞ୍ଜାମ ଜିଲ୍ଲାର ଅଛନ୍ତି । ଏହା ପଛକୁ ରହିଛି କଟକ । ଏଡ୍ସ୍ ସଚେତନତା ପାଇଁ ମୁଖ୍ୟତଃ କେନ୍ଦ୍ର ସରକାର ଅର୍ଥ ଯୋଗାଉଛନ୍ତି ।
Naco ସହାୟତାରେ OSACS ଅର୍ଥାତ୍ ଓଡିଶା ରାଜ୍ୟ ଏଡ୍ସ୍ ସଚେତନ ନିୟନ୍ତ୍ରଣ ସମିତି ୨୦୦୪ରୁ ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ କରୁଛି । ରାଜ୍ୟ ସରକାରଙ୍କ ନିଦାନ କେନ୍ଦ୍ରରେ ମାଗଣା ରକ୍ତ ପରୀକ୍ଷା କରାଯାଉଥିବା ବେଳେ ନିରାମୟ ଦ୍ୱାରା ମାଗଣା ଔଷଧ ପ୍ରଦାନ କରାଯାଉଛି ।
ଏହାସହ ART ଅର୍ଥାତ୍ ଆଣ୍ଟି ରେଟ୍ରୋଭାଇରସ୍ ଥେରାପିରେ ପଞ୍ଜୀକୃତ ରୋଗୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତଭୁକ୍ତ କରାଯାଉଥିବା OSACS କର୍ତ୍ତୃପକ୍ଷ କହିଛନ୍ତି ।
କେଉଁ କାରଣରୁ ବ୍ୟାପିଥାଏ ଏଡ୍ସ୍...
- ଅସୁରକ୍ଷିତ ଯୌନ ସମ୍ପର୍କ
- ସିରିଞ୍ଜର ଏକାଧିକ ବ୍ୟବହାର
- ରକ୍ତଦାନ ସମୟରେ ସଚେତନତା ଅଭାବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)