Advertisment

Health Tips: ଆପଣ ଟୁଥ୍‌ବ୍ରଶ୍‌କୁ ବାଥ୍‌ରୁମ୍‌ରେ ରଖୁଛନ୍ତି କି… ଏବେଠୁ ହୋଇଯାଆନ୍ତୁ ସାବଧାନ, ନଚେତ୍…

ଅନେକ ଲୋକ ବାଥ୍‌ରୁମ୍‌ରେ ସେମାନଙ୍କର ଟୁଥ୍‌ବ୍ରଶ୍ ରଖନ୍ତି। ବାଥ୍‌ରୁମ୍‌ରେ ଟୁଥ୍‌ବ୍ରଶ୍ ରଖିବା ଠିକ୍ କି ? ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଶରୀର ଉପରେ କି ପ୍ରଭାବ ପକାଇଥାଏ? ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Be carefull if you keep your toothbrush in the bathroom

Be carefull if you keep your toothbrush in the bathroom

ଅନେକ ଲୋକ ବାଥ୍‌ରୁମ୍‌ରେ ସେମାନଙ୍କର ଟୁଥ୍‌ବ୍ରଶ୍ ରଖନ୍ତି। ସେମାନେ ଗୋଟିଏ ହିଁ ହୋଲ୍ଡର ରଖିଥାନ୍ତି ଯେଉଁଥିରେ ପରିବାରର ସମସ୍ତ ସଦସ୍ୟ ବ୍ରସ୍ ରଖନ୍ତି। ଏଭଳି ପ୍ରାୟ ବିଭିନ୍ନ ମେସ୍ ବା ହଷ୍ଟେଲ୍‌ରେ ରହୁଥିବା ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳେ। ଭାରତରେ ଏବେ ବି ଅଧିକାଂଶ ଜଏଣ୍ଟ୍ ଫାମିଲି ଦେଖିବାକୁ ମିଳୁଥିବା ବେଳେ ସେମାନଙ୍କ କ୍ଷେତ୍ରରେ ଏହା ମଧ୍ୟ ଦେଖିବାକୁ ମିଳେ।

Advertisment

ତେବେ ଆସନ୍ତୁ ଜାଣିବା ବାଥ୍‌ରୁମ୍‌ରେ ଟୁଥ୍‌ବ୍ରଶ୍ ରଖିବା ଠିକ୍ କି? ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଶରୀର ଉପରେ କି ପ୍ରଭାବ ପକାଇଥାଏ? ଏହି ଖବର ଅଧିକାଂଶ ଲୋକଙ୍କୁ ବିବ୍ରତ କରିପାରେ ଯେଉଁମାନେ ବାଥ୍‌ରୁମ୍‌ରେ ବ୍ରସ୍ ରଖନ୍ତି।

ବ୍ରଶ୍‌ରେ ଲାଗିଯାଆନ୍ତି ଜୀବାଣୁ:

ଦାନ୍ତ ବିଶେଷଜ୍ଞଙ୍କ ଅନୁଯାୟୀ, ବାଥ୍‌ରୁମ୍‌ରେ ଫ୍ଲଶ୍ କରିବା ପରେ ମଧ୍ୟ ସିଟ୍ କିମ୍ବା ଏହାର ଆଖପାଖ ଅଞ୍ଚଳରେ ଜୀବାଣୁ ଥାଆନ୍ତି। ଏହାର କାରଣ ହେଉଛି ଯଦି ବିନା ଢାଙ୍କୁଣୀରେ ଫ୍ଲଶ୍ କରାଯାଏ ତେବେ ପାଣି ବାହାରକୁ ଆସି ଚଟାଣରେ ପଡେ। ଯେଉଁ କାରଣରୁ ମଳରୁ ନିର୍ଗତ ଜୀବାଣୁ ବାହାରକୁ ପଳେଇଆସନ୍ତି। ଚଟାଣ ଉପରୁ ପାଣି ଶୁଖିଯିବା ପରେ ଜୀବାଣୁ ଟୁଥ୍‌ବ୍ରଶ୍‌କୁ ପଳେଇଆସନ୍ତି। ଯେତେବେଳେ ସେହି ବ୍ରଶ୍‌ରେ ପେଷ୍ଟ୍‌ ଲଗାଇ ଏହାକୁ ବ୍ୟବହାର କରାଯାଏ, ସେହି ଜୀବାଣୁ ପାଟିରେ ପ୍ରବେଶ କରନ୍ତି। ଯେଉଁଥିପାଇଁ ବ୍ୟକ୍ତି ଅନେକ ପ୍ରକାରର ରୋଗରେ ପୀଡିତ ହୋଇପାରନ୍ତି।

Advertisment

ଅନେକ ପ୍ରକାର ରୋଗର ସମ୍ଭାବନା:

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ବାଥ୍‌ରୁମ୍‌ରେ ଟୁ୍‌ଥ୍‌ବ୍ରଶ୍ ରଖିବା ଠିକ୍ ନୁହେଁ। ଏହା କରିବା ଦ୍ୱାରା ବ୍ରଶ୍‌ରେ ଅନେକ ଜୀବାଣୁ ଜମା ହୋଇଯାଏ। କେବଳ ଏତିକି ନୁହେଁ, ଯଦି ଅନେକ ଲୋକ ସମାନ ବାଥ୍‌ରୁମ୍‌କୁ ଶେୟାର କରୁଥାନ୍ତି, ତେବେ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ବଢିଯାଏ।

ବ୍ରଶ୍ ପରିବର୍ତ୍ତନ ଜରୁରୀ:

ଦାନ୍ତ ବିଶେଷଜ୍ଞମାନେ କୁହନ୍ତି ଯେ ବ୍ରଶ୍‌ କରିବା ପୂର୍ବରୁ ଏହାକୁ ଥରେ ସଫା ପାଣିରେ ଧୋଇବା ଉଚିତ। ଏହା କରିବା ଦ୍ୱାରା ବ୍ରଶ୍‌ରେ ଜମା ହୋଇଥିବା ଜୀବାଣୁ ଦୂର ହୋଇଯାଏ। ବ୍ରଶ୍ କରିବା ପରେ ଏହାକୁ କଭର କରି ରଖିବାକୁ ଚେଷ୍ଟା କରନ୍ତୁ। ଆଜିକାଲି ଅଧିକାଂଶ ବ୍ରଶ୍ କଭର୍‌ ସହିତ ମଧ୍ୟ ଆସୁଛି। ବିଶେଷଜ୍ଞଙ୍କ ମତରେ ଗୋଟିଏ ବ୍ରଶ୍‌କୁ ଅତି ବେଶିରେ ୩/୪ ମାସରେ ଥରେ ପରିବର୍ତ୍ତନ କରିବା ଉଚିତ।


କିପରି ନେବେ ଟୁଥ୍‌ବ୍ରଶ୍‌ର ଯତ୍ନ:

  • ଟୁଥ୍‌ବ୍ରଶ୍‌କୁ ସବୁବେଳେ ଉପରମୁହାଁ କରି ରଖିବା ଉଚିତ
  • ଦାନ୍ତ ଘଷିସାରିବା ପରେ ଟୁଥ୍‌ବ୍ରଶ୍‌କୁ ଏକ ଖୋଲା ସ୍ଥାନରେ ଶୁଖିବାକୁ ଦିଅନ୍ତୁ
  • ବ୍ରଶ୍‌କୁ ଭଲଭାବେ ଶୁଖେଇଲା ପରେ କଭର କରି ରଖନ୍ତୁ
  • ପ୍ରତି ତିନିରୁ ଚାରି ମାସରେ ଟୁଥ୍ ବ୍ରଶ୍ ବଦଳାନ୍ତୁ
  • ଟୁଥ୍‌ବ୍ରଶ୍‌କୁ ଡ୍ରୟର କିମ୍ବା ମେଡିସିନ୍ କ୍ୟାବିନେଟରେ ରଖନ୍ତୁ ନାହିଁ
  • ଟୁଥ୍‌ବ୍ରଶ୍‌କୁ ସବୁବେଳେ ବାଥ୍‌ରୁମ୍‌ଠାରୁ ଦୂରରେ ରଖନ୍ତୁ
  • ଟୁଥ୍‌ବ୍ରଶ୍‌କୁ କେବେ ବି ଶେୟାର କରନ୍ତୁ ନାହିଁ
  • ଆର୍ଦ୍ର ପରିବେଶରେ ଟୁଥ୍ ବ୍ରଶ୍ ରଖନ୍ତୁ ନାହିଁ, କାରଣ ଏହା ଜୀବାଣୁ ବୃଦ୍ଧିରେ ସହାୟକ ହୁଏ
Hygiene Practices Health Tips
Advertisment
Advertisment