• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Lingaraj Temple
Lingaraj Temple: ଲିଙ୍ଗରାଜଙ୍କ ଜାଗର ନୀତି ନିର୍ଘଣ୍ଟ; ରାତି ୧୦ଟା ମହାଦୀପ ଦର୍ଶନ

ରାତି ୧୦ଟାରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ଗତକାଲି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି।

myth behind the artha udia brata
Mythology: ଜଙ୍ଗଲରେ ଏହି ଘଟଣା ବଦଳାଇ ଦେଲା ଚକୁଳିଆ ପଣ୍ଡା ଝିଅଙ୍କ ଭାଗ୍ୟ

ଗୋଟିଏ ଓଷା ପାଳନ ଦ୍ୱାରା ବଦଳିଗଲା ଗରିବ ଚକୁଳିଆ ପଣ୍ଡା ପରିବାରର ଭାଗ୍ୟ। ଯେଉଁ ଝିଅ ଦୁଇଜଣ ଦୈନିକ ଘଷି ଗୋଟେଇବାକୁ ଜଙ୍ଗଲକୁ ଯାଆନ୍ତି, ସେଇ ଝିଅଙ୍କ ଜୀବନରେ ଦିନେ ହଠାତ୍ ଘଟିଲା ଏହିପରି ଏକ ଘଟଣା, ଯାହା ବଦଳାଇ ଦେଲା ପୂରା ପରିବାରର ଜୀବନ।

ପିତୃମାତୃ ପୂଜନ ଦିବସ
No Valentine’s Day: ପ୍ରେମ ଦିବସ ବଦଳରେ ପାଳନ ହେଲା ପିତୃ-ମାତୃ ପୂଜନ ଦିବସ...ବନ୍ଦାପନା କଲେ କୁନି କୁନି ପିଲା

ଭଦ୍ରକର ଚିଙ୍ଗୁଡିପୁର ନିକଟରେ ରହିଛି ଆଞ୍ଚଳିକ ସ୍ବାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମ । ବହୁ ସମୟରେ ଛାତ୍ର ଛାତ୍ରୀଙ୍କୁ ଆଧ୍ୟାତ୍ମିକ ଓ ସାମାଜିକ ଶିକ୍ଷା ପ୍ରଦାନ କରିଥାଏ ଏହି ଆଶ୍ରମ । ଫେବୃଆରୀ ମାସ 14 ତାରିଖ ଦିନ ଯେତେବେଳେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁସରଣ କରି ଯୁବସମାଜ ଭେଲେଣ୍ଟାଇନ ଡେ ପାଳନ କରୁଛନ୍ତି, ସେହି ସମୟରେ କୁନି କୁନି ଛାତ୍ରଛାତ୍ରୀ ପିତୃ ମାତୃ ଦିବସ ପାଳନ କରୁଛନ୍ତି ।

Valentines day agreement
Valentine Agreement: ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ ଏଗ୍ରିମେଣ୍ଟ: କିଏ ବାଥରୁମ୍ ସଫା କରିବ, କିଏ ସଉଦା ଆଣିବ...

ପ୍ରେମ ଦିବସରେ ସୋସିଆଲ ମିଡିଆରେ ଭାଇରାଲ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ ଏଗ୍ରିମେଣ୍ଟ । ହସି ହସି ବେଦମ୍ ହେଲେ ୟୁଜର୍ସ ।

Balasore
Valentine's Day: ପ୍ରେମ ଦିବସରେ ଏମିତି କହିଲେ ପ୍ରେମିକ: ତୋ ଗୋଡ଼ ସିନା ଅଚଳ ହୋଇଗଲା, ମୋ ପ୍ରେମ କିନ୍ତୁ ତୋ ପାଇଁ ସଦା ସଚଳ

କଲେଜ ବଦଳିବା ପରେ ଶୁଭ୍ରାଂଶୁ ଓ ଦେବସ୍ମିତାଙ୍କ ପ୍ରେମରେ ପଡ଼ିନଥିଲା ଭଟ୍ଟା। ବରଂ ଗଭୀର ହୋଇଥିଲା ପ୍ରେମ। ପ୍ରେମ ପକ୍ଷୀଟିଏ ପରି ଉଭୟ ସେଲ୍‌ଫି ଉଠାଉଥିଲେ ଓ ପ୍ରଜାପତିଟି ପରି ଏ ବଗିଚା ସେ ବଗିଚା ଉଡି ବୁଲୁଥିଲେ।

ମହାକୁମ୍ଭରେ ହଜିଗଲେ ଓଡିଆ ମହିଳା
Maha Kumbh Mela 2025: ମହାକୁମ୍ଭରେ ହଜିଗଲେ ଓଡ଼ିଆ ମହିଳା, ପରିବାର ସହ ଭେଟ କରାଇଲେ OSRTC କର୍ମଚାରୀ

ତାଙ୍କ ପାଖରେ ନା ଥିଲା ମୋବାଇଲ୍ ଫୋନ୍ ନା ସେ କାହା ସହ ହିନ୍ଦି ବା ଇଂରାଜୀରେ କଥାବାର୍ତ୍ତା କରିପାରୁଥିଲେ । ବେସାହାରା ହୋଇଯାଇଥିଲେ । ଅସହାୟ ଅବସ୍ଥାରେ ମନସ୍ତାପରେ ଥିଲେ । କାହାକୁ କହିବେ କ’ଣ କହିବେ, କିଛି ଭାବି ପାରୁନଥିଲେ । ତାଙ୍କ ସହ ଯାଇଥିବା ପରିବାରର ଅନ୍ୟ ସଦସ୍ୟମାନେ ବି ତାଙ୍କୁ ଖୋଜୁଥିଲେ । କିନ୍ତୁ ପାଉନଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଖୋଜି ପାଇବା ବି କଷ୍ଟକର ଥିଲା ।

Birthday of Sarojini Naidu 2025
Sarojini Naidu Birth Anniversary 2025: ଗାଁ ଗାଁ ବୁଲି ବାଣ୍ଟୁଥିଲେ ଦେଶପ୍ରେମର ବାର୍ତ୍ତା; ନାରୀ ହୋଇ ବିପଦକୁ ନ ଥିଲା ଭୟ

ସରୋଜିନୀ ନାଇଡୁ ଥିଲେ ଦେଶର ପ୍ରଥମ ମହିଳା ରାଜ୍ୟପାଳ। ବିପଦକୁ ଭୟ ନ କରି ଜଣେ ସାହସୀ ମହିଳାଙ୍କ ପରି ଗାଁରୁ ଗାଁ ବୁଲି ଦେଶପ୍ରେମର ଆତ୍ମାକୁ ଜାଗ୍ରତ କରି ଦେଶବାସୀଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ମନେ ପକାଉଥିଲେ

World Radio Day 2025
World Radio Day 2025: ସ୍ମୃତି ହେବାରେ ଲାଗିଛି ରେଡିଓ; ଦିନେ ଥିଲା ଘରେ ଘରେ ପରିଚିତ

ଆଜିକାଲି ରେଡିଓ ଆଉ ପ୍ରାୟ କାହା ଘରେ ଦେଖାଯାଉନି। ହେଲେ ରେଡିଓର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୩ ଫେବୃଆରୀରେ ‘ବିଶ୍ୱ ରେଡିଓ ଦିବସ’ ପାଳନ କରାଯାଏ।

Glory Fest 2025
Glory Fest 2025: ସାଂସ୍କୃତିକ ମହୋତ୍ସବ ଗ୍ଲୋରୀ ଫେଷ୍ଟକୁ ମିଳୁନି ସରକାରୀ ପ୍ରୋତ୍ସାହନ

ଗ୍ଲୋରୀ ଫେଷ୍ଟରେ ଭାରତବର୍ଷର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ପାଇଁ ଚାହିଁ ରହିଥା'ନ୍ତି । ଏହି ମଞ୍ଚରେ ନିଜର କଳା ପ୍ରଦର୍ଶନ କରି ଅନେକ ଛାତ୍ରଛାତ୍ରୀ  ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବା ସହ ଉଚ୍ଚ ପଦ ପଦବୀରେ ପହଞ୍ଚି ପାରିଛନ୍ତି ।

Puri
Lord Jagannath: ଆଜି ପବିତ୍ର ମାଘ ପୂର୍ଣ୍ଣିମା;ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ମଧ୍ୟାହ୍ନ ଧୂପ ପରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପରେ ଠାକୁରଙ୍କୁ କ୍ଷୀରି ଓ ଅମାଲୁ ଭୋଗ କରାଯିବ ।

joranda-mela-
Joranda Mela: ଆଜିଠୁ ଯୋରନ୍ଦା ମେଳା; ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କର ହେବ ସମାଗମ

ଯୋରନ୍ଦା ମାଘ ମେଳାରେ ମହଣ ମହଣ ଘିଅରେ ଜଳିବ ଝାଡ଼ ଦୀପ। ସଂଧ୍ୟାରେ ଗାଦି, ଶୂନ୍ୟ ମନ୍ଦିର ଅଂଚଳରେ ଜଳିବ ବିରାଟକାୟ ଝାଡ଼ ଦୀପ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା।

Naga Sadhus are not cremated after demise know unique rituals
Naga Sadhus: ନାଗା ସାଧୁଙ୍କ ଶବକୁ ପୋଡ଼ାଯାଏ ନାହିଁ; ଜାଣନ୍ତୁ କିପରି ହୁଏ ଅନ୍ତିମ ସଂସ୍କାର

ମହାକୁମ୍ଭରେ ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ହେଉଛନ୍ତି ନାଗା ସାଧୁ। ସମସ୍ତେ ଜାଣନ୍ତି ଯେ ନାଗା ସାଧୁମାନେ ବିନା ପୋଷାକରେ କେବଳ ସେମାନଙ୍କ ଦେହରେ ପାଉଁଶ ବୋଳି ଥାଆନ୍ତି ଏବଂ ଲମ୍ବା ଲମ୍ବା ମୋଟା ଜଟ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ନାଗା ସାଧୁଙ୍କର କିପରି ହୁଏ ଅନ୍ତିମ ସଂସ୍କାର ?

Maha Kumbh Mela 2025
Maha Kumbh Mela 2025: ମହାକୁମ୍ଭରେ ମହାଜାମ୍‌; ୨୦୦ ମିଟର ବାଟ ଯିବାକୁ ଲାଗୁଛି ୨ ଘଣ୍ଟା

ପ୍ରୟାଗରାଜରେ ଜମିଛି ପ୍ରବଳ ଗହଳି। ବୁଡ଼ ପକାଇବା ପାଇଁ ଉଛୁଳିଛି ରାସ୍ତାଘାଟ। ଭିଡ ଜମାଇଛନ୍ତି ଶ୍ରଦ୍ଧାଳୁ। ୨୦୦ ମିଟର ବାଟ ଯିବାକୁ ଲାଗୁଛି ୨ ଘଣ୍ଟା। ଷ୍ଟେସନରେ ପାଦ ରଖିବାକୁ ବି ଜାଗା ନାହିଁ।

President Droupadi Murmu
President Droupadi Murmu: ମହାକୁମ୍ଭରେ ସାମିଲ୍ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ସଙ୍ଗମରେ ପକାଇଲେ ଆସ୍ଥାର ବୁଡ଼

ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ।

prayagraj
Station Closed: ମହାକୁମ୍ଭରେ ଅସମ୍ଭାଳ ଭିଡ, ବନ୍ଦ ହେଲା ଆଉ ଏକ ଷ୍ଟେସନ

ତ୍ରିବେଶୀ ସଙ୍ଗମରେ ମାଘି ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲାଣି। ଭିଡ଼ ନିୟନ୍ତ୍ରଣ ଓ ମାଘ ପୂର୍ଣ୍ଣିମା ସ୍ନାନ ପାଇଁ ବ୍ୟବସ୍ଥା କରିବାକୁ ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରାଯାଇଥିବା ନର୍ଥ ସେଣ୍ଟ୍ରାଲ୍ ରେଲୱେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

President Droupadi Murmu
President Droupadi Murmu: ଆସନ୍ତାକାଲି ମହାକୁମ୍ଭରେ ସାମିଲ୍ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ସଙ୍ଗମରେ ପକାଇବେ ଆସ୍ଥାର ବୁଡ଼

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ସକାଳୁ ସଂଗମ ସ୍ଥଳୀରେ ପହଞ୍ଚି, ତ୍ରିବେଣୀ ସଂଗମରେ ବୁଡ଼ ପକାଇବେ ।

history of mythological vyasa sarovar mela
Vyasa Sarovar Mela: ଏଇଠି ଲେଖା ହୋଇଥିଲା ମହାଭାରତର ଶେଷପର୍ବ, ଦୁର୍ଯ୍ୟୋଧନଙ୍କ ଜାନୁ ଭାଙ୍ଗିଥିଲେ ଭୀମ

କୁହାଯାଏ, ଏଇଠି ଶେଷ ହୋଇଥିଲା ମହାଭାରତ ଲେଖା, ଏଇଠି ମଧ୍ୟ ଘଟିଥିଲା ଏହି ମହାଯୁଦ୍ଧର ଶେଷ ଘଟଣା। ଜାଗାଟି ଏବେ ଅଛି ଆମରି ରାଜ୍ୟର ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ନିକଟରେ। ପ୍ରତିବର୍ଷ ପରି ଆଜିଠାରୁ ଏଠାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବ୍ୟାସ ସରୋବର ମେଳା।

Maha Shivaratri
Maha Shivaratri: ନଦୀଘାଟକୁ ଜଗି ରହିବେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ, ଚିନ୍ତା ବଢାଇଛି କୁମ୍ଭୀର

ଯାତ୍ରାକୁ ସୁରୁଖୁରୁରେ ସମାପନ କରିବାକୁ ଆଗୁଆ ପଦକ୍ଷେପ ନେଉଛି ପ୍ରଶାସନ । ତେବେ ଡଙ୍ଗାରେ ଯାଉଥିବା ଯାତ୍ରୀମାନଙ୍କ ପାଇଁ କୁମ୍ଭୀର ପ୍ରତି ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ । ନଦୀରେ କୁମ୍ଭୀର ଥିବାରୁ ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ ।

President
First Marriage in Rastrapati Bhawan: ରାଷ୍ଟ୍ରପତି ଭବନରେ ବିବାହ କରିବେ ପୁନମ, ଜାଣନ୍ତୁ ତାଙ୍କ ବିଷୟରେ

ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଯାଉଛି ବିବାହ। ଶିବପୁରୀର ବାସିନ୍ଦା ପୁନମ ଗୁପ୍ତା ପ୍ରଥମ ଭାରତୀୟ ନାଗରିକ ଭାବେ ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଯାଉଛନ୍ତି। ମଧ୍ୟପ୍ରଦେଶ ଶିବପୁରୀର ବାସିନ୍ଦା ପୁନମ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତଥା ରାଷ୍ଟ୍ରପତି ଭବନରେ ପିଏସଓ ଭାବରେ ସେ କାର୍ଯ୍ୟରତ ଅଛନ୍ତି ।

PM Modi at Maha Kumbh Mela takes holy dip at Triveni Sangam
PM Modi: ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି ମୋଦି । ମନ୍ତ୍ର ଉଚ୍ଚାରଣରେ ସଙ୍ଗମ ଘାଟ ପ୍ରକମ୍ପିତ ହୋଇଛି । ପ୍ରୟାଗରାଜରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବୋଟରେ ଯାତ୍ରା କରିଥିଲେ ।

  • Wednesday, 05 February 2025
Bhubaneswar Runs for Cancer Awareness
ମିନି ମାରାଥନରେ ଦୌଡ଼ିଥିଲା ସାରା ଭୁବନେଶ୍ବର

ସାରା ବିଶ୍ବକୁ ବିପଦ ସାଜିଛି କର୍କଟ ରୋଗ। ଦୈନିକ ହଜାର ହଜାର ଲୋକ ଏହି ମାରାତ୍ମକ ରୋଗର ଶିକାର ହୋଇ ପ୍ରାଣ ହରାଉଛନ୍ତି। ତେବେ ସାମାନ୍ୟ ସଚେତନ ହେଲେ ଏ ରୋଗର ମୁକାବିଲା କରିହେବ। ସେଇ ଜନ ସଚେତନତା ଉଦ୍ଦେଶ୍ୟରେ ବିଶ୍ବ କର୍କଟ ଦିବସ ଅବସରରେ ପ୍ରତିବର୍ଷ ଭଳି ଏଥର ବି ଓଟିଭି ନେଇଥିଲା ସ୍ବତନ୍ତ୍ର ପଦକ୍ଷେପ। ଜୀବନ ଆଡ଼କୁ ଦୌଡ଼ର ବାର୍ତ୍ତା ନେଇ ଆୟୋଜିତ ମିନି ମାରାଥନରେ ଦୌଡ଼ିଥିଲା ସାରା ଭୁବନେଶ୍ବର।...

Bhubaneswar Runs for Cancer Awareness
Bhubaneswar Runs for Cancer Awareness: ବିଶ୍ବ କର୍କଟ ଦିବସରେ ଓଟିଭିର ମିନି ମାରାଥନ୍; 'ଜୀବନ ଆଡକୁ ଦୌଡ଼'ର ଥିମ୍‌ରେ ଦୌଡ଼ିଲା ରାଜଧାନୀ

ଦୌଡ଼ିଲା ରାଜଧାନୀ...ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର୍, ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ...ସମାଜ ପାଇଁ ଥିଲା ମାରାତ୍ମକ କ୍ୟାନସରର ଭୟାବହତାକୁ ଜାଣି, ତା ସହ ଲଢି, ଜିଣିବାର ବଡ଼ ସଚେତନତା ବାର୍ତ୍ତା ତ, ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼...ତେଣୁ ସମୟର ଢେର ଆଗରୁ କର୍କଟ ବିରୋଧୀ ସଚେତନତା ଲଢ଼େଇରେ ସାମିଲ ହେବାକୁ କଳିଙ୍ଗ ଷ୍ଟାଡିୟମରେ ଭରି ସାରିଥିଲା ଉତ୍ସାହର ଭିଡ଼।

Chandrabhaga
Magha Saptami: ଆଜି ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ସାଧୁ ସନ୍ଥଙ୍କ ପୂଜାପାଠରେ କଂପିବ ପାହାଡ଼ ପାଦଦେଶ। ହୋମଯଜ୍ଞରେ ପ୍ରକଂପିତ ହେବ ପରିବେଶ। ଯଜ୍ଞ ପାଇଁ ସାଧୁ ସନ୍ଥମାନେ ନିଜ ନିଜର ଆସ୍ଥାନ ଜମାଇ ସାରିଥିବା ବେଳେ ଆଜିଠୁ ଖଣ୍ଡଗିରିକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। 

marathon
Mini Marathon: କ୍ୟାନସର ସହ ଲଢ଼ିବା ପାଇଁ ଓଟିଭିର ଭିନ୍ନ ପ୍ରୟାସ; ସଂକଳ୍ପର ଗଣଦୌଡରେ ସାମିଲ୍ ହେଲା ଓଡ଼ିଶା

କଳିଙ୍ଗ ଷ୍ଟାଡିୟମ ପରିସରରୁ ମାରାଥନ୍ ଦୌଡ଼ କାର୍ଯ୍ୟକ୍ରମ ହୋଇଛି। କ୍ୟାନସରକୁ ନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ପାଳନ ହେଉଛି ବିଶ୍ବ କର୍କଟ ଦିବସ। ଚଳିତ ବର୍ଷର ଥିମ୍ ରହିଛି ୟୁନାଇଟେଡ୍ ବାଏ ୟୁନିକ୍।

Five cancer that impact women
World Cancer Day 2025: ମହିଳାମାନଙ୍କଠାରେ ହେଉଥିବା ୫ କ୍ୟାନ୍‌ସର୍; କରନ୍ତୁ ଏହି ୩ ଯୋଗ, ମିଳିବ ରକ୍ଷା

ମହିଳାମାନେ କେତେକ ପ୍ରକାରର କର୍କଟର ସମ୍ମୁଖିନ ହୋଇଥାନ୍ତି। ଏଭଳି ପରିସ୍ଥିତିରେ, କର୍କଟ ଦିବସ ଅବସରରେ, ମହିଳାମାନଙ୍କଠାରେ ହେଉଥିବା ଏହି ପ୍ରମୁଖ କର୍କଟ ବିଷୟରେ ଜାଣିବା ଏବଂ ଏନେଇ କେଉଁସବୁ ଯୋଗାସନ କଲେ ଫଳ ମିଳିବ ଜାଣିବା।