ଆଜି ପବନ ଶକ୍ତି ଏକ ସୁ-ପ୍ରତିଷ୍ଠିତ ତଥା ପ୍ରତିଷ୍ଠିତ ପ୍ରଯୁକ୍ତିବିଦ୍ୟାରେ ବିକଶିତ ହୋଇଛି, ଯାହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ଭାବରେ ଉଭା ହୋଇଛି। କେବଳ ୟୁରୋପୀୟ ସଂଘରେ ପବନ ଶିଳ୍ପ ଗତ ବର୍ଷ ଗ୍ୟାସ ଏବଂ କୋଇଲାର ମିଳିତ ପ୍ରତିଷ୍ଠାନକୁ ଅତିକ୍ରମ କରିଥିଲା।
ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ସାଜସଜା ସହ ମନରେ ଅସରନ୍ତି ଉତ୍ସାହ ନେଇ ରଜ ପାଳୁଛନ୍ତି କୁମାରୀ ଝିଅ। ପାଦରେ ଅଳତା, ମଥାରେ କୁଙ୍କୁମ ଆଉ ହାତରେ ରଙ୍ଗୀନ ମେହେନ୍ଦିର କାରୁକାର୍ଯ୍ୟ। ସାହି ସାହି ଓ ଗଳି ଗଳି, ଆମ୍ବ ତୋଟା ଆଉ ଖୋଲା ପଡ଼ିଆରେ ଲାଗିଥିବା ଦୋଳି ପାଖରେ ଏକାଠି ହୋଇଥିଲେ ଝିଅ ବୋହୁ।
ବଢ଼ିଆ ପାଗ ସାଙ୍ଗକୁ ଦୋଳି ଖେଳ । ପରିବେଶକୁ ରଙ୍ଗୀନ କଲା ରଜ ମହୋତ୍ସବ ସହ ପାରମ୍ପରିକ ଖେଳ ।
ବିନା ରକ୍ତରେ ଏ ଶରୀର କେବଳ ମାଂସ ଏବଂ ହାଡରେ ନିର୍ମିତ ଏକ କଙ୍କାଳ। ରକ୍ତ ଅଭାବ ଜଣେ ବ୍ୟକ୍ତିର ଜୀବନକୁ ବିପଦରେ ପକାଇପାରେ। ଏନେଇ ପ୍ରତିବର୍ଷ ଜୁନ୍ ୧୪ରେ ‘ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା।
ରଜ ପାଇଁ ଏ ହସ... ରଜ ପାଇଁ ଏ ଖୁସି... ଆଉ ରଜ ପାଇଁ ଏ କୁଆଁରୀ ଝିଅଙ୍କ ସଜବାଜ । ଆଜି ପହିଲି ରାଜ । ଗତକାଲି ସଜବାଜ ଯାଇଛି । ଆଉ ସେଇଥିପାଇଁ ଏ ଉତ୍ସାହ ।
ସବୁ ପର୍ବ ପରି ରଜ ପର୍ବରେ ମଧ୍ୟ ଏକ ସ୍ୱତନ୍ତ୍ର ପିଠାର ପରମ୍ପରା ରହିଛି। ଏହି ଦିନର ବିଶେଷ ପିଠା ହେଉଛି ପୋଡ଼ପିଠା। ଆପଣ ଯଦି ପୋଡ ପିଠା ତିଆରି ଜାଣି ନାହାନ୍ତି, ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି।
ଗୀତ ଓ ସଂଗୀତର ସାତ ସୂରରେ ବନ୍ଧା ଓଡ଼ିଶାର ଜନ ଜୀବନ। ପ୍ରତ୍ୟେକ ପର୍ବ ପର୍ବାଣୀ ମଧ୍ୟ ଏହି କଥା କହେ। ଏଥିରୁ ରଜ ବା କିପରି ବାଦ ପଡିବ। ଆପଣ ଯଦି ଏହି ପୂରା ଗୀତ ଜାଣିବାକୁ ଚାହାନ୍ତି ତେବେ ଦେଖନ୍ତୁ।
ଆଜି ‘ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ’। ପ୍ରଗତି, ଆହ୍ୱାନ ଏବଂ କାର୍ଯ୍ୟ ଉପରେ ପ୍ରତିଫଳିତ କରିବାର ଏହା ଏକ ସମୟ, ଯାହା ପ୍ରତ୍ୟେକ ଶିଶୁର ଶୋଷଣ ଏବଂ ଶ୍ରମ ମୁକ୍ତ ପିଲାଦିନର ଅଧିକାରକୁ ନିଶ୍ଚିତ କରିବା ପାଇଁ ବିଚାର କରିବାର ଦିନ।
ଆଜି ‘ଜାତୀୟ ଜଡିବୁଟି ଏବଂ ମସଲା ଦିବସ’। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବାରୁ ଆସନ୍ତୁ ଏମିତି କିଛି ଜଡିବୁଟି ଓ ମସଲା ବିଷୟରେ ଜାଣିନେବା ଯାହାକୁ ବ୍ୟବହାର କରି ଆମେ ଗରମରୁ ରକ୍ଷା ପାଇପାରିବା।
‘ମସ୍ତିଷ୍କ ଟ୍ୟୁମର ଦିବସ’ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଏହା ବିଷୟରେ ଅବଗତ କରାଇବା ଏବଂ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା। ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ଏଥିରୁ ବଞ୍ଚିବାର କେତେକ ଘରୋଇ ଉପଚାର।
ନିରାପଦ ଖାଦ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଛି। ଅତ୍ୟଧିକ ଗରମ କାରଣରୁ ଆମର ଖାଦ୍ୟ ଅଭ୍ୟାସ ଆମ ସ୍ୱାସ୍ଥ୍ୟକୁ ନଷ୍ଟ କରିଥାଏ। ଏପରି ପରିସ୍ଥିତିରେ, ଆମର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆମର ଖାଦ୍ୟପେୟକୁ ପରିବର୍ତ୍ତନ କରିବା ଆବଶ୍ୟକ।
ଆଜି ଜ୍ୟୈଷ୍ଠ, ସାବିତ୍ରୀ ବ୍ରତ । ଓଡ଼ିଆ ପରମ୍ପରା ଅନୁଯାୟୀ ଆଜିର ଦିନରେ ବ୍ରତ ରଖିଥାନ୍ତି ସଧବା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରଖିଥାନ୍ତି ପତ୍ନୀ ।
ପ୍ରାକୃତିକ ସମ୍ପଦର ଶୋଷଣ ଏବଂ ମାନବ ଜୀବନଶୈଳୀ ପାଇଁ ଏସବୁର ଅପବ୍ୟବହାର ହେତୁ ପରିବେଶ ପ୍ରଦୂଷିତ ହେଉଛି। ଦୂଷିତ ପରିବେଶ ସେହି ଉପାଦାନଗୁଡ଼ିକୁ ପ୍ରଭାବିତ କରେ ଯାହା ଜୀବନ ପାଇଁ ଜରୁରୀ। ଏଭଳି ପରିସ୍ଥିତିରେ ଆଜି ‘ବିଶ୍ୱ ପରିବେଶ ଦିବସ’ରେ ଆସନ୍ତୁ ପରିବେଶ ସୁରକ୍ଷାର କେତେକ ଦିଗ ଉପରେ ନଜର ପକେଇନେବା।
ସାଇକେଲ୍ ଚଳାଇବାର ଉପକାରିତାଙ୍କୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁନ୍ ୩ ତାରିଖରେ ‘ବିଶ୍ୱ ସାଇକେଲ୍ ଦିବସ’ ପାଳନ କରାଯାଏ। । WHO ଅନୁଯାୟୀ, ଯଦି ଜଣେ ପ୍ରତିଦିନ ୩୦ ମିନିଟ୍ ପାଇଁ ସାଇକେଲ ଚଳାନ୍ତି ତେବେ ଏହା ୩ଟି ବିଶେଷ ଫାଇଦା ଦେଇଥାଏ। ଆସନ୍ତୁ ଜାଣିବା…
କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ। ପ୍ରତିଦିନ ପାଖାପାଖି ୨୫୦ ଗ୍ରାମ କ୍ଷୀର ପିଇବା ଉଚିତ। କ୍ଷୀର ପିଇବା ଦ୍ୱାରା ଅନେକ ହୃଦୟ ସମ୍ବନ୍ଧୀୟ ରୋଗର ବିପଦରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା ଅନ୍ୟାନ୍ୟ ଫାଇଦା…
ଏକ ସର୍ଭେରୁ ଜଣାପଡିଛି ଯେ, ୟୁରୋପୀୟ ଅଞ୍ଚଳର ୧୨.୫% କିଶୋର ୨୦୨୨ ମସିହାରେ ଇ-ସିଗାରେଟ୍ ବ୍ୟବହାର କରିଛନ୍ତି, ଯାହାକି ବୟସ୍କମାନଙ୍କ ତୁଳନାରେ ୨% ଅଧିକ। ଏହି ଅଞ୍ଚଳର କେତେକ ଦେଶରେ, ସ୍କୁଲ ପିଲାମାନଙ୍କ ମଧ୍ୟରେ ଇ-ସିଗାରେଟ୍ ବ୍ୟବହାର ସିଗାରେଟ୍ ଟାଣିବା ହାରଠାରୁ ୨-୩ ଗୁଣ ଅଧିକ।
ଲୋକଙ୍କ ଅଗାଢ଼ ବିଶ୍ୱାସ ଏହି ପାରୁଆମାଳି ପାହାଡ । ଏହି ଜଙ୍ଗଲ ଘେରା ପାହଡ଼ରେ ରହିଥିବା ଗୁମ୍ପାରେ ଅଛନ୍ତି ଭଗବାନ ବିଷ୍ଣୁ । ଲୋକଙ୍କ ବିଶ୍ବାସ ରହିଛି ଏଠି ବିଷ୍ଣୁଙ୍କ ନିକଟରେ ଯାହା ମାନସିକ କରାଯାଏ ତାହା ପୂରଣ କରନ୍ତି ଭଗବାନ ।
ପ୍ରତିବର୍ଷ ମେ’ ୨୩ରେ ‘ବିଶ୍ୱ କଇଁଛ ଦିବସ’ ପାଳନ କରାଯାଏ। ଏହି ଦିନଟି କଇଁଛର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଉତ୍ସର୍ଗୀକୃତ। ଏହି ଦିନ ଲୋକଙ୍କୁ ସ୍ମରଣ କରାଯାଏ ଯେ କଇଁଛମାନଙ୍କୁ ସେମାନଙ୍କର ପ୍ରାକୃତିକ ବାସସ୍ଥାନରେ ବଞ୍ଚିବା ଏବଂ ବଢେଇବାରେ ସାହାଯ୍ୟ କରିବା କେତେ ମହତ୍ୱପୂର୍ଣ୍ଣ।
ପୁରାଣରେ ଶାକ୍ୟ ବଂଶାନୁକ୍ରମିକ ବିଷୟରେ ଉଲ୍ଲେଖ ରହିଛି। ଏଥିରୁ ଜଣାଯାଏ ଭଗବାନ ବୁଦ୍ଧ ଶ୍ରୀରାମଙ୍କର ବଂଶଜ। ପୁରାଣ ଅନୁସାରେ ଶ୍ରୀରାମଙ୍କ ଦୁଇ ପୁଅ ଲବ ଏବଂ କୁଶଙ୍କ ମଧ୍ୟରୁ କେବଳ କୁଶଙ୍କ ବଂଶ ବଢିଥିଲା। ଏହା ପରେ କୁଶଙ୍କ ବଂଶ ଆଗକୁ ବଢି ଶଲ୍ୟଙ୍କ ଜନ୍ମ ହେଲା। ଗୌତମ ବୁଦ୍ଧ ଏହି ଶଲ୍ୟ ବଂଶର ପ୍ରାୟ ୨୫ତମ ପିଢିରେ ଜନ୍ମଗ୍ରହଣ କରିଥିଲେ।
ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ। ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି। ସେ ସମୟରେ ଛାଇ ଦେଖାଯାଏ ନାହିଁ।
ପ୍ରଭୁ ବଳଦେବଜୀଉଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା । ଶ୍ରୀକ୍ଷେତ୍ର ଓ ତୁଳସୀ କ୍ଷେତ୍ର ମଧ୍ୟରେ କ’ଣ ରହିଛି ସମ୍ପର୍କ...
ଏଡ୍ସ୍ ଏମିତି ଏକ ଗମ୍ଭୀର ରୋଗ ଯେ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ସାଂଘାତିକ ହୋଇପାରେ। ଏହି ଗୁରୁତର ରୋଗ ଏଚ୍ଆଇଭି ଜୀବାଣୁର ବିସ୍ତାର ଦ୍ୱାରା ହୋଇଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦିଏ।
ଆଜିର ଖରାପ ଜୀବନଶୈଳୀ ଏବଂ ଗଡବଡ ଖାଦ୍ୟ ଅଭ୍ୟାସ କାରଣରୁ ଉଚ୍ଚ ରକ୍ତଚାପ ବିପଦ ଯଥେଷ୍ଟ ବୃଦ୍ଧି ପାଉଛି। ଯଦି ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀରେ ଉନ୍ନତି ଆସେ ତେବେ ଉଚ୍ଚ ରକ୍ତଚାପର ଆଶଙ୍କା କମିଯାଏ। ଉଚ୍ଚ ରକ୍ତଚାପକୁ ଦୂର କରିବା ପାଇଁ କେଉଁ ଯୋଗ କରିବେ ଜାଣନ୍ତୁ।
ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପରିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ କିନ୍ତୁ ଏହି ପରିବାର ଭାଙ୍ଗିବାରେ ଲାଗିଛି। ଏହାର ଗୋଟିଏ କାରଣ ହେଉଛି ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ମତଭେଦ। ଯଦି ଆପଣ ନିଜ ପରିବାରକୁ ମଜବୁତ କରିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ମତଭେଦ ହେବାର ପାଞ୍ଚଟି କାରଣ କ’ଣ ଜାଣିନେବା ଦରକାର।
ବାବା ନୃସିଂହନାଥଙ୍କ ପୀଠରେ ପଖାଳ ଭୋଗ । ଭଗବାନଙ୍କ ନିକଟରେ ପଖାଳ ଲାଗି ହେବା ପରେ ଅତି ଆନନ୍ଦରେ ଖାଉଛନ୍ତି ଭକ୍ତ । ପଶ୍ଚିମ ଓଡିଶାର ପ୍ରସିଦ୍ଧ ତିର୍ଥ କ୍ଷେତ୍ର ହେଉଛି ନୃସିଂହନାଥ ପିଠ ।