ସମଗ୍ର ବିଶ୍ୱରେ ଏପ୍ରିଲ୍ ୧କୁ ‘ଏପ୍ରିଲ୍ ଫୁଲ୍ ଦିବସ’ ଭାବେ ପାଳନ କରାଯାଏ। ପ୍ରଥମରୁ ଫ୍ରାନ୍ସ ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡିକରେ ଏହି ଦିନ ପାଳନ କରାଯାଉଥିଲା, କିନ୍ତୁ ଧୀରେ ଧୀରେ ଅନ୍ୟ ଦେଶମାନେ ମଧ୍ୟ ଏହି ଦିନ ପାଳନ କରିବାକୁ ଲାଗିଲେ।
ଆଜି ହେଉଛି ଉତ୍କଳ ଦିବସ । ଖଣ୍ଡ ବିଖଣ୍ଡିତ ହୋଇ ରହିଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଏକତ୍ର କରି ୧୯୩୬ ମସିହାର ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ପ୍ରଦେଶ । ଜନ୍ମ ନେଇଥିଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ।
ଏପ୍ରିଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟାତା ପାଇଥିଲା । ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡିଆ ।
ମହାସମାରୋହରେ ଓଡ଼ିଶା ପାଳୁଛି ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜି ଦିନରେ ମିଳିଥିଲା ମାନ୍ୟତା।
‘ଶୁଭ ଶୁକ୍ରବାର’ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ବିଶେଷ ପର୍ବ। ଏହାକୁ ମଧ୍ୟ ଏକ ଶୋକ ଦିବସ ଭାବରେ ପାଳନ କରାଯାଏ। ‘ଶୁଭ ଶୁକ୍ରବାର’କୁ ମହାନ ଶୁକ୍ରବାର ବା ପବିତ୍ର ଶୁକ୍ରବାର ମଧ୍ୟ କୁହାଯାଏ। ଚଳିତ ବର୍ଷ ଏହି ଦିନକୁ ୨୯ ମାର୍ଚ୍ଚ ବା ଆଜି ପାଳନ କରାଯାଉଛି।
ଯେତେବେଳେ କୌଣସି ସିନେମା ନଥିଲା, ସେତେବେଳେ ନାଟକ ହିଁ ଥିଲା କେବଳ ମନୋରଂଜନର ମାଧ୍ୟମ। ଏବେ ସିନେମାର ପ୍ରଭାବରେ ଏହା ଲୋକଙ୍କ ଠାରୁ ଦୂରେଇ ଦୂରେଇ ଯାଉଛି ସିନା କିନ୍ତୁ ଏହାକୁ ଭଲ ପାଉଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଟି ଏବେ ବି ଭାରତରେ ଅଛନ୍ତି। କୁହାଯାଏ ଯେ ଭାରତରୁ ହିଁ ଏହାର ବିକାଶ ହୋଇଥିଲା।
ଫଗୁଣର ରଙ୍ଗରେ ସବୁ ରଙ୍ଗୀନ, ସମସ୍ତେ ମତୁଆଲା। ଫଗୁ, ଅବିର, ରଙ୍ଗ ଖେଳରେ ମାତିଲେ ସମସ୍ତେ କେଉଁଠି ରେନ୍ ଡାନ୍ସ ତ କେଉଁଠି କାଦୁଅ ହୋଲି। ବିଭିନ୍ନ ସ୍ଥାନରେ ଦହି ହାଣ୍ଡି ଭଙ୍ଗା ହେଲା ।
ସବୁଠି ହସଖୁସି, ଉତ୍ସବ ଓ ସେଲିବ୍ରେସନ । ଦିନଟିଏ ରଙ୍ଗର ଭିଡ଼ରେ ମଜିବା, ହଜିବା ଆଉ ରଙ୍ଗୀନ ହେବାର ପ୍ରୟାସ ସବୁଠି ।
ହୋଲି ପାଇଁ ପ୍ରସ୍ତୁତି ସହିତ, ଲୋକମାନେ ସେମାନଙ୍କର ଚର୍ମ ଏବଂ କେଶର ଯତ୍ନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରନ୍ତି, କିନ୍ତୁ ନଖ ବିଷୟରେ ଭୁଲିଯାଆନ୍ତି। ରଙ୍ଗ କାରଣରୁ ନଖରେ ସ୍ଥାୟୀ ଦାଗ ସୃଷ୍ଟି ହୁଏ ଏବଂ ଏହି ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ହେତୁ ନଖ ସହଜରେ ଭାଙ୍ଗିବା ଆରମ୍ଭ କରେ। ଆପଣ କିପରି ରଙ୍ଗର ପ୍ରଭାବରୁ ନଖକୁ ରକ୍ଷା କରିପାରିବେ ଜାଣନ୍ତୁ।
ଆଜି ରଙ୍ଗର ପର୍ବ ହୋଲି । ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଆର ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି ।
କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି ରଙ୍ଗୀନ । ବିମାନରେ ବସି ଗାଁକୁ ଗାଁ, ସାହିକୁ ସାହି ବୁଲିଛନ୍ତି ରାଧାକୃଷ୍ଣ ।
କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି ରଙ୍ଗୀନ । ବିମାନରେ ବସି ଗାଁକୁ ଗାଁ, ସାହିକୁ ସାହି ବୁଲିଛନ୍ତି ରାଧାକୃଷ୍ଣ ।
ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ କଟକ ସହରର ହୋଲସେଲ ଓ ଖୁଚୁରା ବଜାରରେ ଲାଗିଛି ଭଳି କି ଭଳି ହୋଲି ସାମଗ୍ରୀର ପସରା। ପିଚକାରୀ, ବେଲୁନ, ମୁଖା, ଚୁଟି ଆହୁରି କେତେକଣ। ଆଉ ଏହାକୁ କିଣି ନେଉଛନ୍ତି ଲୋକେ।
ଆଜି ଦୋଳ ପୂର୍ଣ୍ଣିମା। ଅଥାର୍ତ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା।
ପାଣିପାଗ ବିଜ୍ଞାନରେ ବିଶେଷଜ୍ଞ ଥିବା ବୃତ୍ତିଗତମାନଙ୍କୁ ପାଣିପାଗ ବିଜ୍ଞାନୀ, ଜଳବାୟୁ ବିଶେଷଜ୍ଞ ଏବଂ ବାୟୁମଣ୍ଡଳୀୟ ବୈଜ୍ଞାନିକ କୁହାଯାଏ। ଯଦି ଆପଣ ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ଜାଣିବାକୁ ଆଗ୍ରହୀ, ତେବେ ଆପଣ ଏହି କ୍ଷେତ୍ରରେ କ୍ୟାରିୟର ମଧ୍ୟ କରିପାରିବେ।
ପ୍ରତିବର୍ଷ ୨୩ ମାର୍ଚ୍ଚକୁ ‘ଶହୀଦ ଦିବସ’ ଭାବରେ ପାଳନ କରାଯାଏ। ଏହି ଦିନ ଭାରତର ଅଗ୍ରଣୀ ଆନ୍ଦୋଳନକାରୀ ତଥା ବିପ୍ଳବୀମାନଙ୍କ ମଧ୍ୟରୁ ଭଗତ ସିଂହ ଶହୀଦ ହୋଇଥିଲେ। ଶତାବ୍ଦୀ ଶତାବ୍ଦୀ ଧରି ବ୍ରିଟିଶ ଦାସତ୍ୱରୁ ଭାରତକୁ ମୁକ୍ତ କରିବା ପାଇଁ ଅନେକ ପୁଅ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।
ଗୋଟେପଟେ କାନ୍ଧରେ ଶବ ନେଇ ଶ୍ମଶାନରେ ଲୋକେ ପହଞ୍ଚୁଛନ୍ତି ଅନ୍ତିମ ସଂସାର ପାଇଁ... ଆଉ ଅନ୍ୟପଟେ ଡିଜେ ଗୀତରେ ଝୁମୁଛନ୍ତି ଲୋକେ । ପରସ୍ପର ଉପରେ ପିଙ୍ଗୁଛନ୍ତି ଅବିର ଓ ଫୁଲ । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ ନାରା ହର୍ ହର୍ ମହାଦେବ । ଏପରି ଅଦ୍ଭୁତ ଦୃଶ୍ୟ ହେଉଛି କାଶୀର ମଣିକର୍ଣ୍ଣିକା ଘାଟର ।
ଜଳ ହିଁ ଜୀବନ। ଜଳ ବିହୁନେ ସୃଷ୍ଟି ନାଶ। ଆଜି ସାରା ବିଶ୍ୱ ଜଳ ସଂକଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣ ଜରୁରୀ ହୋଇପଡିଛି। ଏନେଇ ସମସ୍ତଙ୍କ ଭୂମିକା ଜରୁରୀ। ତେବେ ଆସନ୍ତୁ ନିଜ ଘର ଜଳକୁ ବଞ୍ଚେଇବା ପାଇଁ ୧୦ଟି ସହଜ ଉପାୟ ଜାଣିନେବା।
ଡିସେମ୍ବର ୨୦୧୧ ରେ ଜାତିସଂଘ ୨୧ ମାର୍ଚ୍ଚକୁ ‘ବିଶ୍ୱ ଡାଉନ୍ ସିଣ୍ଡ୍ରୋମ ଦିବସ’ ଭାବରେ ଘୋଷଣା କଲା। ଏହି ଦିନ ଡାଉନ୍ ସିଣ୍ଡ୍ରୋମ ରୋଗରେ ପୀଡିତ ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କୁ ସମର୍ଥନ କରିବା ନେଇ ଶପଥ ନିଆଯାଏ। ଏହା ଏକ ବିଶ୍ୱବ୍ୟାପୀ ପଦକ୍ଷେପ।
କବିତା ହୃଦୟର ସବୁଠାରୁ ନିକଟତମ ଅଂଶ। ଆମେ ଯେତେବେଳେ କୌଣସି କଥାକୁ ଅନେକ ପୃଷ୍ଠାରେ ବି ପ୍ରକାଶ କରିପାରିବୁ ନାହିଁ, କବିତାର ଗୋଟିଏ ଧାଡିରେ ଏହାକୁ କହିଦେଇ ପାରୁ। ଇତିହାସ ଏହାର ସାକ୍ଷୀ ଯେ କବିତାରେ କ୍ଷମତାର ଶକ୍ତି ମଧ୍ୟ ଦୋହଲିଯାଏ ଏବଂ ହୃଦୟ ମଧ୍ୟ ତରଳିଯାଏ।
ବିଶ୍ବ ପଖାଳ ଦିବସରେ ମହ ମହ ବାସିଲା ପଖାଳ କଂସା। ଝୁମ୍ପୁଡିରୁ ଷ୍ଟାର ହୋଟେଲ, ସବୁଠି ଖାଣ୍ଟି ଓଡ଼ିଆ ଖାଦ୍ୟର ମଜା। ନେତା-ସେଲିବ୍ରିଟି ବି ଖାଇଲେ ପଖାଳ, ଓଡ଼ିଶାବାସୀକୁ ଚାରିଆଡୁ ଶୁଭେଚ୍ଛା
ଭୁବନେଶ୍ୱରର ଷ୍ଟାର ହୋଟେଲରେ ବି ଜମିଛି ପଖାଳ ଖିଆ। ଏଠି ନନଭେଜ୍ ପଖାଳ କଂସା ପିଛା ହଜାରେ ଟଙ୍କା। ସାତ ଶହରେ ସାଦା ପଖାଳ ମିଲ। ମାଟି ହାଣ୍ଡି ଓ ପାତ୍ରରେ ଦହି ଓ ଛୁଙ୍କ ପଖାଳ ସାଙ୍ଗକୁ ରକମ ରକମର ବ୍ୟଞ୍ଜନ।
ସମଗ୍ର ଜୀବନ ଖୁସିରେ ବିତିଯାଉ କିଏ ବା ନ ଚାହେଁ। ଜୀବନରେ ଟିକିଏ ଖୁସି ପାଇଁ ସମସ୍ତେ ଲାଗିପଡନ୍ତି। କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ଏହା ସାତ ସପନ ପରି ହୋଇଯାଇଛି। ଲାଗୁଛି ସମସ୍ତଙ୍କ ପାଖରେ ଖୁସିର ଅଭାବ ଅଛି। ତେବେ ଆସନ୍ତୁ ଜଣେ ମଣିଷ ଖୁସି ରହିବାକୁ ହେଲେ କ’ଣ ସବୁ କରିବାକୁ ହୁଏ ଜାଣିବା।
ଆହା ପଖାଳ କଂସା ମୋର ଜୀବନ ଧନ । ପକ୍କା ଓଡ଼ିଆଟିଏ ହୋଇଥିଲେ ଆପଣଙ୍କ ଉଦରରେ ବି ପଖାଳ ପାଣି ଟୋପାଏ ନିଶ୍ଚୟ ପଡିଥିବ । ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁରଙ୍କ ବଡ଼ ଦେଉଳରେ ବି ପଖାଳ ଭୋଗ ଲାଗେ। କାଳିଆ ସାଆନ୍ତ ଭାରି ଭଲ ପାଆନ୍ତି ପଖାଳ ଖାଇବାକୁ । ସେଇଥିପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେବଳେ ଦହି ଭାସେ, କେତେବେଳେ ଘିଅ ବାସେ । ମହାପ୍ରଭୁଙ୍କ ଶ୍ରୀ ଛାମୁରେ ଅର୍ପଣ ହେଉଥିବା ଏହି ପଖାଳଗୁଡିକର ନାଁ ଓ ଏହାର ପ୍ରସ୍ତୁତି ସମ୍ପର୍କରେ ଆସନ୍ତୁ ଜାଣିବା...
ପଖାଳ ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ ବିଶ୍ୱରେ ଲୋକପ୍ରିୟ ହୋଇପାରିଛି। ଗୁଗୁଲରେ ପଖାଳ ଟାଇପ୍ କଲେ ଏକ ଛୁଙ୍କ ପଡ଼ିଥିବା ପଖାଳ କଂସା ସାଙ୍ଗରେ ସୁସଜ୍ଜିତ ଆଳୁ ଚକଟା, ମାଛ ଭଜା, ବଡ଼ି ଚୁରା, ଶାଗ ଭଜା, ବେସର ଭଜା, ପିଠଉ ଭଜା ଇତ୍ୟାଦି କେତେ କଣ ରଖାଯାଇଥିବା ଛବି ଦେଖିବାକୁ ମିଳୁଛି।